ଉପାନ୍ତରେ ଅବହେଳିତ ସ୍ୱାସ୍ଥ୍ୟ ସେବା

ଅର୍ଗସ ବ୍ୟୁରୋ: ଉପାନ୍ତରେ ଅବହେଳିତ ସ୍ବାସ୍ଥ୍ୟ ସେବା। ନବରଙ୍ଗପୁର ଜିଲ୍ଲା ଉପାନ୍ତ ବ୍ଲକ ଚନ୍ଦାହାଣ୍ଡିରେ ସ୍ବାସ୍ଥ୍ୟବ୍ୟବସ୍ଥାର ବିକଳ ଚିତ୍ର । ଚକାଚକ ବିଲଡିଙ୍ଗ ମାତ୍ର ନାହାନ୍ତି ଷ୍ଟାଫ୍। ୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମାତ୍ର ୬ଟି ଡାକ୍ତର। ବ୍ଲକରେ ବସବାସ କରୁଥିବା ଲକ୍ଷେ ରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ବାସ୍ଥ୍ୟସେବାର ଦାୟିତ୍ଵ ମୁଣ୍ଡାଇଛନ୍ତି କେବଳ 6 ଜଣ ଏମ ବିବି ଏସ ଡାକ୍ତର। ସରକାରୀ ନିୟମ ଅନୁସାରେ ସିଏଚସି ରେ ଅତିକମରେ ୬ଏମ ବିବି ଏସ, ୫ ବିଶେଷଜ୍ଞ ଡାକ୍ତର ଓ ପ୍ରତି ପିଏଚସି ରେ ୩ଜଣ ଡାକ୍ତର ରହିବା କଥା। ହେଲେ ଏ ଉପାନ୍ତ ଅଞ୍ଚଳରେ ଫେଲ ମାରିଛି ସରକାରଙ୍କ ସ୍ବାସ୍ଥ୍ୟସେବା।
ବିଶେଷଜ୍ଞ ଡାକ୍ତର କଣ ଅଞ୍ଚଳ ବାସି ଜାଣିନାହାନ୍ତି। ଏକ୍ସରେ କି ଅଲଟ୍ରାସାଉଣ୍ଡ କଥା ତ ନ କହିବା ଭଲ। ଏକ୍ସରେ ମେସିନ୍ ଅଛି କିନ୍ତୁ କାମରେ ଆସୁନି। ଆଲଟ୍ରାସାଉଣ୍ଡ ପାଇଁ ୧୦୦କିମି ରାସ୍ତା ଯିବାକୁ ପଡୁଛି। ଏପରିକି ଗର୍ଭବତୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବା ବାଟରେ ପ୍ରସବ ବେଦନା ସହି ନ ପାରି ମୃତ୍ୟୁ ବରଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟକ୍ଷେତ୍ରରେ ନମ୍ବର ଓ୍ବାନ ବୋଲି ବାହା ବା ମାରୁଛନ୍ତି ସରକାର। କିନ୍ତୁ ଉପାନ୍ତର ଏ ଅଞ୍ଚଳ ଉପରେ ପଡୁନି ସରକାରଙ୍କ ନଜର।
ଜନ ସାଧାରଣଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା ଥିବାବେଳେ ପ୍ରକୃତରେ ଏହାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ। ଫଳରେ ଆଜିବି ବିଭିନ୍ନ ସମସ୍ୟା ଭିତରେ ଗତି କରୁଛନ୍ତି ଅଞ୍ଚଳବାସୀ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: