Naveen Pandian Foreign Tour / ବିବାଦରେ ନବୀନ-ପାଣ୍ଡିଆନଙ୍କ ବିଦେଶ ଗସ୍ତ; ଖର୍ଚ୍ଚ ହେରଫେରର ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
·37 mins ago·2 min read

Key Points
ନବୀନ-ପାଣ୍ଡିଆନଙ୍କ ବିଦେଶ ଗସ୍ତକୁ ନେଇ ବିବାଦ
ଖର୍ଚ୍ଚ ହେରଫେରର ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ସାଧାରଣ ପ୍ରଶାସନ ବିଭାଗର ସଚିବ କରିବେ ଖୋଳତାଡ଼
ଖର୍ଚ୍ଚ ହେରଫେରର ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ସାଧାରଣ ପ୍ରଶାସନ ବିଭାଗର ସଚିବ କରିବେ ଖୋଳତାଡ଼
ଭୁବନେଶ୍ଵର: ଅଡୁଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍କାଳୀନ 5T ସଚିବ ଭି କେ ପାଣ୍ଡିଆନ । ନବୀନ-ପାଣ୍ଡିଆନଙ୍କ ସହ ପୂର୍ବତନ ରେସିଡେଣ୍ଟ କମିଶନର ରବିକାନ୍ତଙ୍କ ଵିଦେଶ ଗସ୍ତର ହେବ ତଦନ୍ତ । ୨୦୨୨-୨୩ ଏବଂ ୨୦୨୩-୨୪ରେ ଇଟାଲୀ, ରୋମ ସହ ଜାପାନ ଭଳି ଦେଶ ଯାଇଥିଲେ ନବୀନ ଓ ପାଣ୍ଡିଆନ । ତେବେ ଏହି ତଦନ୍ତକୁ ନେଇ ବିଜେଡି ପ୍ରଶ୍ନ ଉଠାଉଥିବା ବେଳେ ସ୍ୱର ମିଳାଇଲା କଂଗ୍ରେସ। ବିଜେପି କହିଲା ଭୟ କାହିଁକି ?
ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ଅନୁସାରେ, ୨୦୨୨ ଜୁନ୍ ୨୦ରୁ ୬ ଦିନ ଇଟାଲୀ ଓ ରୋମରେ ଥିଲେ ନବୀନ, ପାଣ୍ଡିଆନ ଓ ରବିକାନ୍ତ । ବିଳାସପୁର୍ଣ୍ଣ ହୋଟେଲରେ ରହିଥିଲେ ବି ସରକାରୀ ଖାତା ଖତିଆନରେ ହିସାବ ନାହିଁ । କୌଣସି ତଥ୍ୟ ରାଜ୍ୟ ସରକାର କିମ୍ବା ସେଠାକାର ଭାରତୀୟ ଦୂତାଭାସ ପାଖରେ ନାହିଁ । ଜାପାନ ଗସ୍ତବେଳେ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକରୁ ଭୁବନେଶ୍ୱର ଗସ୍ତ ପାଇଁ ବୁକ୍ ହୋଇଥିଲା ସ୍ବତନ୍ତ୍ର ବିମାନ । ନବୀନ ଓ ପାଣ୍ଡିଆନଙ୍କ ପାଇଁ ଏହି ସ୍ୱତନ୍ତ୍ର ବିମାନ ବୁକ୍ କରାଯାଇଥିବାବେଳେ ଏକ ଘରୋଇ କମ୍ପାନୀ ଖର୍ଚ୍ଚ ବହନ କରିଥିଲା ।
ପଢନ୍ତୁ ଏହି ଖବର: ହେଲିକପ୍ଟର ଉଡ଼ାଇ କାଠଗଡ଼ାରେ ନବୀନ ଓ ପାଣ୍ଡିଆନ, କୋର୍ଟରେ ଉଭୟ ରଖିଲେ ପକ୍ଷ

- ଖର୍ଚ୍ଚ ହେରଫେରର ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ପଢନ୍ତୁ ଏହି ଖବର: ହେଲିକପ୍ଟର ଉଡ଼ାଇ କାଠଗଡ଼ାରେ ନବୀନ ଓ ପାଣ୍ଡିଆନ, କୋର୍ଟରେ ଉଭୟ ରଖିଲେ ପକ୍ଷ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁଇ ଦୁଇଟି କମିଶନ ରିପୋର୍ଟ ହଜିବା ମାମଲାରେ ହରଡ଼ ଘଣାରେ ପଡିଛନ୍ତି ପୂର୍ବ ବିଜେଡି ସରକାର । ମାମଲା ଏବେ କ୍ରାଇମ ବ୍ରାଞ୍ଚ ହାତରେ ଅଛି । ବିଦେଶ ଗସ୍ତର ପ୍ରକୃତ ଖର୍ଚ୍ଚ ଓ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତ ପରେ ବିଦେଶ ଗସ୍ତକୁ ନେଇ ଉଠିଥିବା ବିଭିନ୍ନ ପ୍ରଶ୍ନର ସ୍ପଷ୍ଟତା ଆସିବ ବୋଲି ଆଶା କରାଯାଉଛି।