Videos
|
Odisha

 ୬ ବର୍ଷର ଝିଅକୁ କବଳିତ କରିଛି ନ୍ୟୁରୋ ବ୍ଲାଷ୍ଟୋମା କ୍ୟାନ୍ସର

Manini Pattanayak
Browse all articles by Manini Pattanayak
·2 years ago·2 min read
 ୬ ବର୍ଷର ଝିଅକୁ କବଳିତ କରିଛି ନ୍ୟୁରୋ ବ୍ଲାଷ୍ଟୋମା କ୍ୟାନ୍ସର

ଭୁବନେଶ୍ୱର: ଭାରି ସୁନ୍ଦର କୌତିକିଆ.. ଆଉ ତାର ଦରଦି କଥାରେ ଘରଟା ପୁରି ଉଠୁଥିଲା .. ଏ ଘରରୁ ସେ ଘର ତାର  କୁନି କୁନି ପାଦରେ ଦୌଡି ପଳାଉଥିଲା.. ଭାରି ଦୁଷ୍ଟ ଥିଲା ସ୍ୱିଟିସ୍ମିତା । ମା ତାର ଗୋଡେ ଗୋଡେ ଜଗିଥାଏ  ଝିଅକୁ । ନଜରରୁ ଆଡ କରୁନଥିଲା। ବାପା ମିଲନ କୁମାର ରାଉତ ଏବଂ ମା  ପ୍ରଲିପ୍ତା ରାଉତଙ୍କ ସାନ ଝିଅ ସ୍ୱିଟ୍‌ସ୍ମିତା।   ୩ ବର୍ଷ ବୟସର ଝିଅ  ସ୍ୱିଟ୍‌ ସ୍ମିତାଙ୍କ ହଠାତ୍‌ ଦେହ  ଖରାପ ହେଲା । 

 ବାପା ମା ତାକୁ ନେଇଗଲେ ଭୁବନେଶ୍ୱରର ଏକ ପ୍ରାଇଭେଟ ହସ୍ପିଟାଲକୁ। ଡାକ୍ତର କହିଲେ ଝିଅକୁ ନ୍ୟୁରୋ ବ୍ଲାଷ୍ଟୋମା କ୍ୟାନ୍ସରର ୪th ଷ୍ଟେଜ।  ଏ କଥା ଶୁଣି ବାପା ମାଙ୍କ ପାଦ ତଳୁ ମାଟି ଖସିଗଲା।  ଏତେ ଛୋଟ ବୟସରେ ମୋ ଝିଅକୁ ଏତେ ବଡ ରୋଗ  ଏମିତି କହି ଭୋ ଭୋ କାନ୍ଦି ଉଠିଲା ମା ପ୍ରଲିପ୍ତା।  ଝିଅକୁ ଭଲ କରିବା ପାଇଁ ଅଣ୍ଟା ଭିଡିଲା ଆଉ ମନକୁ ଦୃଢ କଲା ମା।  ପ୍ରଲିପ୍ତାଙ୍କ ସ୍ୱାମୀ ଏକ ପ୍ରାଇଭେଟ କମ୍ପାନୀରେ ଚାକିରି କରନ୍ତି ।  ଯାହା କିଛି ପାଆନ୍ତି  ସେଥିରେ ତିନି  ପ୍ରାଣି କଷ୍ଟେ ମଷ୍ଟେ ଚଳିଯାଅନ୍ତି। ହେଲେ ଝିଅକୁ ଭଲ କରିବା ପାଇଁ  ଏତେ ଟଙ୍କା କେଉଁଠୁ ଆସିବ।  ଯେତେବେଳେ ଭୁବନେଶ୍ୱରର ଡାକ୍ତର କହିଲେ ତୁମେ ଝିଅକୁ ଭେଲୋର ନେଇଯାଅ।  ଭେଲୋର ନେବା ପାଇଁ ପର୍ଯ୍ୟାପ୍ତ ଟଙ୍କା ନଥାଏ। ଶେଷରେ  ଯାହା ଜମିବାଡି ଥିଲା  ସବୁକୁ ବିକ୍ରି କରି ଝିଅକୁ ଭେଲୋର ନେଲେ। ସେଠାରେ ଝିଅକୁ ଚିକିତ୍ସା କରାଇଲେ ଦୀର୍ଘ ଦେଢ ବର୍ଷ।

ଟିକେ ଆରୋଗ୍ୟ ହେବା ପରେ ଡାକ୍ତରଙ୍କ ପରାମର୍ଶରେ ଝିଅକୁ ଘରକୁ ନେଇଆସିଲେ।  ହେଲେ ଭେଲୋରରୁ ଆସିବାର ମାତ୍ର  ୭ ମାସ ପରେ ପୁଣି  ରୋଗ ବାହାରିଛି।  ଆଉ ଏତେ ସାଙ୍ଘାତିକ ହୋଇଛି ଯିଏ ବି ସ୍ୱିଟ୍‌ ସ୍ମିତାକଙ୍କୁ ଦେଖିବ ତାଙ୍କ ଲୋମ ଟାଙ୍କୁରି ଉଠିବ।  ଟ୍ୟୁମର ଦେହ ସାରା ବାହାରିଛି। ଏମିତିକି  ଆଖିରେ ଟ୍ୟୁମର ବାହାରିଥିବାରୁ  ଗୋଟିଏ ଆଖି ସମ୍ପୂର୍ଣ୍ଣ ବାହାରକୁ ବାହାରି ଆସିଛି।  ସମୟେ ସମୟେ ଆଖିରୁ ରକ୍ତସ୍ରାବ ମଧ୍ୟ ହେଉଛି। ନା ଚାଲି ପାରୁଛି ନା ଖାଇପାରୁଛି ନା କହିପାରୁଛି ଯନ୍ତ୍ରଣା। ବିଛଣାରେ ପଡିରହିଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବର୍ତ୍ତମାନ  ସେହି କୁନି ଝିଅ  ସ୍ୱୁଟ୍‌ ସ୍ମିତାକୁ କୁ ୬ ବର୍ଷ ବୟସ ।  ଦୀର୍ଘ ୬ ବର୍ଷ ଧରି କ୍ୟାନ୍ସର ସହ ସଙ୍ଘର୍ଷ କରୁଛି ଏହି କୁନି ଝିଅ। ଅର୍ଥ ନଥିବାରୁ ଝିଅକୁ ଚିକିତ୍ସା ପାଇଁ ନେଇପାରୁନାହାଁନ୍ତି ବାପା ମା। ଯେଉଁ ହସ୍ପିଟାଲକୁ ନେଲେ ସେମାନେ ବିଭିନ୍ନ ଆଳ ଦେଖାଇ କହୁଛନ୍ତି ତୁମେ ଆଉ ଅନ୍ୟ ହସ୍ପିଟାଲକୁ ନେବା ପାଇଁ ଏକଥା ଶୁଣି ଭାଙ୍ଗି ପଡିଛନ୍ତି ବାପା ମା ଦୁହେଁ । ୫୦ ଲକ୍ଷରୁ ଅଧିକ ଖର୍ଚ୍ଚ ସରିଲାଣି ଝିଅ ପିଛା।  ଆଉ ତାଙ୍କ ପାଖେ କିଛି ନାହିଁ ଯାହାଥିଲା   ସବୁ ବିକ୍ରି ସରିଲାଣି।   ବାପା ମା ସାମନାରେ  ଝିଅ  ଛଟପଟ ହେଉଛି ହେଲେ କିଛି କରିପାରୁନାହାଁନ୍ତି  ସେମାନେ।  ତେଣୁ ଝିଅର ଚିକିତ୍ସା କରିବା ପାଇଁ  ଆର୍ଥିକ ସହାୟତା ଲୋଡିଛନ୍ତି  ସ୍ୱିଟ୍‌ ସ୍ମିତାଙ୍କ ବାପା ମା।  ଯଦି  ରାଜ୍ୟ ସରକାର ଏହି   ସ୍ୱିଟ୍‌ସ୍ମିତାଙ୍କ  ଚିକିତ୍ସା ପାଇଁ ସହାୟତାର ହାତ ବଢାନ୍ତେ ତେବେ କୁନି ଝିଅଟି ବଞ୍ଚିଯାଇପାରନ୍ତା।  ଏଥିସହିତ ଯଦି କୌଣସି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇବାକୁ ଚୁହୁଁଛନ୍ତି  ତେବେ A/c  -31659836230 (SBI Ban) IFSC Code-SBIN0012057, Pralipta Mallick।   Phone Pe  ଏବଂ google pay number-9090426326  ରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ସ୍ୱିଟ୍‌ସ୍ମିତାଙ୍କ ବାପା ମା।

ଅଧିକ ପଢନ୍ତୁ ଓଡ଼ିଶା ଖବର  
 

Neuroblastoma cancer has affected a 6-year-old girl Sweetsmith | Argus News