Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମହଙ୍ଗା ପଡ଼ିଲା WhatsAppରେ ଭିଡିଓ ଭାଇରାଲ୍; ୫ ବର୍ଷ ଜେଲ୍ ସହ ଗଣିବେ ୫ ଲକ୍ଷ ଲେଖାଏଁ ଜରିମାନା

Odisha

Viral Video Case / ମହଙ୍ଗା ପଡ଼ିଲା WhatsAppରେ ଭିଡିଓ ଭାଇରାଲ୍; ୫ ବର୍ଷ ଜେଲ୍ ସହ ଗଣିବେ ୫ ଲକ୍ଷ ଲେଖାଏଁ ଜରିମାନା

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ମହଙ୍ଗା ପଡ଼ିଲା WhatsAppରେ ଭିଡିଓ ଭାଇରାଲ୍; ୫ ବର୍ଷ ଜେଲ୍ ସହ ଗଣିବେ ୫ ଲକ୍ଷ ଲେଖାଏଁ ଜରିମାନା
5 Years Jail for Viral Minor Video Case

Key Points

ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ ପୋକ୍ସୋ କୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । ୨ ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍ ସହ ୫ ଲକ୍ଷ ଲେଖାଏଁ ଜରିମାନା କରିଛନ୍ତି କୋର୍ଟ ।
ବାରିପଦା: ପ୍ରଥମେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କଲେ । ଆଉ ପରେ ସେହି ଭିଡିଓକୁ ନେଇ ଆରମ୍ଭ କଲେ ବ୍ଲାକ୍ ମେଲିଂ । ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କଲେ । ଆଉ ନାବାଳିକା ରାଜି ନ ହେବାରୁ ଭାଇରାଲ୍ କରିଦେଲେ ଅଶ୍ଳୀଳ ଭିଡିଓ ।

ଏଭଳି ଏକ ସମ୍ବେଦନଶୀଳ ମାମଲାର ରାୟ ଆସିଛି । ବାରିପଦା ସ୍ଥିତ ସ୍ଵତନ୍ତ୍ର ପୋକ୍ସୋ କୋର୍ଟରେ ମାମଲାର ବିଚାର ହୋଇଛି । ମଙ୍ଗଳବାର ବିଚାରପତି ଏସ୍‌କେ ନାୟକ ମାମଲାର ଶୁଣାଣି କରି ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨ ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍ ସହ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଶୁଣାଇଛନ୍ତି କୋର୍ଟ । ଜରିମାନା ଅର୍ଥ ଅନାଦେୟ ରହିଲେ ଆଉ ୨ ବର୍ଷ ଅଧିକ ଜେଲ୍ ଭୋଗିବାକୁ ପଡ଼ିବ ।

ଏଥିସହ ପଢ଼ନ୍ତୁ: ଶିକାରୀଙ୍କ ଫାଶରେ ପଡ଼ି ଛଟପଟ ହୋଇ ମଲା କଲରାପତରିଆ ବାଘ 

କ'ଣ ଥିଲା ଘଟଣାକ୍ରମ ?

୨୦୨୧ ମସିହା ଫେବ୍ରୁଆରୀରେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ କରି ଅଭିଯୁକ୍ତ ଭାଇରାଲ୍ କରିଥିଲା । ଏନେଇ ମାର୍ଚ୍ଚ ୬ରେ ବୈଶିଙ୍ଗା ଥାନା ପୋଲିସ ମାମଲା ରୁଜୁ କରିଥିଲା । ଅଭିଯୋଗ ଥିଲା ଅଭିଯୁକ୍ତ ଦିନେଶ କୁମାର ପାତ୍ର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ଶାରିରୀକ ସମ୍ପର୍କ ପାଇଁ ବାଧ୍ୟ କରୁଛନ୍ତି ।

ଶାରିରୀକ ସମ୍ପର୍କ ନ ରଖିବାକୁ ହ୍ଵାଟ୍ସଆପ୍ ମାଧ୍ୟମରେ ଅଶ୍ଳୀଳ ଭିଡିଓକୁ ଭାଇରାଲ୍ କରିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ମାମଲାରେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ କୁଡ଼ିଆ ଗାଁର ଦିନେଶ କୁମାର ପାତ୍ର ଓ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଜଡ଼ିଦା ଗାଁର ଜୟକୃଷ୍ଣ ବେହେରାଙ୍କୁ ଗିରଫ କରିଥିଲା ପୋଲିସ ।

ଏଥିସହ ପଢ଼ନ୍ତୁ: ଭୁଜାଲି ମାଡ଼ର ଜବାବ ଗୁଳି; ପୋଲିସ ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ 

ଦିନେଶ, ଜୟକୃଷ୍ଣଙ୍କ ସହ ପୋଲିସ ଅନ୍ୟ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ମାମଲାର ଅନ୍ୟତମ ଅଭିଯୁକ୍ତ ରାଜୀବ ଦେଙ୍କୁ ପ୍ରମାଣ ଅଭାବରୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଦିନେଶ ଓ ଜୟକୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ମାମଲାର ପରିଚାଳନା ପି.ପି. ପି.କେ. ବେହେରା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WhatsApp Viral Video Case: 2 Convicted by Baripada POCSO Court | Argus News | Argus News