Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

NEET Re Exam / NEET ପାଇଁ ଲୋକସେବା ଭବନରେ ବଡ଼ ବୈଠକ, ଦାୟିତ୍ୱ ସଠିକ ଭାବେ ନିର୍ବାହ କରିବାକୁ ନିର୍ଦ୍ଦେଶ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
NEET ପାଇଁ ଲୋକସେବା ଭବନରେ ବଡ଼ ବୈଠକ, ଦାୟିତ୍ୱ ସଠିକ ଭାବେ ନିର୍ବାହ କରିବାକୁ ନିର୍ଦ୍ଦେଶ
NEET Exam

Key Points

NEET ପରୀକ୍ଷାକୁ ନେଇ ସରକାର ସତର୍କ
ଜିଲ୍ଲାପାଳଙ୍କୁ ଦିଆଗଲା କଡ଼ା ନିର୍ଦ୍ଦେଶ
ଲୋକସେବା ଭବନରେ ବଡ଼ ବୈଠକ
ନିଟ୍‌ ୟୁଜି ପୁନଃପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଲୋକସେବା ଭବନରେ ବଡ଼ ବୈଠକ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିଥିଲେ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନେଇ ଆଲୋଚନା ହୋଇଛି ।

ନିଟ୍‌ ୟୁଜି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବା ପାଇଁ ବୈଠକରେ କୁହାଯାଇଛି । ଜିଲ୍ଲାପାଳମାନଙ୍କ ଠାରୁ ଆରମ୍ଭ କରି ସୁପର ଭାଇଜର, ପୋଲିସ, ମାଜିଷ୍ଟ୍ରେଟ ଠିକ୍‌ ସମୟରେ ପହଞ୍ଚିବେ । ଯାହାକୁ ଯାହା ଦାୟିତ୍ୱ ଦିଆଯାଇଛି ସଠିକ ଭାବେ ନିର୍ବାହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ । ସେଣ୍ଟର ସାନିଟାଇଜ କରାଯିବ । ଯୋଗ ଦିବସ କାର୍ଯ୍ୟକ୍ରମ ୮ଟା ସୁଦ୍ଧା ସାରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେଣ୍ଟରରେ ମେଡିକାଲ ସୁବିଧା, ପାଣି ସୁବିଧା ନିଶ୍ଚିତ କରାଇବାକୁ ନିର୍ଦ୍ଦେଶ ରହିଛି ।

ସେପଟେ NEET-UG 2026 ପୁନଃପରୀକ୍ଷା ପୂର୍ବରୁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଟେଲିଗ୍ରାମକୁ ଅସ୍ଥାୟୀ ଭାବରେ ବ୍ୟାନ୍ କରାଯାଇଛି । NEET-UG 2026 ପୁନଃପରୀକ୍ଷା ଜୁନ୍ ୨୧ ତାରିଖରେ ହେବ । ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଜୁନ୍ ୨୨ ପର୍ଯ୍ୟନ୍ତ ବଳବତ୍ତର ରହିବ । ମେସେଜ୍ ଏଡିଟିଂ ଫିଚର ଜୁନ୍ ୩୦ ପର୍ଯ୍ୟନ୍ତ ଅକ୍ଷମ ରହିବ । NTA କହିଛି ଯେ NEET-UG 2026 ପୁନଃପରୀକ୍ଷାର ନିରାପଦ ଏବଂ ନିରପେକ୍ଷ ପରିଚାଳନା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଚିଟିଂ ର‍୍ୟାକେଟ୍' ଯୋଗୁଁ NEET ପୁନଃ-ପରୀକ୍ଷା ପର୍ଯ୍ୟନ୍ତ ଟେଲିଗ୍ରାମ ମେସେଜିଂ ଆପ୍ ବ୍ୟାନ୍ । 'ଚିଟିଂ ର‍୍ୟାକେଟ୍' ଦ୍ୱାରା ପ୍ଲାଟଫର୍ମର ଅପବ୍ୟବହାର ଯୋଗୁଁ Neet ପୁନଃ-ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସରକାର ଟେଲିଗ୍ରାମ ମେସେଜିଂ ଆପ୍‌କୁ ବ୍ୟାନ୍ କରିଛନ୍ତି । ଆପ୍ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଭାଇରାଲ ହେଉଥିବା ଅଭିଯୋଗକୁ ଦୃଷ୍ଟିରେ ରଖି NEET UG 2026 ପୁନଃ-ପରୀକ୍ଷା ପୂର୍ବରୁ ଭାରତରେ ଟେଲିଗ୍ରାମ ଆପ୍‌କୁ ଅସ୍ଥାୟୀ ଭାବେ ପ୍ରତିବନ୍ଧିତ କରାଯାଇଛି । ଟେଲିଗ୍ରାମ ଚ୍ୟାନେଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଲିକ୍ ହୋଇଥିବା ପ୍ରଶ୍ନପତ୍ର, ଏଡିଟ୍ କରାଯାଇଥିବା ସ୍କ୍ରିନଶଟ୍ ଏବଂ ପରୀକ୍ଷାରେ ନିଶ୍ଚିତ ସଫଳତା ଦେବାର ପ୍ରତିଶ୍ରୁତି ଭଳି ଦାବି ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଟେଲିଗ୍ରାମକୁ ଅସ୍ଥାୟୀ ଭାବେ ବ୍ୟାନ୍ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big Meeting At Lok Seva Bhawan For NEET UG Re-Exam | Argus News