ଲଗାତାର 24 ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ପଦ ଛାଡ଼ିବେ ନବୀନ

ଅର୍ଗସ ବ୍ୟୁରୋ: ବଡ ପରାଜୟ ସାମନା କରିବା ପରେ ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତାର 24 ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ପଦ ଛାଡ଼ିବେ ନବୀନ । ଆଜି ଦିନ 11ଟାରେ ରାଜଭବନ ଯିବେ ନବୀନ । ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଦେବେ ଇସ୍ତଫା ପତ୍ର ।
ଗତକାଲି ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିବାବେଳେ ଶେଷ ମୁହୂର୍ତ୍ତରେ କୁହାଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ଆଜି ଇସ୍ତଫା ଦେବେ । ସେପଟେ ନବୀନ ନିବାସ ସମ୍ମୁଖରେ ସବୁବେଳେ ଗହଳି ଚହଳି ଲାଗିରହୁଥିବାବେଳେ ଆଜି ପୁରା ଖାଁ ଖାଁ । ନା କେଉଁ ନେତାଙ୍କର ଯିବା ଆସିବା ଅଛି । ନା ସେ ଗହଳି ଚହଳି । ଅପରାଜୟ. ଅପ୍ରତିଦ୍ୱନ୍ଦୀ କୁହାଯାଉଥିବା ନବୀନ ପଟ୍ଟନାୟକଙ୍କୁ ମଧ୍ୟ ହାରିବାର ସ୍ୱାଦ ଚାଖିବାକୁ ପଡିଛି । ଯାହାକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ଜୋର୍ ।
ମୋଦି ସୁନାମିରେ ପରାଜୟର ସ୍ବାଦ ଚାଖିଲେ ବିଜେଡିର ବହୁ ହେଭିଓ୍ବେଟ
ମୋଦି ଲହରରେ 24 ବର୍ଷର ବିଜେଡି ସରକାର ତ ଗଡ଼ିଲା। ଲୋକସଭାରୁ ବି ମୂଳପୋଛ ହୋଇଗଲା ବିଜୁ ଜନତା ଦଳ। ଓଡ଼ିଶାର 21ଟି ଲୋକସଭା ଆସନ ମଧ୍ୟରୁ 20ଟି ଜିତିନେଇଛି ବିଜେପି। ବିଜେଡି ଖାତା ବି ଖୋଲିପାରିନାହିଁ। ଅର୍ଥାତ୍ ବିଜେଡି ସମସ୍ତ ଲୋକସଭା ଆସନରେ ପରାଜିତ ହୋଇଛି। ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ବିଜେପିର ସବୁ ହେଭିୱେଟ୍ ନେତା ଲୋକସଭା ଆସନରେ ବଡ଼ ବ୍ୟବଧାନରେ ଜିତିଛନ୍ତି ।
📱 Get Argus News App
✨ବିଜେପିର ବଡ଼ ବିଜୟ ପରେ ଦିଲ୍ଲୀ ଗଲେ କେନ୍ଦ୍ର ମନ୍ତ୍ରୀ
କଟକ ଲୋକସଭା ଆସନରେ ବିଜେପିର ଭର୍ତ୍ତୃହରି ମହତାବ, ବରଗଡ଼ ଲୋକସଭା ଆସନରେ ବିଜେପିର ପ୍ରଦୀପ ପୁରୋହିତ, ଜଗତସିଂହପୁର ଲୋକସଭା ଆସନରେ ବିଜେପିର ବିଭୁପ୍ରସାଦ ତରାଇ ବିଜୟୀ ହୋଇଛନ୍ତି। ଅନ୍ୟପଟେ ବିଜେଡି ନେତାମାନେ ମାଟି କାମୁଡ଼ିଛନ୍ତି। କେବଳ କଂଗ୍ରେସ ଗୋଟିଏରେ ବିଜୟୀ ହୋଇଛି। 2019 ଭଳି ଏଥର ମଧ୍ୟ କୋରାପୁଟ ଲୋକସଭା ସିଟରେ ବିଜୟୀ ହୋଇଛି।