Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

Odisha

ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

Manini Pattanayak
Browse all articles by Manini Pattanayak
·2 years ago
ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

ମାଲକାନଗିରି:  ନକ୍ସଲଙ୍କ ଟାର୍ଗେଟରେ ବିଜେପି ନେତା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁରରେ ନକ୍ସଲମାନେ ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିଜେପି ନେତା ତଥା ଟ୍ରେଡର୍ସ ସେଲର ସଂଘର ଉପାଧ୍ୟକ୍ଷ କୈଲାଶ ନାଗଙ୍କୁ ବୁଧବାର ସନ୍ଧ୍ୟାରେ କୋଟମେଟାରେ ନକ୍ସଲମାନେ ହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ ଜଙ୍ଗଲା ପୋଲିସ ଥାନା ଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା କୋଟାମେଟ୍ଟାରେ କୈଲାଶ ନାଗଙ୍କ ଜେସିବି ଗାଡିରେ ପୋଖରୀ ଖୋଳା କାର୍ଯ୍ୟ ଚାଲିଥିଲା। ଏହି ସମୟରେ ନକ୍ସଲମାନେ କୈଲାଶଙ୍କୁ ହତ୍ୟା କରିଛନ୍ତି । ଏହାସହ ଜେସିବିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ତେବେ ଛଅ ଦିନ ମଧ୍ୟରେ ନକ୍ସଲମାନେ ଦ୍ୱିତୀୟ ଥର ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି। ଗତ ଶୁକ୍ରବାର ତୋଏନା ଗାଁରେ ବିଜେପି ନେତା ତଥା ଜିଲ୍ଲା ସଦସ୍ୟ ତିରୁପତି କାଟଲାଙ୍କୁ ହତ୍ୟା କରିଥିଲେ ନକ୍ସଲ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naxals shot dead another BJP leader in Bijapur | Argus News