Videos
|
Odisha

ଶିଳ୍ପର ସୁନେଲି ସ୍ବପ୍ନ ଦେଖାଇ ଜମି ନେଲେ, ୧୩ ବର୍ଷ ପରେ ଠକି ଦେଲେ

Manini Pattanayak
Browse all articles by Manini Pattanayak
·2 years ago·2 min read
ଶିଳ୍ପର ସୁନେଲି ସ୍ବପ୍ନ ଦେଖାଇ ଜମି ନେଲେ, ୧୩ ବର୍ଷ ପରେ ଠକି ଦେଲେ

ଭୁବନେଶ୍ୱର:  ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଶିଳ୍ପ ପ୍ରହେଳିକା। ଶିଳ୍ପର ସୁନେଲି ସ୍ବପ୍ନ ଦେଖାଇ ଜମି ନେଲେ, ୧୩ ବର୍ଷ ପରେ ଠକି ଦେଲେ। ରାତି ଅଧରେ ଜମି ମାଫିଆ ମାଟି ଚୋରି କରି  ବଡ ବଡ ପୋଖରୀ ଖୋଳିଲେଣି । ହେଲେ ପ୍ରଶାସନ ସବୁ ଜାଣିଶୁଣି ଚୁପ୍  । ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଏବେ  ଶିଳ୍ପ ପ୍ରହେଳିକା.. ବାଲେଶ୍ଵର ରେମୁଣା ର ନରହରିପୁର  ସମେତ ୯ ମୌଜା ର ୧୦୯୯ ଏକର ଜମିରେ ଇଣ୍ଡଷ୍ଟ୍ରିଆଲ ପାର୍କ କରିବାକୁ ୨୦୧୧ ରେ ସ୍ବପ୍ନ ଦେଖାଇଥିଲେ ବିଜେଡ଼ି ସରକାର. ଏକଥା ବି କହିଥିଲେ ୫ ଟି ଇଣ୍ଡଷ୍ଟ୍ରିଆଲ ପାର୍କ ହେଲେ ୧୦ ହଜାର ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ.. ରୋଜଗାର ଆଶାରେ ଲୋକେ ଖୁସିରେ ଜମି ଦେବାକୁ ହଁ ଭରିଥିଲେ.. ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ବି ପ୍ରକାଶ ପାଇଲା.. ହେଲେ ବର୍ଷ ପରେ ବର୍ଷ ବିତିଲା.. ଶିଳ୍ପ ର ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା।  
ନବୀନ ପଟ୍ଟନାୟକ ଙ୍କୁ  କରୁଛନ୍ତି ପ୍ରଶ୍ନ ଶିଳ୍ପ ନାଁ ରେ କାହିଁକି ଠକି ଦେଲେ ପୂର୍ବ ସରକାର ?

ନବୀନ ସରକାରରେ  କୁହାଳିଆ ଶିଳ୍ପ ମନ୍ତ୍ରୀ  ଥିବା ପ୍ରତାପ ଦେବ ଖୋଦ୍ ବାଲେଶ୍ବର ପର୍ଯ୍ୟବେକ୍ଷକ  ଥିଲେ..ରେମୁଣା ରେ ଶିଳ୍ପ ପାଇଁ ଉଦ୍ୟମ ତ କଲେନି  ବରଂ ବିର୍ଲା ଟାୟାର ପରି  ରୁଗଣ ହୋଇପଡ଼ିଥିବା ଅନେକ ଶିଳ୍ପକୁ ଆହୁରି ରୁଗଣ୍ ହେବାକୁ ଛାଡ଼ିଦେଲେ.. ସ୍ଥାନୀୟ ଯୁବକ କାମ ନ ପାଇ ଦାଦନ ଯାଉଥିବା ବେଳେ ଇଡକୋ ଜମି ନେବାକୁ ଥିବାରୁ ନା ଏଥିରେ ଚାଷୀ ନା ଚାଷ କରୁଛନ୍ତି ନା ଆବଶ୍ୟକ ସ୍ଥଳେ ବିକ୍ରି କରିପାରୁଛନ୍ତି।  ଚାଷୀ ଏବେ ନିଜ ଜମି ଚିହ୍ନି ପାରୂ ନ ଥିବା ବେଳେ ଏଠି ମାତିଛନ୍ତି ଜମି ମାଫିଆ.. ରାତି ଅଧରେ ଜମି ମାଫିଆ ମାଟି ଚୋରି କରି  ଜମି ରେ ବଡ ବଡ ପୋଖରୀ ଖୋଲିଲେଣି .. ଏ ନେଇ ପ୍ରଶାସନ ସବୁ ଜାଣି ଚୁପ୍ । ବାଲେଶ୍ଵର ଜିଲ୍ଲା ରେ ୧୯୯୧ ରୁ ଏ ପର୍ୟ୍ୟନ୍ତ ୧୮୭ ଟି ଛୋଟ ବଡ ଶିଳ୍ପ ବନ୍ଦ ହେଲାଣି.. ଏଥିରେ ବାଲିଆ ପାଳ ସୂତା କଳ ,  ବାଲେଶ୍ଵର ଆଲାଏଜ୍,  ସେରାମିକ୍ସ କାରଖାନା ,ବିର୍ଲା ଟାୟାର ପରି ବଡ ଶିଳ୍ପ ଅନୁଷ୍ଠାନ ବି ଅଛି। ବଡ ଶିଳ୍ପ ବନ୍ଦ ହେଉଛି ହେଲେ ନୂଆ ଶିଳ୍ପ ହେଉନି.. ନୂଆ ଶିଳ୍ପ କରିବା ନାଁ  ରେ ଲୋକଙ୍କୁ ଧୋକା ଦେଇଛି ବିଜେଡ଼ି ସରକାର।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: