Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲବିର ଚକ୍ରାନ୍ତରେ ନବୀନଙ୍କ ସ୍ଵାସ୍ଥ୍ୟ ଜାଣିଶୁଣି ଖରାପ କରାଯାଇଥିବା ମୋଦିଙ୍କ ସନ୍ଦେହ

Smruti Parija
Browse all articles by Smruti Parija
·2 years ago·1 min read
ଲବିର ଚକ୍ରାନ୍ତରେ ନବୀନଙ୍କ ସ୍ଵାସ୍ଥ୍ୟ ଜାଣିଶୁଣି ଖରାପ କରାଯାଇଥିବା ମୋଦିଙ୍କ ସନ୍ଦେହ

ଅର୍ଗସ ବ୍ୟୁରୋ: ନବୀନଙ୍କ ସ୍ଵାସ୍ଥ୍ୟାବସ୍ଥା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ମୋଦି । ଲବିର ଚକ୍ରାନ୍ତରେ ସ୍ଵାସ୍ଥ୍ୟ ଜାଣିଶୁଣି ଖରାପ କରାଯାଇଥିବା ମୋଦିଙ୍କ ସନ୍ଦେହ । ହଠାତ୍ ନବୀନଙ୍କର ସ୍ଵାସ୍ଥ୍ୟ କିପରି ବିଗିଡ଼ିଗଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି । ନବୀନଙ୍କ ସ୍ଵାସ୍ଥ୍ୟ ଖରାପ ପଛରେ ସେହି ଲୋକଙ୍କ ହାତ ନାହିଁ ତ ? ଯେଉଁମାନେ ଶାସନ ହଡ଼ପ କରିଛନ୍ତି, ସେହିମାନଙ୍କ ହାତ ନାହିଁ ତ ? 

ତେବେ ନବୀନଙ୍କ ହଠାତ୍ ସ୍ଵାସ୍ଥ୍ୟ ଖରାପର ଯାଞ୍ଚ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି । ହଠାତ୍ ନବୀନ ବାବୁଙ୍କ ସ୍ଵାସ୍ଥ୍ୟ କାହିଁକି ଖରାପ ହେଲା ? ଏଥିପାଇଁ ବିଜେପି ସରକାର ସ୍ଵତନ୍ତ୍ର କମିଟି ଗଠନ କରିବ । ଏବଂ କମିଟି ଯାଞ୍ଚ କରିବ ନବୀନ ବାବୁଙ୍କ ସ୍ବାସ୍ଥ୍ୟ ଖରାପ ହେବାର କାରଣ କ'ଣ । ସଭାମଞ୍ଚରେ ପାଣ୍ଡିଆନ୍ ହାତ ଘୋଷାଡ଼ିବା, ଗୋଇଠା ମାରିବାର ଚିତ୍ର ସାମ୍ନାକୁ ଆସିଛି । ନବୀନ ଅସହାୟତାର ସୁଯୋଗ ନେଇ ପାଣ୍ଡିଆନ କରୁଛନ୍ତି କି ଦୁରୁପଯୋଗ ? ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ମଧ୍ୟ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen's health was deliberately damaged in the conspiracy of the lobby-said-pm-modi | Argus News