BJP Attacks Naveen Patnaik / ନବୀନଙ୍କ ଦୋ ମୁହାଁ ଚରିତ୍ର; ଜନ୍ତରମନ୍ତର ଆନ୍ଦୋଳନ ବେଳେ ମୁହଁ ଖୋଲିଲେ, ଝାଡ଼ଖଣ୍ଡ GEN-Zଙ୍କ ପାଇଁ ନିଦାବିଷ୍ଣୁ
·15 mins ago·2 min read

Key Points
GEN-Zଙ୍କ ଆନ୍ଦୋଳନରେ ଧରାପଡିଗଲା କି ନବୀନଙ୍କ ଦୋ ମୁହାଁ ଚରିତ୍ର
ବିଜେଡି ଓ ବିଜେଡି ମୁଖିଆଙ୍କୁ ଘେରିଲା ବିଜେପି
ମିଛ GEN-Z ପ୍ରିତି କହି କଲା କଡା ସମାଲୋଚନା
ବିଜେଡି ଓ ବିଜେଡି ମୁଖିଆଙ୍କୁ ଘେରିଲା ବିଜେପି
ମିଛ GEN-Z ପ୍ରିତି କହି କଲା କଡା ସମାଲୋଚନା
GEN-Z ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ଦୋମୁହାଁ ଚରିତ୍ରକୁ ବିଜେପିର କଡ଼ା ସମାଲୋଚନା । 'ଜେନ୍-ଜି'ଙ୍କୁ ବାହାନା କରି, ନବୀନ ରାଜନୈତିକ ରୁଟି ସେକୁଥିବାର ଅଭିଯୋଗ କରିଛନ୍ତି ବିଜେପି ସାଂସଦ । ଏପରିକି ନବୀନଙ୍କ ନୀତି ନୈତିକତା କିଛି ନଥିବା ଓ ସେ କେବଳ ସୁବିଧାବାଦ ରାଜନୀତି କରୁଥିବା କହି ଜୋରଦାର ଆକ୍ରମଣ କରିଛନ୍ତି । ଅନ୍ୟପକ୍ଷରେ ରାଜନୈତିକ ପଣ୍ଡିତଙ୍କ ମତରେ କ୍ଷମତାରୁ ଯିବା ପରେ ନବୀନଙ୍କ କେବଳ ଗୋଟିଏ ଲକ୍ଷ୍ୟ- ବିଜେପିକୁ ବିରୋଧ ।
ଦିଲ୍ଲୀ ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ବେଳେ ଜେନ୍-ଜିଙ୍କୁ ବାହାନା କରି ଆଗକୁ ଡେଇଁ ପଡ଼ିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସତେ ଯେମିତି ଦେଶର ଯୁବପିଢ଼ିଙ୍କ ପାଇଁ ବିଜେଡି ସୁପ୍ରିମୋଙ୍କ ଦରଦ ଉଛୁଳି ପଡ଼ିଥିଲା । କ୍ୟାମେରା ସାମ୍ନାକୁ ଆସି ଘୋଷଣା କଲେ ଛାତ୍ର ଆନ୍ଦୋଳନ ସହ ବିଜେଡି ରହିଛି ।
ହେଲେ ଦିନ କେଇଟା ଯାଇନି, ସମାନ ପ୍ରସଙ୍ଗରେ ଝାଡ଼ଖଣ୍ଡରେ ହେଉଛି ଆନ୍ଦୋଳନ । JPAC ପରୀକ୍ଷାରେ ଅନିୟମିତତାକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଓ ପୋଲିସର ଦମନଲୀଳା ଭିତରେ କାହିଁ ନବୀନଙ୍କର ତ ଦେଖା ନାହିଁ ! କାହିଁ ଆଉ ତ କ୍ୟାମେରା ଆଗକୁ ଆସୁ ନାହାନ୍ତି ସ୍ବଘୋଷିତ ଜେନ୍-ଜିଙ୍କ ସମର୍ଥକ ବିଜେଡି ସୁପ୍ରିମୋ ? ନବୀନ ନୀରବ, ତାଙ୍କ ଦଳର ନେତା-ନେତ୍ରୀ ବି ଚୁପ୍ ।
ନବୀନଙ୍କ ଏଭଳି ସିଲେକ୍ଟଭ ରାଜନୀତିକୁ କଡ଼ା କାଉଣ୍ଟର କରିଛନ୍ତି ବିଜେପି ସାଂସଦ ବଳଭଦ୍ର ମାଝୀ । କହିଛନ୍ତି, ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନବେଳେ ନବୀନ ପଟ୍ଟନାୟକ ତୁରନ୍ତ ପ୍ରତିକ୍ରିୟା ଦେଉଛନ୍ତି, କିନ୍ତୁ ଝାଡ଼ଖଣ୍ଡରେ ଯୁବପିଢ଼ିଙ୍କ ଉପରେ ଲାଠିଚାର୍ଜ ହେଉଥିବା ବେଳେ ସେ ନୀରବ । ଏହା ତାଙ୍କର “ଡବଲ ଷ୍ଟାଣ୍ଡାର୍ଡ” । ସେହିପରି ରାଜନୀତିରେ ନବୀନଙ୍କ କୌଣସି ନୀତି ନୈତିକତା ନଥିବା କହି କଟାକ୍ଷ କରିଛନ୍ତି ବରିଷ୍ଠ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ।
କ୍ଷମତାରୁ ଯିବା ପରେ ଅସ୍ତିତ୍ବ ପାଇଁ ଲଢ଼େଇ କରୁଥିବା ବିଜେଡି ଓ ଏହାର ନେତା ନବୀନ ପଟ୍ଟନାୟକ, ଏବେ କଂଗ୍ରେସ ପିଠିରେ ଲାଉ ହୋଇଥିବା କହିଛନ୍ତି ବରିଷ୍ଠ ନେତା ଅମର ଶତପଥୀ । ରାଜନୀତି ସମୀକ୍ଷକଙ୍କ ମତରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜର ରାଜନୈତିକ ପ୍ରତିଦନ୍ଦ୍ବୀ ଭାବୁଥିବା ନବୀନ ପଟ୍ଟନାୟକ, ଜେନ୍-ଜିଙ୍କ ବାହାନାରେ କେବଳ ଧର୍ମେନ୍ଦ୍ରଙ୍କୁ ବିରୋଧ କରିବା ତାଙ୍କର ରାଜନୈତିକ ଏଜେଣ୍ଡା ।
କ୍ଷମତାରେ ଥିବାବେଳେ ସମ ଦୂରତ୍ବ କଥା କହି ଜାତୀୟ ପ୍ରସଙ୍ଗରେ ବିଜେପିକୁ ଖୋଲାଖୋଲି ସମର୍ଥନ ଦେଉଥିବା ନବୀନ, କ୍ଷମତାରୁ ଯିବା ପରେ ଚରିତ୍ର ବଦଳାଇଛନ୍ତି । ଯାହା ଜନ୍ତର ମନ୍ତର ଓ ଝାଡ଼ଖଣ୍ଡ ଦୁଇଟି ସ୍ଥାନରେ ଜେନ୍-ଜିଙ୍କ ଆନ୍ଦୋଳନବେଳେ ନବୀନଙ୍କ ଦୋହରା ଚରିତ୍ରରୁ ସ୍ପଷ୍ଟ ହେଉଥିବା ରାଜନୀତି ପଣ୍ଡିତଙ୍କ ମତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories