Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜୁ ଜୟନ୍ତୀରେ ବିଜେଡି ପାଇଁ ବଢ଼ିଲା ଟିକେଟ୍ ଅଡୁଆ  

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଜୁ ଜୟନ୍ତୀରେ ବିଜେଡି ପାଇଁ ବଢ଼ିଲା ଟିକେଟ୍ ଅଡୁଆ  

ଭୁବନେଶ୍ୱର: ବିଜୁ ଜୟନ୍ତୀରେ ବିଜେଡି ପାଇଁ ବଢ଼ିଲା ଟିକେଟ୍ ଅଡୁଆ । ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଏବଂ ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ଟିକେଟ ଆଶାୟୀ ଶକ୍ତି ପ୍ରଦର୍ଶନ କରି ଆସିଲେ ନବୀନ ନିବାସ । ନିଜର ଶତାଧିକ କର୍ମୀଙ୍କୁ ସାଙ୍ଗରେ ଧରି ନବୀନ ନିବାସ ସାମ୍ନାରେ କଲେ ଶକ୍ତି ପ୍ରଦର୍ଶନ । ନବୀନଙ୍କୁ ବାୟୋଡାଟା ଦେଇ ନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ଜଣାଇଲେ ଦାବି ।  ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ଅନନ୍ତ ନାରାୟଣ ଜେନାଙ୍କ ବଦଳରେ ତାଙ୍କୁ ଟିକେଟ ମିଳୁ ବୋଲି ନବୀନଙ୍କୁ ଭେଟି ଦାବି ରଖିଛନ୍ତି ଦଳର ଚାରି ଚାରି ଥରର କର୍ପୋରେଟର ଅମରେଶ ଜେନା ।

ସେହିପରି ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ନବୀନଙ୍କ କ୍ୟାବିନେଟର ମନ୍ତ୍ରୀ ଥିବା ଅଶୋକ ପଣ୍ଡାଙ୍କ ବଦଳରେ ଯୁବ ଚେହେରା ଭାବେ ଟିକେଟ ପାଇବା ପାଇଁ ହକଦାର ବୋଲି କହିଛନ୍ତି ଦଳର ଚାରି ଚାରି ଥର କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର । ସେପଟେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ପାଇଁ ଦଳରେ କଳି ବଢିଛି । ପ୍ରାର୍ଥୀ ଦୌଡ଼ରେ ଏଣ୍ଟ୍ରି ମାରିଛନ୍ତି ବିଜେଡି ନେତା ତଥା ଭୁବନେଶ୍ବରର ପ୍ରଥମ ମେୟର ମିହିର ମହାନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen was given a resume to be a candidate for the election. | Argus News