Pari Film / 'ପରୀ' ଫିଲ୍ମରେ ଅଛି କି ନୟାଗଡ଼ର ଚର୍ଚ୍ଚିତ କାହାଣୀ ? ପରିବାରର ବିରୋଧ ପରେ କ୍ଷମା ମାଗିଲେ ଚଳଚ୍ଚିତ୍ର ନିର୍ମାତା
·5 months ago·2 min read

Key Points
ପରୀ ହତ୍ୟାକାଣ୍ଡକୁ ନେଇ ଫିଲ୍ମ ନିର୍ମାଣକୁ ବିରୋଧ କରିଛନ୍ତି ପରିବାର ଲୋକେ । ପରୀ ବାପା ମାଙ୍କ ବିନା ଅନୁମତିରେ ଫିଲ୍ମ ନିର୍ମାଣ କରାଯାଇଥିବା କହିଛନ୍ତି ପରୀର ବାପା ।
ଭୁବନେଶ୍ଵର: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡକୁ ନେଇ ଫିଲ୍ମ । ଯାହାକୁ ବିରୋଧ କରିଛନ୍ତି ପରୀର ପରିବାର ଲୋକେ । ଅଭିଯୋଗ କରିଛନ୍ତି, ପରିବାରର ବିନା ଅନୁମତିରେ ନିର୍ମାଣ ହୋଇଛି ଫିଲ୍ମ । ଯାହାକୁ ନେଇ ବିବାଦ ତେଜୁଥିବା ବେଳେ କ୍ଷମା ପ୍ରାର୍ଥନା କରିଛନ୍ତି ସଂଳାପକାର ରଜନୀ ରଞ୍ଜନ ଓ ଅଭିନେତା ଜ୍ୟୋତି ।
ପରୀ ହତ୍ୟାକାଣ୍ଡକୁ ନେଇ ଫିଲ୍ମ ନିର୍ମାଣକୁ ବିରୋଧ କରିଛନ୍ତି ପରିବାର ଲୋକେ । ପରୀ ବାପା ମାଙ୍କ ବିନା ଅନୁମତିରେ ଫିଲ୍ମ ନିର୍ମାଣ କରାଯାଇଥିବା କହିଛନ୍ତି ପରୀର ବାପା । ସେ କହିଛନ୍ତି, "ଆମ ଝିଅକୁ ବଦନାମ କରି ଫିଲ୍ମ କରିବା ଉଚିତ ନୁହେଁ ।" ପୂର୍ବରୁ ଅଭିନେତା ଜ୍ୟୋତି କହିଥିଲେ, "ଫିଲ୍ମ ନୟାଗଡ଼ ପରୀ କାହାଣୀ ଉପରେ ଆଧାରିତ ।"
ଏଥିସହ ପଢ଼ନ୍ତୁ: ଘର ବାହାରେ ଛୁଆ ଏକାକୀ ଖେଳୁଥିଲେ ସାବଧାନ, ଛୁରି ଦେଖାଇ ନେଇ ଯାଉଛନ୍ତି...
ପରୀ ହତ୍ୟାକାଣ୍ଡକୁ ନେଇ ଫିଲ୍ମ ନିର୍ମାଣକୁ ପରୀ ପରିବାର ପକ୍ଷରୁ ବିରୋଧ କରାଯାଇଛି । ପରୀର ବାପା ଓ ମାଆଙ୍କ ଅନୁମତି ନନେଇ ଫିଲ୍ମ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏବିଷୟରେ ସୋସିଆଲ ମିଡିଆରେ ଜାଣିବା ପରେ ଆଇନ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରୀର ବାପା ।
ଏବେ ବି ମାମଲା କୋର୍ଟରେ ଚାଲିଛି । ତା ସତ୍ତ୍ଵେ ଆମ ଝିଅକୁ ବଦନାମ କରି ଫିଲ୍ମ କରିବା ଆମେ ଉଚିତ ଭାବିନୁ ବୋଲି କହିଛନ୍ତି ପରୀଙ୍କ ବାପା । ଏବେ ବି ମୁଖ୍ୟ ଅଭିଯୁକ୍ତ ମାନେ ଆମକୁ ବିଭିନ୍ନ ପ୍ରକାର ଧମକ ଚମକ ଦେଉଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ବିଶ୍ଵକପ୍ରେ ଭାରତର ବିଜୟଧାରା ଜାରି; ୭ ୱିକେଟ୍ରେ ହାରିଲା ନ୍ୟୁଜିଲାଣ୍ଡ
ତେବେ ପରୀ ଫିଲ୍ମ ନୟାଗଡ଼ ପରୀ ଉପରେ ଆଧାରିତ ନୁହେଁ ବୋଲି କହିଛନ୍ତି ଫିଲ୍ମର ସଂଳାପକାର । ଅର୍ଗସ୍ ନ୍ୟୁଜ୍କୁ ସଂଳାପକାର ରଜନୀ ରଞ୍ଜନ କହିଛନ୍ତି, "ଏହା ଏକ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ନୟାଗଡ଼ ପରୀ ଘଟଣା ସହ ଏହାର କୌଣସି ଲିଙ୍କ ନାହିଁ ।"
ଅନ୍ୟପଟେ ଏହି ଫିଲ୍ମ ନୟାଗଡ଼ ପରୀ କାହାଣୀ ଉପରେ ଆଧାରିତ ବୋଲି ପୂର୍ବରୁ କହିଥିଲେ ଅଭିନେତା ଜ୍ୟୋତି । ଫିଲ୍ମକୁ ନେଇ ଜ୍ୟୋତିଙ୍କ ଏହି ବୟାନ ବିବାଦ ସୃଷ୍ଟି କରିଥିଲା । ତେବେ ଜ୍ୟୋତି ଏହି ମନ୍ତବ୍ୟକୁ ନେଇ କ୍ଷମା ପ୍ରାର୍ଥନା କରିବା ସହ ଫିଲ୍ମ ନୟାଗଡ଼ ପରୀ ହତ୍ୟାକାଣ୍ଡ ସହ କୌଣସି ଲିଙ୍କ ନଥିବା କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories