Videos
|
Crime

Crime In Odisha / ବଢୁଥିବା ଅପରାଧକୁ ନେଇ ସରଜମିନ ରିପୋର୍ଟ ମାଗିଲେ ଡିଜି, ବେପରୁଆ ଅଧିକାରୀଙ୍କୁ ଘାରିଲାଣି ଭୟ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ବଢୁଥିବା ଅପରାଧକୁ ନେଇ ସରଜମିନ ରିପୋର୍ଟ ମାଗିଲେ ଡିଜି, ବେପରୁଆ ଅଧିକାରୀଙ୍କୁ ଘାରିଲାଣି ଭୟ
DGP Warns of Major Action Against Negligence

Key Points

କେଉଁଠି ପନିକିରେ ହାଣି ଯୁବକଙ୍କୁ ଲହୁଲୁହାଣ କରାଯାଉଛି ତ କେଉଁଠି ହତ୍ୟା ପରେ ପୋଡ଼ି ଦେଉଛନ୍ତି ମୃତଦେହ । ବାଲିଅନ୍ତାଠାରୁ କଣାସ ଏବଂ ନୟାଗଡ଼ରୁ ବାଲେଶ୍ୱର ସବୁଠି ରକ୍ତର ଛିଟା ।
ଭୁବନେଶ୍ଵର: ରାଜ୍ୟରେ ଏବେ ଅପରାଧୀ ବେଲଗାମ୍ । କେଉଁଠି ପନିକିରେ ହାଣି ଯୁବକଙ୍କୁ ଲହୁଲୁହାଣ କରାଯାଉଛି ତ କେଉଁଠି ହତ୍ୟା ପରେ ପୋଡ଼ି ଦେଉଛନ୍ତି ମୃତଦେହ । ବାଲିଅନ୍ତାଠାରୁ କଣାସ ଏବଂ ନୟାଗଡ଼ରୁ ବାଲେଶ୍ୱର ସବୁଠି ରକ୍ତର ଛିଟା । ରାଜ୍ୟରେ ବିଗୁଡୁଥିବା ଏଭଳି ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଏବେ ଗମ୍ଭୀର ହୋଇଛନ୍ତି ପୋଲିସ ମୁଖିଆ ।

ବାଲିଅନ୍ତା ହତ୍ୟାକାଣ୍ଡରେ ପୋଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିବା ପରେ, ଯୋଗାଯୋଗ ଏବଂ ସହଯୋଗ ଅଭାବକୁ ଦାୟୀ କରିଛନ୍ତି ପୋଲିସ ଡିଜି । ଏପରିକି ବିଭିନ୍ନ ସମ୍ବେଦନଶୀଳ ମାମଲାରେ ସରଜମିନ ରିପୋର୍ଟ ମାଗିବା ସହ ବେପାରୁଆ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନର ସଂକେତ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଭୁଜାଲି ମାଡ଼ର ଜବାବ ଗୁଳି; ପୋଲିସ ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ 

କଣାସରେ ଯୁବକଙ୍କୁ ପନିକିରେ ଆକ୍ରମଣ । ନୟାଗଡ଼ରେ ଦୁଇ ଦୁଇଟି ହତ୍ୟାକାଣ୍ଡ, ନ୍ୟାୟ ପାଇଁ ରାସ୍ତାରୋକ । ବାଲିଅନ୍ତାରେ ଯୁବକଙ୍କୁ ପିଟି ହତ୍ୟା ସହ ରାଜ୍ୟରେ ବିଗୁଡୁଥିବା ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ବାଲିଅନ୍ତା ହତ୍ୟା ଘଟଣାରେ ପ୍ରାଥମିକ ରିପୋର୍ଟ ହସ୍ତଗତ ହେବା ପରେ ଡିଜିପି, ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାଲିଅନ୍ତ ହତ୍ୟାର ପ୍ରାଥମିକ ରିପୋର୍ଟରେ କଣ ଅଛି ?

ଘଟଣା ଘଟିବା ଠାରୁ ଉଦ୍ଧାର କରିବା ପର୍ଯ୍ୟନ୍ତ ପୋଲିସର କାର୍ଯ୍ୟଶୈଳୀ ସବୁକିଛି ଦର୍ଶାଯାଇଛି । ଯାହାକୁ ନେଇ ଆଗାମୀ ସମୟରେ ଆଉ କିଛି ବରିଷ୍ଠ ଅଧିକାରୀମାନଙ୍କ ଉପରେ ହୋଇପାରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ । କମ୍ୟୁନିକେସନ୍, କୋର୍ଡିନେସନ ସହିତ କାହିଁକି ହୋଇପାରିନଥିଲା ଆକ୍ସନ ତାର ଉତ୍ତର ମାଗିଛନ୍ତି ଡିଜି । ସୌମ୍ୟ ହତ୍ୟା ଘଟଣାରେ ଏବେ ସୁଦ୍ଧା ପୋଲିସ ୧୨ ଜଣଙ୍କୁ ଗିରଫ କରିଛି ।

ଏଥିସହ ପଢ଼ନ୍ତୁ: ରାସ୍ତା କଡ଼ରେ ପଡ଼ିଛି ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ; ପୋଲିସ-ସାଇଣ୍ଟିଫିକ୍ ଟିମ୍‌ର ତନାଘନା 

କଣାସରେ ବଜାର ଉପରେ ଯୁବକଙ୍କୁ ପନିକିରେ ହାଣିବା ପରେ ବୁଲେଟ୍ ଚଢ଼ାଇ ଲହୁଲୁହାଣ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ପପୁ ସମେତ ୬ ଜଣଙ୍କୁ ବାନ୍ଧିଛି । ସେପଟେ ନୟାଗଡ଼ରେ ଯୁବକଙ୍କୁ ହତ୍ୟା ପରେ ଜାଳିଦେବା ଘଟଣାରେ ରାସ୍ତାରୋକ ହୋଇଛି । ଦୁର୍ବୃତ୍ତଙ୍କ ଗିରଫ ଦାବି କରିଛନ୍ତି ଲୋକେ । ଓଡଗାଁରେ ଯୁବକଙ୍କ ହାତ ଗୋଡ଼ କାଟି ପଥର ମାଫିଆ ହତ୍ୟା କରିବା ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମଙ୍ଗଳବାର ସେହି ଘଟଣାରେ ହୋଇଛି ସିନ ରିକ୍ରିଏସନ୍ ।

ରାଜ୍ୟରେ ଏଭଳି ବଢୁଥିବା ଅପରାଧକୁ ନେଇ ଡିଜିପି ମାଗିଛନ୍ତି ସରଜମିନ ରିପୋର୍ଟ । ବାଲିଅନ୍ତା, ନୟାଗଡ଼, ବେଲପାହାଡ଼, ବାଲେଶ୍ଵର ଓ ସୋର ହତ୍ୟା ମାମଲା ନେଇ ରିପୋର୍ଟ ମାଗିଛନ୍ତି ପୋଲିସ ଡିଜି । ଆଗକୁ କ୍ରାଇମସ୍ପଟରେ ପହଞ୍ଚିବା ପରେ ପିସିଆରରେ ଡ୍ୟୁଟି କରୁଥିବା କନଷ୍ଟେବଳ ଓ ହୋମଗାର୍ଡଙ୍କୁ ଟ୍ରେଣ୍ଡ ଓ ପିପୁଲ୍ସ ଫ୍ରେଣ୍ଡଲି ହେବାକୁ ଡିଜିପି ଜିଲ୍ଲାୱାରୀ ନିର୍ଦ୍ଦେଶ ବି ଜାରି କରିଛନ୍ତି ।