Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମରେ ଅବହେଳିତ ଶିକ୍ଷା ବ୍ୟବସ୍ଥା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁର୍ଗମରେ ଅବହେଳିତ ଶିକ୍ଷା ବ୍ୟବସ୍ଥା

ଅର୍ଗସ ବ୍ୟୁରୋ:  କେନ୍ଦୁଝର ତେଲକୋଇ ବ୍ଲକ କରଦାଙ୍ଗୀ ପଞ୍ଚାୟତର ସୀମାନ୍ତବର୍ତ୍ତୀ ସରେଇ ଗାଁ । ଗାଁରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଶିଖେଶ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର। ମାତ୍ର ଦୁଃଖର ବିସୟ ଉଭୟ ବିଦ୍ୟାଳୟର ଭିତ୍ତିଭୂମି ଭୁଷୁଡି ଗଲାଣି। ଉଭୟ ବିଦ୍ୟାଳୟର ବିଲଡିଂ ରକ୍ଷଣା ବେକ୍ଷଣ ଅଭାବରୁ ଫାଟିଗଲାଣି। ତଳ ଚଟାଣ ପଲସ୍ତରା ଛାଡୁଥିବା ବେଳେ ଛାତ ଫାଟି ରଡ ଦିସୁଛି। ଏମିତିକି ଛାତରୁ ପ୍ଲାଷ୍ଟର ଖଶି ବିଦ୍ୟାର୍ଥୀ ଆହତ ହେଉଥିବା ଅଭିଯୋଗ ହୋଇଛି। ପ୍ରାଥମିକ ବିଦ୍ୟାଳୟରେ ପାଞ୍ଚଟି ଶ୍ରେଣୀ ପାଇଁ ଦୁଇଟି ଶ୍ରେଣୀଗୃହ ଓ ଦୁଇଜଣ ଶିକ୍ଷକ ରହିଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇଟି ଶ୍ରେଣୀ ପାଇଁ ଗୋଟିଏ ଶ୍ରେଣୀଗୃହ ରହିଥିବା ବେଳେ ଜଣେ ମାତ୍ର ଶିକ୍ଷକ ରହିଛନ୍ତି। ସେହି ଗୋଟିଏ ଶ୍ରେଣୀଗୃହର ଅବସ୍ଥା ମଧ୍ୟ ଶୋଚନୀୟ।

ଗୋଟିଏ ବଖରା ବିଶିଷ୍ଠ ଶ୍ରେଣୀଗୃହ ଭିତରେ ଗୋଟିଏ ଶ୍ରେଣୀ ର ଛାତ୍ରଛାତ୍ରୀ ବସୁଥିବା ବେଳେ ବାରଣ୍ଡାରେ ଆଉ ଗୋଟିଏ ଶ୍ରେଣୀର ଛାତ୍ରଛାତ୍ରୀ ବସୁଛନ୍ତି।ବିଦ୍ୟାଳୟର ଏଭଳି ସ୍ଥିତି ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏହାର ମରାମତି ପାଇଁ କେହି ପଦକ୍ଷେପ ନେଉ ନାହାନ୍ତି। ଫଳରେ ଅଭିଭାବକ ମାନେ ପାଖ ଗାଁ କିମ୍ବା ଛାତ୍ରବାସରେ ଛୁଆଙ୍କୁ ଛାଡିବାକୁ ବାଧ୍ୟ ହେଉଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Neglected education system in durgam | Argus News