Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଧାନସଭାରେ ହେଲିକପ୍ଟର ଖର୍ଚ୍ଚ ଦେଖାଇ ହେଲିପ୍ୟାଡ୍ ଦୁର୍ନୀତିକୁ ଚାପିଥିଲେ ନବୀନ !

Odisha

ବିଧାନସଭାରେ ହେଲିକପ୍ଟର ଖର୍ଚ୍ଚ ଦେଖାଇ ହେଲିପ୍ୟାଡ୍ ଦୁର୍ନୀତିକୁ ଚାପିଥିଲେ ନବୀନ !

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଧାନସଭାରେ ହେଲିକପ୍ଟର ଖର୍ଚ୍ଚ ଦେଖାଇ ହେଲିପ୍ୟାଡ୍ ଦୁର୍ନୀତିକୁ ଚାପିଥିଲେ ନବୀନ !
  • ହେଲିପ୍ୟାଡ୍ ତଳୁ ବାହାରିଲା ବିଜେଡି ସରକାର ସମୟର ବଡ ଦୁର୍ନୀତି
  • ପାଣ୍ଡିଆନଙ୍କ ପଲିଟାକାଲ ଲଚିଂର ହେଲିପ୍ୟାଡରୁ ବିଜେଡି ଖାତାକୁ ଯାଇଥିଲା ପିସି !
  • ବିଧାନସଭାରେ ହେଲିକପ୍ଟର ଖର୍ଚ୍ଚ ଦେଖାଇ ହେଲିପ୍ୟାଡ୍ ଦୁର୍ନିତିକୁ ଚାପିଥିଲେ ନବୀନ !
  • ଖୋଳତାଡ ପରେ ସେବେ ସୁପର ସିଏମ ସାଜିଥିବା ଭୈରବ ପାଣ୍ଡିଆନ୍ ଙ୍କ ଫିଟୁଛି ଗୁମର

ଅର୍ଗସ ବ୍ୟୁରୋ:  ହେଲିପ୍ୟାଡ୍ ନିର୍ମାଣରେ ହଲମାର୍କା ଦୁର୍ନୀତି । ସରକାରୀ ଟଙ୍କା ଖର୍ଚ୍ଚ କରି କରାଯାଇଥିବା ପାଣ୍ଡିଆନ୍ ଙ୍କ ପଲିଟିକାଲ ଲଚିଂରେ ହୋଇଥିଲା ବଡ ଧରଣର ପିସି କାରବାର । ଦୁର୍ନୀତି ଟଙ୍କାରେ ବିଜେଡି ଖାତାକୁ ନିର୍ବାଚନୀ ଚାନ୍ଦା ଯୋଗାଇଥିଲେ ପିସି ରାକ୍ଷସ । କୋଟି କୋଟି ଟଙ୍କା ରାଜ୍ୟ ରୋଜକୋଷରୁ ହୋଇଥିଲା ହରିଲୁଟ । ବ୍ୟକ୍ତିଗତ କାମରେ ହେଲିକପଟର ବୁଲାଇବା ସହ ହେଲିପ୍ୟାଡ୍  ନିର୍ମାଣରେ ବି ଦୁର୍ନିତି କରାଇଥିଲେ ଭି.କେ ପାଣ୍ଡିଆନ୍ । ପରିବହନ ବିଭାଗ ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ଖୋଳତାଡ ଗୋଟିଏ ପରେ ଗୋଟିଏ ଗୁମର ଆସୁଛି ସାମନାକୁ । ଗ୍ରାଉଣ୍ଡରୁ ବି ଆସିବାରେ ଲାଗିଛି ଗଣ୍ଡା ଗଣ୍ଡା ପ୍ରମାଣ । ବାଲେଶ୍ବରରୁ ବାଙ୍ଗିରିପୋଷି, ଦେବଗଡରୁ ଦିଗପହଣ୍ଡି । ସିମେଣ୍ଟ କଂକ୍ରିଟର ଏହି ହେଲିପ୍ୟାଡକୁ. ଗୋଟିଏ  ହେଲପ୍ୟାଡ ପାଇଁ ସରକାରୀ ତହବିଲରୁ ପ୍ରାୟ 5 ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି.. ଏଥରୁ  ଅଧା ବିଜେଡି ଠିକାଦାର ମାଧ୍ୟମରେ ଦଳୀୟ ପାଣ୍ଠି ଟଙ୍କା ଯାଇଥିବା ଅଭିଯୋଗ ଆସିଛି। ପୁରା ରାଜ୍ୟରେ ପାଣ୍ଡିଆନଙ୍କ ପଲିଟିକାଲ ଲଂଚି ପାଇଁ  450 ସିମେଣ୍ଟ  ହେଲିପ୍ୟାଡ  ହୋଇଛି... ଲୋକଙ୍କ ଅଭିଯୋଗ  ଏଥିରେ  ଶହ ଶହ କୋଟିର ଟଙ୍କାର ଦୁର୍ନୀତି ହୋଇଛି॥

ସେପଟେ ପାଣ୍ଡିଆନ୍ ବୁଲିଥିବା 450 ସ୍ଥାନରେ ହେଲିପ୍ୟାଡ୍ ନିର୍ମାଣରେ ଦୁର୍ନିତିର ଗନ୍ଧ ବାରି ପୂର୍ତ୍ତ ମନ୍ତ୍ରୀ ତଦନ୍ତ ନିର୍ଦେଶ ଦେବା ପରେ ବଢିଛି ବିବାଦ । ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ପରାଜୟ ପରେ ବି ପାଣ୍ଡିଆନ୍ ନବୀନ ନିବାସରେ ଆତ୍ମଗୋପନ କରି ବିଜେଡି ଓ ନବୀନଙ୍କୁ କୁ ପରିଚାଳନା କରୁଥିବା ଦେଖିବାକୁ ମିଳୁଛି । ଯେଉଁଥିପାଇଁ ଦଳୀୟ ନେତାଙ୍କ ଠୁ ନେଇ ସାଧାରଣ ଲୋକଙ୍କ ଭିତରେ ଥିବା ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ଏଭଳି ସ୍ଥିତିରେ ହେଲିକପଟର ବୁଲା ଓ ହେଲିପ୍ୟାଡ୍ ଦୁର୍ନିତିର ତଦନ୍ତର ସତ୍ୟାସତ୍ୟ ସାମ୍ନା ଆସିଗଲେ ପାଣ୍ଡିଆନ୍ ଙ୍କୁ ତଡିପାର୍ ହେବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen suppressed the helipad corruption by showing the cost of the helicopter in the Assembly! | Argus News