Videos
|
Odisha

NCB Drug Crackdown / NCB ହାତରେ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ, କେରଳ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଆଦି ରାଜ୍ୟକୁ କରୁଥିଲା ଗଞ୍ଜେଇ ଚାଲାଣ

Bikash Mohanty
Browse all articles by Bikash Mohanty
·4 months ago·2 min read
NCB ହାତରେ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ, କେରଳ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଆଦି ରାଜ୍ୟକୁ କରୁଥିଲା ଗଞ୍ଜେଇ ଚାଲାଣ
Ganja Smuggling

Key Points

NCB ହାତରେ କୁଖ୍ୟାତ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ
୮ଟି ମାମାଲାରେ ଓ୍ବାଣ୍ଟେଡ୍‌ ପରେ ବି ସିଣ୍ଡିକେଟ୍ ଚଳାଉଥିଲା
ସତିଶ ପ୍ରଧାନଙ୍କ ବାଲିଗୁଡ଼ାର ହୋଟେଲ ରହିଥିବା ଜଣାପଡ଼ିଛି
ଭୁବନେଶ୍ବର,୧୩/୦୫: NCB ହାତରେ କୁଖ୍ୟାତ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ । ହୋଟେଲ ମାଲିକ ଗିରଫ । ୮ଟି ମାମାଲାରେ ଓ୍ବାଣ୍ଟେଡ୍‌ ଥିବା ପରେ ବି ଗଞ୍ଜେଇ ସିଣ୍ଡିକେଟ୍ ଚଳାଉଥିଲେ ଅଭିଯୁକ୍ତ । ଖବର ପାଇ ସମ୍ବଲପୁର ଧନୁପାଲି ଅଞ୍ଚଳରୁ କନ୍ଧମାଳ ବାଲିଗୁଡ଼ା ଅଞ୍ଚଳର ସତୀଶ ପ୍ରଧାନଙ୍କୁ ମାଡିବସିଲା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ। ତାଙ୍କ ନିକଟରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ । ସତିଶଙ୍କ ବାଲିଗୁଡ଼ାର ହୋଟେଲ ରହିଥିବା ଜଣାପଡ଼ିଛି।

ଗଞ୍ଜେଇ କାରବାର କରି ସତୀଶ ପ୍ରଧାନହୋଇଛନ୍ତି କୋଟିପତି । କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ଅବାଧରେ ଗଞ୍ଜେଇ ଚାଲାଣ କରୁଥିଲେ ସତୀଶ । ସତୀଶଙ୍କୁ ଗିରଫ କରିବା ପରେ ଏବେ ପୁରା ନେଟ୍‌ଓ୍ବର୍କ ନେଇ NCB କରୁଛି ଖୋଳତାଡ଼ ।

ସେପଟେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ଜବତ ହୋଇଛି ମାରିଜୁଆନା। ୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ମାରିଜୁଆନା ଜବତ ହେବା ସହ ୨ ତାମିଲ ସ୍ମଗଲରକୁ ଅଟକ ରଖିଛି କଷ୍ଟମସ୍ ବିଭାଗ। ଏତେ ପରିମାଣର ମାରିଜୁଆନା ସେମାନେ କାହାକୁ ଯୋଗାଇବାକୁ ଆଣୁଥିଲେ, ସେନେଇ ଉଭୟଙ୍କୁ ମାରାଥନ୍ ଜେରା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ବ୍ୟାଙ୍ଗକକରୁ ଭୁବନେଶ୍ୱର ଆସୁଥିବା ବିମାନରେ ୨ ଯାତ୍ରୀ ଲଗେଜରେ ମାରିଜୁଆନା ଚାଲାଣ କରୁଥିବା ଗୁଇନ୍ଦା ସୂଚନା ମିଳିଥିଲା। କଷ୍ଟମସ୍ ବିଭାଗର ଅଧିକାରୀମାନେ ଏଠାରେ ସମସ୍ତ ଯାତ୍ରୀଙ୍କ ଲଗେଜ୍ ଯାଞ୍ଚ କରିଥିଲେ। ତାମିଲନାଡ଼ୁର ୨ ଯାତ୍ରୀଙ୍କ ଲଗେଜ ଯାଞ୍ଚ କରିବା ବେଳେ ୨ଟି ଲଗେଜରୁ ପ୍ରାୟ ୧୧ କିଲୋ ଓଜନର ମାରିଜୁଆନା ମିଳିଥିଲା। ଯାହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୪ କୋଟି ଟଙ୍କାରୁ ଅଧିକ ହେବ। ଉକ୍ତ ୨ ଯାତ୍ରୀ ବ୍ୟାଙ୍ଗ୍କକ୍ରୁ ମାରିଜୁଆନା ଚୋରାରେ ଆଣି ଆସୁଥିବା ସ୍ୱୀକାର କରିଥିଲେ। ସେମାନେ କାହାକୁ ଯୋଗାଇବାକୁ ଆଣି ଆସୁଥିଲେ, ସେନେଇ ମୁହଁ ଖୋଲି ନାହାନ୍ତି। ତେଣୁ ଉଭୟଙ୍କୁ ଅଟକ ରଖାଯାଇ ଅଧିକ ପଚରାଉଚରା ଜାରି ରହିଛି ।

ପଢନ୍ତୁ ଏହି ଖବର: ମହଙ୍ଗା ପଡ଼ିଲା WhatsAppରେ ଭିଡିଓ ଭାଇରାଲ୍; ୫ ବର୍ଷ ଜେଲ୍ ସହ ଗଣିବେ ୫ ଲକ୍ଷ ଲେଖାଏଁ ଜରିମାନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଭୁବନେଶ୍ୱର ବିମାନବନ୍ଦରରୁ ବାରମ୍ବାର କୋଟି କୋଟି ଟଙ୍କାର ମାରିଜୁଆନା ଜବତ ହେଉଛି । ବ୍ୟାଙ୍ଗକକ୍ ଓ ମାଲେସିଆରେ ଅତି କମ୍ ମୂଲ୍ୟରେ ମାରିଜୁଆନା ମିଳୁଛି। ଭାରତରେ ଏହାର ମୂଲ୍ୟ ଯଥେଷ୍ଟ ଅଧିକ। ତେଣୁ ସ୍ମଗଲରମାନେ ସେଠାକାର କଷ୍ଟମସ୍ ବିଭାଗ ଅଧିକାରୀଙ୍କୁ ହାତକରି ମାରିଜୁଆନା ଭାରତକୁ ଆଣୁଛନ୍ତି। ଦେଶର ବିଭିନ୍ନ ବିମାନବନ୍ଦରରେ ଯାଞ୍ଚ କଡ଼ାକଡ଼ି ହେଉଥିବା ବେଳେ ଭୁବନେଶ୍ୱର ବିମାନବନ୍ଦର ସେମାନଙ୍କ ପାଇଁ ପାଲଟିଛି ଗଳାବାଟ। ତେଣୁ ସ୍ମଗଲରମାନେ ବ୍ୟାଙ୍ଗକକ ଓ ମାଲେସିଆରୁ ମାରିଜୁଆନା ଆଣି ଭୁବନେଶ୍ୱର ବିମାନବନ୍ଦର ଦେଇ ଦେଶର ବିଭିନ୍ନ ସହରକୁ ଚାଲାଣ କରୁଥିବା ଜଣାପଡ଼ିଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ମଗଲରମାନେ ଏଠାରୁ ଟ୍ରେନ୍ ଯୋଗେ ଦେଶର ବିଭିନ୍ନ ସହରକୁ ଯାଇଥାନ୍ତି।
NCB Drug Crackdown | NCB Busts Interstate Ganja Smuggling Network Supplying Kerala, Maharashtra and West Bengal | Argus News