Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅବହେଳିତ ରାବନଦର ଜଳପ୍ରପାତ

Ritu Das
Browse all articles by Ritu Das
·2 years ago·2 min read
ଅବହେଳିତ ରାବନଦର ଜଳପ୍ରପାତ

ଅର୍ଗସ ବ୍ୟୁରୋ: ଶୀତଦିନେ ଆସିଲେ ସମସ୍ତେ କେଉଁଆଡେ ନା କେଉଁ ଆଡେ ବୁଲିବାକୁ ଭଲ ପାଆନ୍ତି। ଜଳପ୍ରପାତ ହେଲେ ତାର ମଜା ଅଲଗା। ଆମ ଓଡ଼ିଶାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ରହିଛି। କିନ୍ତୁ ସବୁ ସ୍ଥାନରେ ବିକାଶ ହେଉ ନ ଥିବାରୁ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଖାଲି ଉଦଘାଟନୀ ଫିତା କାଟିବାପାଇଁ ବିଜେଡି ସରକାରରେ ଥିବା ମନ୍ତ୍ରୀମାନେ ଧାଇଁଯାଉଛନ୍ତି କିନ୍ତୁ ପରେ ଏହା ଯଥା ପୂର୍ବଂ ତଥା ପରଂ ସ୍ଥିତି। 

ଏମିତି ଏକ ସ୍ଥାନ ରହିଛି ଭବାନୀପାଟଣାରେ। ଭବାନୀପାଟଣାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ ରାବନଦର ଜଳପ୍ରପାତ। ପ୍ରତିଦିନ ଦୂର ଦୂରାନ୍ତରୁ ଶହ ଶହ ପର୍ଯ୍ୟଟକ ବୁଲିବା ପାଇଁ ଏଠିକି ଆସିଥାନ୍ତି। ବର୍ତ୍ତମାନ ପିକନିକ ଋତୁ ଆସୁଥିବାରୁ ଲୋକଙ୍କ ଗହଳି ମଧ୍ୟ ଦେଖିବାକୁ ମିଳୁଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରକୃତିର ଏତେ ସୁନ୍ଦର ସ୍ଥାନ ରହିଛି, ଯାହା ଲୋକଙ୍କ ମନ କିଣୁଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୨୯ ଲକ୍ଷ ଖର୍ଚ୍ଚ କରି ବିକାଶ କାର୍ଯ୍ୟ କରାଗଲା। କିନ୍ତୁ ନିମ୍ନମାନର କାମ ଓ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହି ଜଳପ୍ରପାତର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି।  ନା ଅଛି ଗମନାଗମନକୁ ରାସ୍ତା ନା ଅଛି ଶୌଚାଳୟ ବ୍ୟବସ୍ଥା। ଏଭଳି ଅବ୍ୟବସ୍ଥା ଥିଲେ  ମଧ୍ୟ ଏଥିପ୍ରତି କାହାର ନଜର ପଡ଼ୁନି। 

ଭବାନିପାଟଣାରୁ ଭରଙ୍ଗପଦର୍ ପର୍ଯ୍ୟନ୍ତ ରାସ୍ତା ଠିକ୍ ଥିବା ବେଳେ, ତା ଆଗକୁ ରାସ୍ତା କଦର୍ଯ୍ୟ ଅବସ୍ଥାରେ ରହିଛି। ରାସ୍ତାରେ ଥିବା ମେଟାଲ୍ ପଥର ଗୁଡ଼ିକ ବାହାରି ପଡ଼ିଛି। ଶୌଚାଳୟ ବ୍ୟବସ୍ଥା ରହିଛି, କିନ୍ତୁ ସଫା ରହୁ ନାହିଁ। ଯାହା ଫଳରେ ମହିଳା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବର୍ଷ ପୂର୍ବରୁ ସେଇଠି ରେଷ୍ଟୁରାଣ୍ଟ ମଧ୍ୟ ଖୋଲା ଯାଇଥିଲା କିନ୍ତୁ ତାହା ବର୍ତ୍ତମାନ ବନ୍ଦ ପଡିଛି। କୌଣସି ନେଟୱର୍କ ନଥିବା ଯୋଗୁଁ  ପର୍ଯ୍ୟଟକ ହଇରାଣ ହେଉଛନ୍ତି। ୨୦୨୧ ରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବା ବେଳେ ଏହାର ଉଦଘାଟନ କରିଥିଲେ। କିନ୍ତୁ ବର୍ତ୍ତମାନ ତାହାର କାମ ଅବସ୍ଥା ରହିଛି କାହାର ନଜର ନାହିଁ।
ଉଦଘାଟନୀ ଫିତା କାଟିବା ପାଇଁ ଆଗରେ ରହିଥାନ୍ତି ବିଜେଡି ସରକାରଙ୍କ ମନ୍ତ୍ରୀଗଣ। କିନ୍ତୁ ଫିତା କାଟିବା ପରେ ରକ୍ଷଣାବେକ୍ଷଣ ପାଇଁ କାହିଁକି ପଛରେ ରହିଥାନ୍ତି ତାହା ହେଉଛି ବଡ଼ ପ୍ରଶ୍ନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Neglected Ravanadar | Argus News