Videos
|
Odisha

ନିର୍ଦ୍ଦୟ ହୋଇଥିଲେ ନବୀନ, ମୋହନ ଦେଖାଇଲେ ମହନତା

Ritu Das
Browse all articles by Ritu Das
·2 years ago·2 min read
ନିର୍ଦ୍ଦୟ ହୋଇଥିଲେ ନବୀନ, ମୋହନ ଦେଖାଇଲେ ମହନତା

ଅର୍ଗସ ବ୍ୟୁରୋ: ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ପୁଣିଥରେ ଖୋଲିବାକୁ ବିଜେପି ସରକାର ଆରମ୍ଭ କରିଛନ୍ତି ଯୋଜନା । ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନ କୁ  ଯିବା କୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି, ସ୍ଥାନୀୟ ଲୋକଙ୍କର ବି ଦାବି କୁ ଅଣଦେଖା କରାଯାଇଛି, ସେହି ସବୁ ସ୍କୁଲ ଗୁଡିକୁ ଲୋକଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ବିଜେପି ସରକାର ପୁଣି ଥରେ ଖୋଲିବାକୁ ଯୋଜନା କରୁଛନ୍ତି । ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ସଚିବ ଙ୍କୁ ତୁରନ୍ତ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ବିଭାଗୀୟ ମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ। 

ସଚିବଙ୍କୁ କୁହାଯାଇଛି ଲୋକଙ୍କ ଦାବି ଅନୁଯାୟୀ କେଉଁଠି ବନ୍ଦ ହୋଇଥିବା ସ୍କୁଲ ର ଖୋଲିବା ଆବଶ୍ୟକତା ଅଛି ତାହାର ରିପୋର୍ଟ ପ୍ରସ୍ତୁତ କର । ତେବେ ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସେହି ରିପୋର୍ଟ ଆଧାରରେ ବିଜେଡି ସରକାର ରେ ବନ୍ଦ କରି ଦିଆଯାଇଥିବା ସ୍କୁଲ ଗୁଡିକୁ ଆମେ ଖୋଲିବୁ କହିଛନ୍ତି ମନ୍ତ୍ରୀ । ସେପଟେ ଏ ନିଷ୍ପତ୍ତିକୁ ଖୋଦ୍ ବିଜେଡି ଓ କଂଗ୍ରେସ ବି କରିଛନ୍ତି ସ୍ବାଗତ। 

ସେପଟେ ସରକାରଙ୍କ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଅଭିଭାବକ ଙ୍କ ଠୁ ନେଇ ପିଲା ମନାଙ୍କ ମଧ୍ୟରେ ଦେଖାଦେଇଛି ଖୁସିର ଲହର । ଦେଖନ୍ତୁ ଇଏ ହେଉଛି ବୋରିଗୁମା ବ୍ଲକ୍ ରାଣିଗଡ ପ୍ରଥାମିକ ବିଦ୍ୟାଳୟର ଦୃଶ୍ୟ । 1992 ମସିହାରେ ନିର୍ମାଣ ହୋଇଥିବା ଏହି ସ୍କୁଲ କୁ ଦୁଇ ବର୍ଷ ତଳୁ ବନ୍ଦ କରିଦିଆଯିବା ଦ୍ବାରା ପିଲାମାନଙ୍କୁ 8 କିଲୋମିଟର ବଣ ପାହାଡ ଅତିକ୍ରମ କରି ଅନ୍ୟ ସ୍କୁଲକୁ ଯିବାକୁ ପଡୁଛି । ସେହିପରି ପାଲଲହଡା ର ନୂଆ ସିଡିଙ୍ଗ ପ୍ରଥାମିକ ବିଦ୍ୟାଳୟରେ ବି ସମାନ ସ୍ଥିତି । ତେବେ ନୂଆ ସରକାର ଏହି ପରି ସ୍କୁଲ ଖୋଲିବାକୁ ଘୋଷଣା କରିବା ପରେ ସବୁଠି ଖୁସିର ଲହର ଦେଖିବାକୁ ମିଳିଛି ।  

2020 ମସିହାରେ ବିଜେଡି ସରକାର ରାଜ୍ୟର 7 ହଜାର 478 ସ୍କୁଲ କୁ ସବୁଦିନ ପାଇଁ ବନ୍ଦ କରି ଦେଇଥିଲେ । ଗଜପତି ଜିଲ୍ଲାରେ 604 ସ୍କୁଲ ବନ୍ଦ ହୋଇଥିବା ବେଳେ କଟକରେ 529, ଗଞ୍ଜାମରେ 493, କନ୍ଧମାଳରେ 460 ଓ କୋରାପୁଟରେ 425 ଏହିଭଳି ବିଭିନ୍ନ ଜିଲ୍ଲାର ଏକାଧିକ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା । ଏପରିକି ପିଲାଙ୍କ ବିନତି ଓ ଅଭିଭାବକ ମାନଙ୍କ ଗୁହାରିକୁ ବି ଶୁଣିନଥିଲେ ସେତେବେଳର ବିଜେଡି ସରକାର । ଆଉ ଏବେ ପୁଣି ସେହି ସବୁ ସ୍କଲକୁ ଖୋଲିବା ଲାଗି ବିଜେପି ସରକାରର ନିଷ୍ପତ୍ତିକୁ ପ୍ରତ୍ୟେକ ମହଲରେ ସ୍ଗାଗତ କରାଯ।ଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର