Videos
|
Odisha

ହିଞ୍ଜିଳିକାଟୁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ନବୀନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ହିଞ୍ଜିଳିକାଟୁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ନବୀନ

ଅର୍ଗସ ବ୍ୟୁରୋ:  ହିଞ୍ଜିଳିକାଟୁରୁ 2024 ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ନିଜ ଭାଷଣରେ ବିରୋଧୀଙ୍କୁ ଆକ୍ରମଣ ସହ ନିଜ ସରକାରର କରିଛନ୍ତି ଭରପୁର ଗୁଣଗାନ। ମାତ୍ର 24 ବର୍ଷ କଥା ଛାଡ଼ନ୍ତୁ ଗତ 5 ବର୍ଷରେ ନିଜ ନିର୍ବାଚନ କ୍ଷେତ୍ର ପାଇଁ କଣ କରିଛନ୍ତି ତାର ଦେଲେ ନାହିଁ ହିସାବ। ମୁଖ୍ୟମନ୍ତ୍ରୀ କହିଲେ ହିଞ୍ଜିଳି ଓ ଶେରଗଡ଼ ସାରା ଦେଶରେ ବିକାଶର ମଡେଲ। ତେବେ ସେହି ବିକାଶକ ସଂଜ୍ଞା କଣ ? ବିକାଶ ମାନେ କଣ ଉତ୍କଟ ପାନୀୟ ଜଳ ସମସ୍ୟା, ବିକାଶମାନେ କଣ  ଉତ୍କଟ ବେରୋଜଗାର, ଦାଦନ ଖଟିବାକୁ ହଜାର ହଜାର ଲୋକ ବାହାର ରାଜ୍ୟକୁ ଯିବା କଣ ବିକାଶ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହିଞ୍ଜିଳିରୁ କେତେ ଦାଦନ ଯାଇଛନ୍ତି, ମୁଖ୍ୟମନ୍ତ୍ରୀ ତାର ଶ୍ୱେତପତ୍ର ପ୍ରକାଶ କରିବେ କି ବୋଲି ପଚାରିଛନ୍ତି ଧର୍ମେନ୍ଦ୍ର।

ହିଞ୍ଜିଳିର ଦାଦନ ସମସ୍ୟା ନେଇ ନବୀନଙ୍କୁ ଘେରିଛନ୍ତି ତାଙ୍କର ପୂର୍ବତନ ସହଯୋଗୀ ତଥା ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ପଚାରିଛନ୍ତି ଆପଣ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ କଣ ହିଁଞ୍ଜିଳି କଣ୍ଟାଟା କଷ୍ଟ ହେଲା କି ?ହିଞ୍ଜିଳିକାଟୁ ବାସୀ ଗତ 25 ବର୍ଷ ଧରି ନବୀନଙ୍କୁ ବିଧାୟକ ଭାବେ ଅଯାଚିତ ସମର୍ଥନ ଦେଇଆସିଛନ୍ତି। ଆଉ ନବୀନ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ନିରଙ୍କୁଶ କ୍ଷମତା ଭୋଗ କରିଆସୁଛନ୍ତି। ହେଲେ ତା ପ୍ରତିବଦଳରେ ହିଞ୍ଜିଳିବାସୀଙ୍କୁ ମିଳିଛି କଣ। ଏହି ନିର୍ବାଚନ ମଣ୍ଡଳିରେ ପିଇବା ପାଣି ସମସ୍ୟା ଉତ୍କଟ। ଏଠାରେ ଯୁବକଙ୍କ ପାଇଁ ନାହିଁ ରୋଜଗାର ଯାହାଫଳରେ ଗାଁ ଗାଁ ରେ ଝୁଲୁଛି ତାଲା। ହଜାର ହଜାର ଲୋକ କର୍ମସଂସ୍ଥାନ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟ ମୁହାଁ। 25 ବର୍ଷ ପରେ ଏବେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ହିଞ୍ଜିଳିବାସୀ।

ହିଞ୍ଜିଳି କଥା ଛାଡ଼ନ୍ତୁ ପୂରା ଗଞ୍ଜାମ ଜିଲ୍ଲାରେ ଗତ 24 ବର୍ଷ ଭିତରେ କୌଣସି ବଡ଼ ଶିଳ୍ପ ପ୍ରତିଷ୍ଠା ହୋଇପାରିଲା ନାହିଁ। ଏଠାକାର ଚାଷୀମାନେ ମଣ୍ଡିରେ ଧାନ ମଧ୍ୟ ବିକ୍ରି କରିପାରନ୍ତିନି। ଏମିତିତ ଚଳିତ ବର୍ଷ ଗଞ୍ଜାମରୁ ହିଁ ପଞ୍ଜିକରଣ କରିଥିବା ସର୍ବାଧିକ ଚାଷୀ ଧନ ବିକ୍ରି କରିପାରିନାହାନ୍ତି। ଭାତ ହାଣ୍ଡିରୁ ଗୋଟିଏ ପରି ଯଦି 24 ବର୍ଷର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିରେ ଅବସ୍ଥା ଏହିପରି। ରାଜ୍ୟସାରା କିପରି ରୂପାନ୍ତରଣ ହୋଇଛି ଏଥିରୁ ସ୍ପଷ୍ଟ ବୁଝାପଡୁଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: