Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚର୍ଚ୍ଚାରେ ନବୀନଙ୍କ ଭିଡିଓ , ତଥାପି କେଉଁ ଅସମ୍ମାନର ଜବାବ ଦେବେ ନବୀନ ?...

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଚର୍ଚ୍ଚାରେ ନବୀନଙ୍କ ଭିଡିଓ , ତଥାପି କେଉଁ ଅସମ୍ମାନର ଜବାବ ଦେବେ ନବୀନ ?...

Key Points

  • କିଏ କରୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅସମ୍ମନ ?
  • କେଉଁ ଅସମ୍ମାନର ଜବାବ ଦେବାକୁ ନବୀନ ଦେଉଛନ୍ତି ଆହ୍ବାନ୍ ?
  • ନବୀନଙ୍କୁ ଅସମ୍ମାନର ଦୁଇଟି ଭିଡିଓକୁ ନେଇ ଦେଶସାରା ଚର୍ଚ୍ଚା
  • ନବୀନଙ୍କ ପ୍ରକୃତ ଅସମ୍ମାନକାରୀ ବିରୋଧୀ ନା ହାତ ଚାପି ଦେଉଥିବା ଗୁମାସ୍ତା ?

ଅର୍ଗସ ବ୍ୟୁରୋ : ଏ ଭିଡିଓକୁ ନେଇ ଏବେ ସାରା ଦେଶରେ ଆଲୋଡନ। ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି 25 ବର୍ଷର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଅତ୍ୟାଚାର। ସେଥିପାଇଁ ତ ଆସମ ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ ଆଘାତ ଦେଇଥିଲା ଏ ଦୃଶ୍ୟ। ଆଉ ସେଥିପାଇଁ ସେ କହିଥିଲେ ସାରା ଦେଶରେ କୌଣସି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ ଲାଗି କେହି କରିବେନି ଦୁଃସାହସ। ଏହି ଭିଡିଓକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ। କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏଭଳି ଏକ ଭିଡିଓକୁ ନେଇ ବିବାଦ ତିଆରି ହେଲା ଯାହା ପ୍ରତ୍ୟେକ ସ୍ବାଭିମାନୀ ଓଡ଼ିଶାଙ୍କୁ ବିଚଳିତ କରି ଦେଇଥିଲା। ଆଉ ବିରୋଧୀ ଯଦି ଏହାକୁ ନେଇ ପ୍ରଶ୍ନ କଲେ ତାହା କଣ କୁହାଯିବ ବିରୋଧୀ କରୁଛନ୍ତି ନବୀନଙ୍କୁ ଅସମ୍ମାନ ?

ତାହାଲେ ପ୍ରକୃତରେ ନବୀନଙ୍କୁ ଅସମ୍ମାନ କରୁଛି କିଏ ? କିଏ 25 ବର୍ଷର ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣିନେଇ ଚାପିଦେଉଛି ? କିଏ ନବୀନଙ୍କୁ ଗୋଡ଼ ମାରିବାକୁ ନେଇ ଦେଖାଦେଇଛି ବିବାଦ ? କେଉଁ ଅଧିକାରରେ ଏହି ବ୍ୟକ୍ତି ଜଣକ ନବୀନଙ୍କ ପ୍ରତି କରିଚାଲିଛନ୍ତି ଏପରି ବ୍ୟବହାର ? ନା ସିଏ ରାଜ୍ୟ ସରକାରରେ କୌଣସି ଗୁରୁତ୍ବପୂର୍ଣ୍ଣ ଭୂମିକାର, ନା ସିଏ ବିଜେଡିରେ କୌଣସି ପଦାଧୀକାରୀ ଦାୟିତ୍ବରେ ନା ସିଏ ନବୀନଙ୍କ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ? ତାହାଲେ ଏବେ ଆପଣ ବିଚାର କରନ୍ତୁ  ମୁଖ୍ୟମନ୍ତ୍ରୀଙ୍କ ଏହି ଅପିଲ ପ୍ରକୃତରେ କେଉଁ ଅସମ୍ମାନକାରୀଙ୍କ ବିରୋଧରେ ?

ଅଧିକ ପଢନ୍ତୁ : ପାଣ୍ଡିଆନଙ୍କୁ ନେଇ ବଡ଼ ପ୍ରତିକ୍ରିୟା ଦେଲେ ନବୀନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିରୋଧୀଙ୍କର ସବୁ ଆରୋପ, ଅଭିଯୋଗକୁ ଅଣଦେଖା କରି ଯାହାଙ୍କୁ 25 ବର୍ଷ ଧରି ଓଡ଼ିଶାବାସୀ ନିଜ ଶାସନ ଡୋରୀ ଧରାଇଆସିଛନ୍ତି ତାଙ୍କ ପ୍ରତି ଏପରି ଅସମ୍ମାନ ଓ ଛଳନାକୁ ବରଦାସ୍ତ କରିବେ ତ ସ୍ବାଭିମାନୀ ଓଡ଼ିଆ। ନା ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ ନବୀନଙ୍କୁ ଢାଲ କରି ଯିଏ ଓଡ଼ିଶାର କ୍ଷମତା ହଡ଼ପ ଲାଗି ରଚିଛି ଷଡ଼ଯନ୍ତ୍ର ତାକୁ ଦେବେ ଭୋଟରେ ଜବାବ ? ବ୍ୟୁରୋ ରିପୋର୍ଟ, ଅର୍ଗସ ନ୍ୟୁଜ୍

Sponsored
Naveen's disrespect video is in the spotlight | Argus News