NEET UG Exam / ନିଟ୍ ପରୀକ୍ଷାର୍ଥୀଙ୍କୁ OSRTC ଓ CRUT ଯୋଗାଇବେ ମାଗଣା ବସ୍ ସେବା
·1 hour ago·2 min read

Key Points
ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି
ନିଃଶୁଳ୍କ ବସ୍ ସେବା ଯୋଗାଇବ OSRTC ଓ CRUT
ସମସ୍ତ RTOଙ୍କ ସହ ପରିବହନ ମନ୍ତ୍ରୀଙ୍କ ବୈଠକ
ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମିଳିବ ନିଃଶୁଳ୍କ ବସ୍ ସେବା

ଭୁବନେଶ୍ଵର: ନିଟ୍-ୟୁଜି ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା । ପରୀକ୍ଷାର୍ଥୀଙ୍କୁ ମିଳିବ ମାଗଣା ବସ୍ ସେବା । ଏନେଇ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୁନ୍ ୨୧ ତାରିଖରେ 'ନିଟ୍' (NEET-UG) ପରୀକ୍ଷା ହେବ । ପରୀକ୍ଷା ପାଇଁ ନିଃଶୁଳ୍କ ବସ୍ ସେବା ଯୋଗାଇବ OSRTC ଓ CRUT ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭାଗ ତରଫରୁ NEET-UG ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି । ଯାହାକୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ଏବଂ CRUT ମିଳିତ ଭାବେ ପରିଚାଳନା କରୁଛନ୍ତି ।
ଏଥିସହ ପଢ଼ନ୍ତୁ: NEET ପାଇଁ ଲୋକସେବା ଭବନରେ ବଡ଼ ବୈଠକ, ଦାୟିତ୍ୱ ସଠିକ ଭାବେ ନିର୍ବାହ କରିବାକୁ ନିର୍ଦ୍ଦେଶ
ଏହି ବ୍ୟବସ୍ଥା ଅଧୀନରେ ଓଏସ୍ଆର୍ଟିସି, ମୁଖ୍ୟମନ୍ତ୍ରୀ ବସ୍ ସେବା ଓ 'ଆମ ବସ୍' ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡ ଗୁଡ଼ିକରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ବସ୍ ସେବା ସିଧାସଳଖ ଉପଲବ୍ଧ ହେବ ।
ରାଜ୍ୟର ୧୩୪ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ସମସ୍ତ ପରୀକ୍ଷାର୍ଥୀ ସରକାରଙ୍କ ଦ୍ୱାରା ପରିଚାଳିତ ବସ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ବସ୍ରେ ନିଜର ବୈଧ ପ୍ରବେଶ ପତ୍ର (Admit Card) ଦେଖାଇ ଏହି ସୁବିଧାର ଲାଭ ଉଠାଇପାରିବେ ।
ପରୀକ୍ଷାର୍ଥୀଙ୍କ ଯାତାୟାତ ପାଇଁ ବସ୍ ଗୁଡ଼ିକ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ପୂର୍ବରୁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷା ସରିବା ପରେ ବସ୍ ଗଡ଼ିବ । ସମସ୍ତ ପରୀକ୍ଷାର୍ଥୀ ନିଜ ନିଜ ସ୍ଥାନକୁ ଫେରିବା ପର୍ଯ୍ୟନ୍ତ ଏହି ନିଃଶୁଳ୍କ ସେବା ଜାରି ରହିବ ।
OSRTC ଏବଂ CRUT ପକ୍ଷରୁ ନିଃଶୁଳ୍କ ବସ ସେବାର ସୁପରିଚାଳନା ତଥା ପ୍ରତି ଜିଲ୍ଲାରେ ସଠିକ୍ ସମନ୍ୱୟ ପାଇଁ ପରିବହନ ଆୟୁକ୍ତଙ୍କ ଦ୍ୱାରା ଆୟୋଜିତ ବୈଠକରେ ସମସ୍ତ ଆର୍ଟିଓ (RTO) ମାନଙ୍କ ସହ ଆଲୋଚନା କରାଯାଇଛି ।
ଏଥିସହ ପଢ଼ନ୍ତୁ: NEET ପୁନଃପରୀକ୍ଷା ନେଇ NTA ନେଲା ବଡ଼ ନିଷ୍ପତ୍ତି…ଛାତ୍ରଛାତ୍ରୀଙ୍କୁ ମିଳିବ ୧୫ ମିନିଟ୍ ଅଧିକ ସମୟ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବସ୍ ଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରାଯିବା ସହ, ପରୀକ୍ଷାର୍ଥୀଙ୍କ ସହଜ ଯାତାୟାତ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି, ଯାହାଦ୍ୱାରା ଜିଲ୍ଲା ପ୍ରଶାସନ ମଧ୍ୟ ସକ୍ରିୟତାର ସହ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିପାରିବେ ।
ଏହାସହ ଏହି ସେବା ସମ୍ପର୍କରେ ପରୀକ୍ଷାର୍ଥୀଙ୍କ ନିକଟରେ ସୂଚନା ପହଞ୍ଚାଇବାକୁ ସୋସିଆଲ ମିଡିଆରେ ତଥ୍ୟ ପ୍ରଦାନ କରିବା ଓ ହେଲ୍ପଲାଇନ ନମ୍ବର ଦେବାକୁ RTO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories