Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟିକେଟ ଲବିରେ ଆସୁଥିବା ନେତାଙ୍କ ପାଇଁ ନବୀନ ନିବାସ ଖୋଲା, ଦୁଃଖୀଙ୍କ ପାଇଁ ବନ୍ଦ

Odisha

ଟିକେଟ ଲବିରେ ଆସୁଥିବା ନେତାଙ୍କ ପାଇଁ ନବୀନ ନିବାସ ଖୋଲା, ଦୁଃଖୀଙ୍କ ପାଇଁ ବନ୍ଦ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଟିକେଟ ଲବିରେ ଆସୁଥିବା ନେତାଙ୍କ ପାଇଁ ନବୀନ ନିବାସ ଖୋଲା, ଦୁଃଖୀଙ୍କ ପାଇଁ ବନ୍ଦ

ଅର୍ଗସ ବ୍ୟୁରୋ: ଜଗନ୍ନାଥଙ୍କୁ ଭେଟି ହେଉଛି ପଛେ ନବୀନଙ୍କ ଦେଖା ମିଳୁନି ।  ଟିକେଟ ଲବିରେ ଆସୁଥିବା ନେତାଙ୍କ ପାଇଁ ନବୀନ ନିବାସ ଖୋଲା । କିନ୍ତୁ ଦୁଃଖୀ ରଙ୍କିଙ୍କ ପାଇଁ ଦୁଆର ବନ୍ଦ । ଗ୍ରୀଭାନ୍ସ ପାଇଁ କୋଟି କୋଟି ଖର୍ଚ୍ଚ କରି ଜିଲ୍ଲା ବୁଲୁଛନ୍ତି ବିଜେଡିର ବଡ଼ ନେତା । କିନ୍ତୁ ନିଜ ଟଙ୍କା ଖର୍ଚ୍ଚ କରି ବହୁ ଦୂରରୁ ଧାଇଁ ଆସୁଥିବା ଅସହାୟ ଓ ସରକାରୀ ସୁବିଧାରୁ ବଞ୍ଚିତ ଲୋକଙ୍କ ଦୁଃଖ ଶୁଣିବା ପାଇଁ କାହା ପାଖରେ ସମୟ ନାହିଁ । ଭିନ୍ନ ଭିନ୍ନ ସମସ୍ୟା ନେଇ ଆସିଥିବା କିଛି ଅସହାୟ ଦିବ୍ୟାଙ୍ଗ ଓ ବୃଦ୍ଧ ବୃଦ୍ଧା ନବୀନ ନିବାସ ରେ ଦୀର୍ଘ ସମୟ  ବସିବା ପରେ ତାଙ୍କ କଥା କହି ଶୁଣିଲେ ନାହିଁ ।

ଏପରିକି ବାହାନଗାରୁ ଆସିଥିବା ଜଣେ ଦିବ୍ୟାଙ୍ଗ କାନ୍ଦି କାନ୍ଦି ନିଜ ଅସହାୟ ପ୍ରକାଶ କରିଥିଲେ। ବାରମ୍ବାର ଆସିବା ପରେ ବି କେହି ଦୁଃଖ ଶୁଣୁ ନଥିବାରୁ ହାତରେ ବିଷ ଧରି ଆସିଛନ୍ତି । ଏ ନେଇ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଦିବ୍ୟଜ୍ୟୋତି ମହାନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Naveen patnaik is not seen | Argus News