Videos
|
Odisha

Naveen Pandian Helicopter Case / ହେଲିକପ୍ଟର ଉଡ଼ାଇ କାଠଗଡ଼ାରେ ନବୀନ ଓ ପାଣ୍ଡିଆନ, କୋର୍ଟରେ ଉଭୟ ରଖିଲେ ପକ୍ଷ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ହେଲିକପ୍ଟର ଉଡ଼ାଇ କାଠଗଡ଼ାରେ ନବୀନ ଓ ପାଣ୍ଡିଆନ, କୋର୍ଟରେ ଉଭୟ ରଖିଲେ ପକ୍ଷ
VK Pandian

Key Points

ହେଲିକପ୍ଟର ବୁଲା ଓ ଆର୍ଥିକ ଅନିୟମିତତା ମାମଲା
କୋର୍ଟରେ ପକ୍ଷ ରଖିଲେ ଉଭୟ ନବୀନ ଓ ପାଣ୍ଡିଆନ
ଦୁଇ ଜଣ ଓକିଲ ଜରିଆରେ ପକ୍ଷ ରଖିଛନ୍ତି
ହେଲିକପ୍ଟର ଉଡ଼ାଇ କାଠଗଡ଼ାରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ । ହେଲିକପ୍ଟର ବୁଲା ଓ ଆର୍ଥିକ ଅନିୟମିତତା ମାମଲାରେ କୋର୍ଟରେ ପକ୍ଷ ରଖିଲେ ପାଣ୍ଡିଆନ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ହାଇକୋର୍ଟରେ ପକ୍ଷ ରଖିଛନ୍ତି । ଦୁଇ ଜଣ ଓକିଲ ଜରିଆରେ ପକ୍ଷ ରଖିଛନ୍ତି ।

୧୫ ଜୁଲାଇ ମଧ୍ୟରେ ପକ୍ଷ ରଖିବାକୁ ନବୀନ ଓ ପାଣ୍ଡିଆନଙ୍କୁ ଜବାବ ତଲବ କରିଥିଲେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ । ନିଜ ଓକିଲ ଜରିଆରେ ପକ୍ଷ ରଖିବା ସହ ମାମଲାକୁ ଖାରଜ କରିବାକୁ ନିବେଦନ କରିଛନ୍ତି ନବୀନ ଏବଂ ପାଣ୍ଡିଆନ । ନବୀନଙ୍କୁ ପକ୍ଷରୁ ମାମଲା ଖାରଜ ପାଇଁ ଆବେଦନରେ କୁହାଯାଇଛି । ତାଙ୍କ ବିରୁଦ୍ଧରେ କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗର ସମ୍ପୂର୍ଣ୍ଣ ପ୍ରମାଣ ନାହିଁ । ମାମଲାକୁ ଚାଞ୍ଚଲ୍ୟକର କରିବା ଏବଂ ତାଙ୍କ ଖ୍ୟାତିକୁ ଖରାପ କରିବା ପାଇଁ ଯୋଜନାବଦ୍ଧ ଭାବରେ ଅଭିଯୋଗ କରାଯାଇଛି ବୋଲି କୋର୍ଟକୁ କହିଛନ୍ତି ନବୀନଙ୍କ ଓକିଲ । ତେଣୁ ମାମଲାକୁ ଖାରଜ କରାଯାଉ ବୋଲି ଆବେଦନ କରିଛନ୍ତି । ସେହିପରି ପାଣ୍ଡିଆନଙ୍କୁ ପକ୍ଷରୁ ହୋଇଥିବା ଆପତ୍ତିରେ କୁହାଯାଇଛି ଭାରତୀୟ ପ୍ରଶାସନିକ ସେବା କ୍ୟାରିଅର ସ୍ବଚ୍ଛ ଥିଲା । ତାଙ୍କ ଖ୍ୟାତିକୁ ଖରାପ କରିବା ପାଇଁ ଏଭଳି ମାମଲା କରାଯାଇଛି । ତେଣୁ ମାମଲାକୁ ଖାରଜ କରାଯାଉ ।

ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ସ୍ଥାନକୁ ଶତାଧିକ ଥର ହେଲିକପ୍ଟରରେ ଗସ୍ତ ଓ ଭବ୍ୟ ସଭା କରିବା ଏବଂ ସେସବୁ ବାବଦରେ ହୋଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚକୁ ନେଇ ଦାଏର ରିଭିଜନ୍ ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ । ଏହି ହାଇପ୍ରୋଫାଇଲ୍ ମାମଲାରେ ଦୌରା ଜଜ୍ ବିଏନ୍ ମହାନ୍ତି ଉଭୟ ନବୀନ ଓ ପାଣ୍ଡିଆନଙ୍କୁ ସମନ୍ ଜାରି କରିବା ସହ ଆସନ୍ତା ଜୁଲାଇ ୧୫ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କେମିତି ଗାଏବ ହେଲା ଫାଇଲ୍ । ନାଇଡୁ ତଦନ୍ତ କମିଶନଙ୍କ ଫାଇଲ୍ ହଜିବା ଘଟଣାରେ ଭି.କେ ପାଣ୍ଡିଆନଙ୍କୁ ସମନ ଜାରି କରିଛି କ୍ୟାପିଟାଲ୍ ଥାନା ପୋଲିସ ।

ପୂର୍ବତନ ପ୍ରଶାସକ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ପୋଲିସ ସମନ କରାଯାଇଛି । ଆସନ୍ତା ୨୫ ତାରିଖ ଦିନ ୧୧ଟା ସୁଦ୍ଧା କ୍ୟାପିଟାଲ୍ ଥାନା ଏସିପି ଜୋନ୍-୧ଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି ।

ଦୀର୍ଘଦିନ ଧରି ଭି.କେ ପାଣ୍ଡିଆନ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିଲେ । ୨୦୨୪ରେ ବିଜେପି ସରକାର ଆସିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମସ୍ତ ଫାଇଲ୍ ଗୃହ ବିଭାଗକୁ ଫେରିଥିଲା । ହେଲେ ଫେରି ନଥିଲା ନାଇଡୁ ତଦନ୍ତ କମିଶନଙ୍କ ଫାଇଲ୍ ।

ନାଇଡୁ ତଦନ୍ତ କମିଶନଙ୍କ ଫାଇଲ୍ ନ ଫେରିବା ପଛରେ କ'ଣ ରହିଥିଲା ପାଣ୍ଡିଆନ୍‌ଙ୍କ ଭୂମିକା ? ମାମଲାରେ ପୋଲିସ ପୂର୍ବରୁ ୨ ଜଣଙ୍କୁ ନୋଟିସ୍ କରିଥିଲା । ପୂର୍ବତନ ଆଇଏଏସ୍ ମନୋଜ ମିଶ୍ର ହାଜର ହୋଇ ପୋଲିସ ନିକଟରେ ପକ୍ଷ ରଖିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored