|
logo
Live

Argus News - ଓଡ଼ିଶା ଛତିଶଗଡ ସୀମାରେ ଏନକାଉଣ୍ଟରରେ ଟଳିଲେ ନକ୍ସଲ୍

Odisha

ଓଡ଼ିଶା ଛତିଶଗଡ ସୀମାରେ ଏନକାଉଣ୍ଟରରେ ଟଳିଲେ ନକ୍ସଲ୍

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଓଡ଼ିଶା ଛତିଶଗଡ ସୀମାରେ ଏନକାଉଣ୍ଟରରେ ଟଳିଲେ ନକ୍ସଲ୍

ଅର୍ଗସ ବ୍ୟୁରୋ : ଓଡ଼ିଶା ଛତିଶଗଡ ସୀମାରେ ଏନକାଉଣ୍ଟରେ ଟଳିଲେ ନକ୍ସଲ୍ । ଧମତରୀରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରେ ଜଣେ ନକ୍ସଲ ନିହତ ହୋଇଛି । ମୃତକ ଜଣକ ହେଲେ  ଅରୁଣ କୁମାର ମାଣ୍ଡାଭି । ସେ ସୀତାନଦୀ ଏରିଆ କମିଟିର କମାଣ୍ଡର । ତା ମୁଣ୍ଡ ଉପରେ 5 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଘଟଣାସ୍ଥଳରୁ ଗୋଟିଏ SLR, ଅସ୍ତ୍ରଶସ୍ତ୍ର, ଦୁଇଟି ମାଓ ପତ୍ରିକା, 15 ଖଣ୍ଡ ଜୀବନ୍ତ କାର୍ଟ୍ରିଜ୍ ଜବତ ହୋଇଛି ।

ଅଧିକ ପଢନ୍ତୁ : ଛତିଶଗଡରେ ପୁଣି ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

DRG ସିଟି ଟିମ୍ ଖାଲାରୀ ପୋଲିସ୍ ଷ୍ଟେସନ୍ ଅଞ୍ଚଳର ଜଙ୍ଗଲରେ ନକ୍ସଲ ବିରୋଧୀ ଅପରେସନ୍ କରିବାକୁ ବାହାରିଥିଲେ । ସେହି ସମୟରେ ଆମଜହର ଜଙ୍ଗଲରେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ନକ୍ସଲ । ଯବାନଙ୍କ ପାଲଟା ଗୁଳି ଚାଳନା କରିଥିଲେ । ଏହି ଗୁଳି ବିନିମୟ 40ରୁ 45 ମିନିଟ୍ ଚାଲିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଓଡ଼ିଶା ଛତିଶଗଡ ସୀମାରେ ଏନକାଉଣ୍ଟରରେ ଟଳିଲେ ନକ୍ସଲ୍ | Argus News