Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅବହେଳିତ ନକ୍ସାପଦର, ଗାଁକୁ ଅପହଞ୍ଚ ଯୋଜନା

Odisha

ଅବହେଳିତ ନକ୍ସାପଦର, ଗାଁକୁ ଅପହଞ୍ଚ ଯୋଜନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅବହେଳିତ ନକ୍ସାପଦର, ଗାଁକୁ ଅପହଞ୍ଚ ଯୋଜନା

ଅର୍ଗସ ବ୍ୟୁରୋ:  ଅବହେଳିତ ନକ୍ସାପଦର। ଗାଁକୁ ଅପହଞ୍ଚ ଯୋଜନା। ମୌଳିକ ସୁବିଧା ବିନା ଅଭିଶପ୍ତ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ। ଝରୀଗାଁ ବ୍ଲକ ଚକଲାପଦର ଗ୍ରାମପଂଚାୟତର ନକ୍ସାପଦର। ପ୍ରାୟ ଅସି ବର୍ଷ ପୁରୁଣା ଏହି ଗାଁ କୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ। ରାସ୍ତା ନିର୍ମାଣ ଲାଗି ପ୍ରତି ବର୍ଷ ନୂଆଁ ମାଟି ଢାଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ନିମ୍ନମାନର କାମ ପାଇଁ ପ୍ରତି ବର୍ଷ ବର୍ଷା ପାଣିରେ ରାସ୍ତା ଧୋଇ ହୋଇଯାଉଥିବା ଅଭିଯୋଗ ହୋଇଛି। ଗାଁକୁ ଦେଖିଲେ ସ୍ପଷ୍ଟ ହେଉଛି ଆବାସ ଏଠି ହୋଇଛି ବାଟମାରଣା। ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ। ସରକାରୀ ଅଧିକାରୀ ଏବଂ ଠିକାଦାର ମିଲିଭଗତରେ ଏଠି ନିରୀହ ଆଦିବାସୀଙ୍କ ଆବାସ ଟଙ୍କା ହଡପ ହେଉଥିବା ଅଭିଯୋଗ ହୋଇଛି।

ଗାଁରେ ରହିଛି ତିନି ତିନୋଟି ନଳକୂପ। ସେଥିରୁ ଗୋଟିଏ ସମ୍ପୂର୍ଣ ଅଚଳ ହୋଇପଡିଥିବା ବେଳେ ଗୋଟିଏ ରେ ଭଲ ପାଣି ବାହାରୁନି।  ଫଳରେ ଗାଁ ନିକଟରେ ଥିବା ଜମି ନିକଟ ଚୁଆ ପାଣି ଉପରେ ନିର୍ଭର କରି ଚଳୁଛନ୍ତି ପୁରା ଗାଁ। ଗାଁରେ ସ୍କୁଲ ନଥିବାରୁ ଚାରି କିଲୋମିଟର ଜଙ୍ଗଲରାସ୍ତା ଦେଇ ପିଲାଙ୍କୁ ପାଖ ଗାଁକୁ ଯିବାକୁ ପଡିଥାଏ। ଗାଁକୁ ଦେଖିଲେ ଜଣାପଡେ ରାଜ୍ୟ ସରକାରଙ୍କ ବିକାଶର ନାରା ଏଠି କେବଳ ନାରାବାଜିରେ ସିମିତ। ପଚିଶି ବର୍ଷ ଧରି କ୍ଷମତାରେ ଥିବା ସରକାର ଯେଉଁ ବିକାଶର କଥା କହି ଆସୁଛନ୍ତି ତାହା କେବଳ ଏଠି ପ୍ରହସନ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Neglected Naxapadar Village government Scheme failed | Argus News