Naveen Patnaik Foreign Visit / ନବୀନ, ପାଣ୍ଡିଆନଙ୍କ ବିଦେଶ ଗସ୍ତ ବିବାଦ: CBI ତଦନ୍ତ ଦାବି କଲେ RTI କର୍ମୀ
·1 hour ago·2 min read

Key Points
ନବୀନ, ପାଣ୍ଡିଆନ ଓ ରବିକାନ୍ତଙ୍କ ବିଦେଶ ଗସ୍ତ ବିବାବ
ଅନ୍ତର୍ଜାତୀୟ ମାମଲା ହୋଇଥିବାରୁ CBI ତଦନ୍ତ ଦାବି
ସାମ୍ବାଦିକ ସମ୍ମିଳନୀ କରି CBI ତଦନ୍ତ ଦାବି କଲେ RTI କର୍ମୀ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭି.କେ. ପାଣ୍ଡିଆନ ଓ ରବିକାନ୍ତଙ୍କ ବିଦେଶ ଗସ୍ତ ଖର୍ଚ୍ଚରେ ଅନିୟମିତତାର CBI ତଦନ୍ତ ଦାବି । ‘ଓଡ଼ିଶା ସୂଚନା ଅଧିକାର ଅଭିଯାନ’ ପକ୍ଷରୁ ଏହି ଦାବି କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ପ୍ରକାଶ ଦାସ ଓ ସୁଧୀର ମହାନ୍ତି RTI ତଥ୍ୟ ଆଧାରରେ ଏହି ଦାବି କରିଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତଦନ୍ତ ନିର୍ଦ୍ଦେଶକୁ ସୂଚନା ଅଧିକାର କର୍ମୀମାନେ ସ୍ୱାଗତ କରିଛନ୍ତି । ତେବେ ଏହା ଏକ ଅନ୍ତର୍ଜାତାୟ ଘଟଣା ହୋଇଥିବାରୁ ସିବିଆଇକୁ ତଦନ୍ତ ଭାର ଦେବାପାଇଁ ସେମାନେ ଦାବି କରିଛନ୍ତି । RTI ତଥ୍ୟ ଅନୁସାରେ ୨୦୨୨ ଜୁନ୍ ୨୦ ରୁ ୨୫ ତାରିଖ ମଧ୍ୟରେ ନବୀନ ପଟ୍ଟନାୟକ, ଭି.କେ. ପାଣ୍ଡିଆନ ଓ ରବିକାନ୍ତ ରୋମ୍ ଗସ୍ତ କରିଥିଲେ । ଏହି ସମୟରେ ନବୀନ ପଟ୍ଟନାୟକଙ୍କ ନାଁରେ ରୋମର ଦୁଇଟି ଭିନ୍ନ ହୋଟେଲରେ ଏକାସାଙ୍ଗରେ ସୁଟ୍ ବୁକ୍ ହୋଇଥିଲା । ଏଥିପାଇଁ ୫୭ ଲକ୍ଷ ୭ ହଜାର ୪୨୯ ଟଙ୍କା ପୈଠ କରାଯାଇଥିବା ସଂଗଠନ ଦର୍ଶାଇଛି । ସେହିପରି ଜୁନ୍ ୨୦ରେ ରବିକାନ୍ତ ରୋମ୍ ଯାଇଥିବା ବେଳେ ତାଙ୍କ ନାଁରେ ଜୁନ୍ ୧୮ରୁ ରୁମ୍ ବୁକ୍ ହୋଇଥିଲା ଏବଂ ଭି.କେ. ପାଣ୍ଡିଆନଙ୍କ ହୋଟେଲ ରହଣିର କୌଣସି ବିଲ୍ ମିଳିନଥିବା ଅଭିଯୋଗ ହୋଇଛି । ରୋମସ୍ଥିତ ଭାରତୀୟ ଦୂତାବାସର ସ୍ଥାନୀୟ ପରିବହନ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଦୂତାବାସ ସହ କୌଣସି ଯୋଗାଯୋଗ କରାଯାଇନଥିବା ସୂଚନା ଅଧିକାର କର୍ମୀମାନେ କହିଛନ୍ତି ।
ସେହିପରି ୨୦୨୩ ଏପ୍ରିଲରେ ଜାପାନର ଟୋକିଓଠାରେ ଅନୁଷ୍ଠିତ 'ଇନଭେଷ୍ଟର୍ସ ମିଟ୍' ପାଇଁ ଫିକି ୯୮ ଲକ୍ଷ ୫୧ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏଥିରେ ନବୀନ, ପାଣ୍ଡିଆନ ଓ ରବିକାନ୍ତଙ୍କ ଗସ୍ତ ବିଲ୍ ନଥିବା କୁହାଯାଇଛି । ଅନ୍ୟପଟେ RTI ତଥ୍ୟ ଅନୁସାରେ ୨୦୨୩ ଜାପାନ ଗସ୍ତ ପାଇଁ ବିମାନ ଟିକେଟ୍ ଓ ହୋଟେଲ ବାବଦକୁ ପ୍ରାୟ ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହାବ୍ୟତୀତ ଭୁବନେଶ୍ୱରରୁ ସିଙ୍ଗାପୁର ଏବଂ ବ୍ୟାଙ୍କକରୁ ଭୁବନେଶ୍ୱର ଫେରିବା ପାଇଁ ସ୍ୱତନ୍ତ୍ର ବିମାନ ବାବଦକୁ ୧ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସଂଗଠନ ଅଭିଯୋଗ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories