Videos
|
Odisha

Odisha News / ବିଦେଶ ଗସ୍ତ ବିବାଦ; ଅଳ୍ପ କହି ଅଧିକ ଲୁଚାଇଲେ କି ନବୀନ ?

Sushanta Sahoo
Browse all articles by Sushanta Sahoo
·5 mins ago·2 min read
ବିଦେଶ ଗସ୍ତ ବିବାଦ; ଅଳ୍ପ କହି ଅଧିକ ଲୁଚାଇଲେ କି ନବୀନ ?
Naveen Patnaik Foreign Visits

Key Points

ମୁହଁ ଖୋଲିଲେ ନବୀନ, କହିଲେ 'ରାଜ୍ୟ ସ୍ୱାର୍ଥରେ କରିଥିଲି ବିଦେଶ ଗସ୍ତ'
କାଉଣ୍ଟର କରି ବିଜେପି ପଚାରିଲା- ପୋପଙ୍କୁ ଭେଟିବା କେଉଁ ରାଜ୍ୟ ସ୍ୱାର୍ଥ ?
ଏପଟେ ଗୃହ ଭିତରେ ବି ତେଜିଲା ବିଦେଶ ଗସ୍ତ ତଦନ୍ତ ରାଜନୀତି
ଭୁବନେଶ୍ଵର: ସୋମବାର ବିଧାନସଭା ବାହାରେ ଗଣମାଧ୍ୟମରେ ବିଦେଶ ଗସ୍ତ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ମୁଁ ବିଦେଶ ବହୁତ କମ ଗସ୍ତ କରିଛି । କେବଳ ଓଡ଼ିଶାର ସ୍ୱାର୍ଥ ପାଇଁ ବିଦେଶ ଯାଇଥିଲି । ମୋର ଓ ମୋ ଅଧିକାରୀଙ୍କ ବିରୋଧରେ ମିଛ ଅଭିଯୋଗ କଥା ମୁଁ ବୁଝୁଛି । ଏହାର ଉଚିତ ଜବାବ ଦିଆଯିବ । ଯାହାକୁ କାଉଣ୍ଟର କରି ବିଜେପି ବିଧାୟକ ପ୍ରଶ୍ନ କରିଛନ୍ତି ।

  • କେଉଁ ସ୍ଵାର୍ଥରେ ପୋପଙ୍କୁ ଭେଟିଥିଲେ ସ୍ପଷ୍ଟ କରିବେ କି ନବୀନ ?
  • ତଦନ୍ତ ହେଲେ ସବୁ କଥା ସ୍ପଷ୍ଟ ହେବ, ତଦନ୍ତକୁ ଏତେ ଭୟ କାହିଁକି ?
  • ମେ' ୨୯ରେ ପ୍ୟାରୀଙ୍କ କ୍ଷମତା ହଇଜାକ ପାଇଁ ବିଦେଶ ଯିବାକୁ ଡରୁଥିବା ନବୀନ କାହିଁକି ଯାଇଥିଲେ ରୋମ ?

ଏପଟେ ନବୀନଙ୍କ ବିଦେଶ ଗସ୍ତ ଫାଇଲ ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ଚିହିଁକି ଉଠିଛନ୍ତି ବିଜେଡି ନେତା । ବିଧାନସଭାରେ ପ୍ରମିଳା, ଗଣେଶ୍ଵରଙ୍କ ସହ ବ୍ୟାମକେଶ ରାୟ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏଥିସହ ପଢ଼ନ୍ତୁ: ବିବାଦରେ ନବୀନ-ପାଣ୍ଡିଆନଙ୍କ ବିଦେଶ ଗସ୍ତ; ଖର୍ଚ୍ଚ ହେରଫେରର ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ 

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଇଣ୍ଡୋନେସିଆ ଗସ୍ତକୁ ନେଇ ପ୍ରଶ୍ନ କରିଛନ୍ତି । ବିଧାନସଭା ଚାଲୁଥିବା ବେଳେ ଗସ୍ତ କାହଁକି ବୋଲି ପ୍ରଶ୍ନ କରିଛନ୍ତି । ଏହାର ଜବାବ ରଖି ବିଜେପି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, "ଉପମୁଖ୍ୟମନ୍ତ୍ରୀ କୌଣସି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଇଣ୍ଡୋନେସିଆ ଯାଇନାହାନ୍ତି । ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସାଂସ୍କୃତିକ ସମ୍ପର୍କକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବିଦେଶ ଯାଇଛନ୍ତି । ବିଜୁ ବାବୁ ଇଣ୍ଡୋନେସିଆ ସହ ଯେଉଁ ସାଂସ୍କୃତିକ ସମ୍ପର୍କ ଯୋଡ଼ିଥିଲେ ତାକୁ ଆଗକୁ ନେବାକୁ ଯାଇଛନ୍ତି ।"

ବଡ଼ କଥା ହେଉଛି, ନବୀନଙ୍କ ବିଦେଶ ଗସ୍ତକୁ ନେଇ ଅଭିଯୋଗ ଥିଲା ଯେ ନବୀନ ବିଦେଶ ଗସ୍ତ ନେଇ ସରକାରଙ୍କ ପାଖରେ ତଥ୍ୟ ନାହିଁ କାହିଁକି ? କଣ ଉଦ୍ଦେଶ୍ୟ, କେଉଁଠି କାର୍ଯ୍ୟକ୍ରମ, କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ସୂଚନା ଅଧିକାର ଆଇନରେ ସେ ତଥ୍ୟ ଲୋକଲୋଚନକୁ ଆସୁନି କାହିଁକି ? ନବୀନ କିନ୍ତୁ ଆଜି ପ୍ରତିକ୍ରିୟାରେ ଏସବୁ ପ୍ରଶ୍ନର ଉତ୍ତର ରଖିନାହାନ୍ତି ।