Videos
|
Odisha

Go Back Naveen Writing / ବାତ୍ୟାର ୮ ଦିନ ପରେ ନବୀନଙ୍କ ଗଞ୍ଜାମ ଗସ୍ତ, ବିଭିନ୍ନ ସ୍ଥାନରେ ଲେଖାହେଲା ‘ନବୀନ ଗୋ ବ୍ୟାକ୍’

Bikash Mohanty
Browse all articles by Bikash Mohanty
·5 hours ago·2 min read
ବାତ୍ୟାର ୮ ଦିନ ପରେ ନବୀନଙ୍କ ଗଞ୍ଜାମ ଗସ୍ତ, ବିଭିନ୍ନ ସ୍ଥାନରେ ଲେଖାହେଲା ‘ନବୀନ ଗୋ ବ୍ୟାକ୍’
Naveen pattnaik

Key Points

ବନ୍ୟା କ୍ଷୟକ୍ଷତି ଦେଖିବାକୁ ଗଞ୍ଜାମରେ ନବୀନ ପଟ୍ଟନାୟକ
ନବୀନଙ୍କ ଗସ୍ତକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ
ରାସ୍ତାରେ ଲେଖା ହେଲା ‘ନବୀନ ଗୋ ବ୍ୟାକ୍’
ହିଞ୍ଜିଳି,୦୭/୧୧:   ଗଞ୍ଜାମ ଜିଲ୍ଲା ଗସ୍ତରେ ବିରୋଧୀ ଦଳ ନେତା ତଥା ନବୀନ ପଟ୍ଟନାୟକ। ଶେରଗଡ଼, ହିଞ୍ଜିଳି, ଆସିକା ଓ ସୋରଡ଼ା ଅଞ୍ଚଳର ବନ୍ୟା କ୍ଷୟକ୍ଷତି ସ୍ଥଳ ପରିଦର୍ଶନ କରିବେ। ତେବେ ନବୀନଙ୍କ ଗସ୍ତକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଛି। ଗଞ୍ଜାମର ଳେଇ ଯିବା ରାସ୍ତାରେ ନବୀନ ଗୋ ବ୍ୟାକ୍ ବୋଲି ଲେଖିଥିବା ଦେଖିବାକୁ ମିଳିଛି। ତେବେ ଏହାକୁ କିଏ ଲେଖିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ସେପଟେ ନବୀନଙ୍କ ଗଞ୍ଜାମ ଗସ୍ତକୁ କଡା କାଉଣ୍ଟର କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। କହିଛନ୍ତି, ନବୀନ ବାବୁ ଲୋକଙ୍କ ବିପଦ ବେଳେ ପହଂଚିଥିଲେ ଭଲ ହୋଇଥାନ୍ତା ଏବେ 8 ଦିନ ପରେ ନବୀନ ବାବୁ ଯାଉଛନ୍ତି। ଏବେ କାହିଁକି ଆସୁଛ ବୋଲି ଲୋକ ପ୍ରଶ୍ନ ପଚାରିବା ଆରମ୍ଭ କଲେଣି। ଘରେ ବସି ଲୋକଙ୍କୁ ଲଗେଇ ବିରୋଧ କରିବା ବିରୋଧୀ ଦଳର କାମ ନୁହେଁ।
ବିପଦ ବେଳେ ମିଳି ମିଶି କାମ କରିବା ବିରୋଧୀ ଙ୍କ କାମ। କିନ୍ତୁ ବିଜେଡି ଟିମ ଗଞ୍ଜାମ ଗସ୍ତ ବେଳେ ରାଜନୈତିକ ରାଲି ପାଇଁ ଯାଇଥିବା ଭଳି ଲାଗୁଥିଲା। ସରକାର ବନ୍ୟା ବାତ୍ୟା ମୁକାବିଲା ରେ ସଫଳ ହୋଇଛନ୍ତି। ଚାଷୀ ଙ୍କ ଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତ ଙ୍କୁ ପ୍ୟାକେଜ ପାଇଁ ମଧ୍ୟ ଘୋଷଣା ହୋଇଛି।

ପଢନ୍ତୁ ଏହି ଖବର: ‘ନବୀନ କେଉଁଠି?’ ହିଞ୍ଜିଳିରେ ଲାଗିଲା ପୋଷ୍ଟର, ସ୍ଥାନୀୟ ବିଧାୟକଙ୍କୁ ଖୋଜୁଛନ୍ତି ଲୋକେ

ସେପଟେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ବି ନବୀନଙ୍କ ଗଞ୍ଜାମ ଗସ୍ତକୁ ନେଇ କଟାକ୍ଷ କରିଛନ୍ତି। ନବୀନ ବାବୁ ଜିବାଟା ବ୍ୟତିକ୍ରମ। ଆମ ମନ୍ତ୍ରୀ ବିଧାୟକ, ଦୌଡୁଛନ୍ତି ସେଥି ପାଇଁ ସେ ଯାଉଛନ୍ତି। ନବୀନ ବାବୁ ତ ଯାଆନ୍ତିନି, ଯାଉଛନ୍ତି ତ ଏଇଥି ପାଇଁ ତାଙ୍କୁ ଧନ୍ୟବାଦ। ଲୋକଙ୍କ ଭିତରେ ସେ ଅଛନ୍ତି, ଜଣେଇବା ପାଇଁ ଯାଉଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ୨ ତାରିଖରେ ମଧ୍ୟ ‘ନବୀନ କେଉଁଠି?’ ବୋଲି ହିଞ୍ଜିଳିରେ ଲାଗିଥିଲା ଅନେକ ପୋଷ୍ଟର। ହିଞ୍ଜିଳି ସହରର ବିଭିନ୍ନ ଅଞ୍ଚଳରେ ଏମିତି ପୋଷ୍ଟର ଦେଖିବାକୁ ମିଳିଥିଲା। ଏହି ପୋଷ୍ଟର କିଏ ଲଗାଇଛି କଣ ପାଇଁ ଲଗାଇଛି ତାହା ଅସ୍ପଷ୍ଟ ରହିଛି।