Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପେଟ୍ରୋଲ ଢାଳି ଘର ଜାଳିଦେଲା ପଡୋଶୀ; 30 ଛେଳି, 4 ଗୋରୁ ଜୀବନ୍ତ ଦଗ୍ଧ

Smruti Parija
Browse all articles by Smruti Parija
·2 years ago·1 min read
ପେଟ୍ରୋଲ ଢାଳି ଘର ଜାଳିଦେଲା ପଡୋଶୀ; 30 ଛେଳି, 4 ଗୋରୁ ଜୀବନ୍ତ ଦଗ୍ଧ

ବାଲେଶ୍ୱର: ରାଗ, ହିଂସା, ଅହଂକାର ମଣିଷକୁ ଭୂଲ୍ ରାସ୍ତାକୁ ନେଇଯାଏ । ସେହି ସମୟରେ ମଣିଷ ଏମିତି କିଛି କରି ବସେ ଯାହାର ପରିଣାମ ଖୁବ୍ ଭୟଙ୍କର ହୋଇଥାଏ । ଠିକ୍ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରରେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀ ତା ପଡୋଶୀର ଘର ଜାଣିଦେଇଛି ।  

ବାଲେଶ୍ବର ବସ୍ତା ଥାନା ଶ୍ରୀରାମପୁର ପଞ୍ଚାୟତ ବଳବୁଦ୍ଧି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ପେଟ୍ରୋଲ ଢାଳି ଘର ଜାଳିଦେଲା ପଡୋଶୀ । ଫଳରେ ଏହି ଅଗ୍ନିକାଣ୍ଡରେ ୩୦ ଛେଳି , ୪ ଗୋରୁ ସମେତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଢି ପାଉଁଶ ହୋଇଯାଇଛି । କୈଳାସ ମଲ୍ଲିକଙ୍କ ପରିବାର ଲୋକେ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । 

ଶ୍ରୀରାମପୁର ପଞ୍ଚାୟତ ବଳବୁଦ୍ଧି ଗ୍ରାମର କୈଳାସ ମଲ୍ଲିକଙ୍କ ସହିତ ଗ୍ରାମର ପଡୋଶୀଙ୍କ ଜମି ବାଡି ବିବାଦ ଦୀର୍ଘ ଦିନରୁ ଚାଲି ଆସିଥିଲା । ଯାହାକୁ କେନ୍ଦ୍ରକରି ଗତକାଲି ବିଳମ୍ଵିତ ରାତିରେ କୈଳାସଙ୍କ ଘର ଉପରେ ପେଟ୍ରୋଲ ଡାଳି ନିଆଁ ଲଗାଦେଇଥିବା କୈଳାସ ମଲିକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହାସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
neighbour burnt the house by pouring petrol, 30 goats, 4 cattle were burnt alive-In-baleswar-basta | Argus News