Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୁଣାକାରଙ୍କ ନାଁରେ ଋଣ ଉଠାଇ ଲକ୍ଷଲକ୍ଷ ଟଙ୍କା ହଡ଼ପ

Odisha

ବୁଣାକାରଙ୍କ ନାଁରେ ଋଣ ଉଠାଇ ଲକ୍ଷଲକ୍ଷ ଟଙ୍କା ହଡ଼ପ

Manini Pattanayak
Browse all articles by Manini Pattanayak
·2 years ago·2 min read
ବୁଣାକାରଙ୍କ ନାଁରେ ଋଣ ଉଠାଇ ଲକ୍ଷଲକ୍ଷ ଟଙ୍କା ହଡ଼ପ

କେନ୍ଦୁଝର:  କେବେ ବ୍ୟାଙ୍କ ଯାଇ ନାହାନ୍ତି କି ଋଣ ଆବେଦନ କରିନାହାନ୍ତି କିନ୍ତୁ ଋଣ ସୁଝିବାକୁ ଆସିଛି କୋର୍ଟ ନୋଟିସ । ଆନନ୍ଦପୁର ଉପଖଣ୍ଡ ଅତା ଗାଁର 81 ବୁଣାକାରଙ୍କ ନିଦ ହଜିଛି । ବୟନ କେନ୍ଦ୍ରର ପୂର୍ବତନ ସମ୍ପାଦକ ଅକ୍ଷୟ ପାଗଳ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।  ଚିନ୍ତାରେ ଋଣ ଜାତିଆତିର ଶିକାର 81 ବୁଣାକାର ପରିବାର । ଋଣ ପରିଶୋଧ କରିବାକୁ କୋର୍ଟ ନୋଟିସ ପାଇବା ପରେ ଆନନ୍ଦପୁର ଉପଖଣ୍ଡ ଅତା ଗାଁର ବୁଣାକାରଙ୍କ ନିଦ ହଜିଛି ।  2016ରୁ 2018 ମଧ୍ୟରେ ଗରିବ ବୁଣାକାରଙ୍କ ସରଳତାର ସୁଯୋଗ ନେଇ ବୟନ କେନ୍ଦ୍ରର ପୂର୍ବତନ ସମ୍ପାଦକ ଅକ୍ଷୟ ପାଗଳ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ବୁଣାକାର । ପକ୍କା ଘର ଯୋଜନା,  ସ୍ବାସ୍ଥ୍ୟ ବୀମା, ତନ୍ତ ଯୋଗାଇବା ବାହାନା କରି ନିରିହ ମହିଳାଙ୍କଠାରୁ ଲୋନ୍ ଫର୍ମରେ ଦସ୍ତଖତ କରାଇ, ବ୍ୟାଙ୍କ କର୍ତ୍ତୃପକ୍ଷକୁ ହାତ କରି ଏଭଳି ଜାଲିଆତି କରିଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତ ଅତା ମହିଳା ବୁଣାକାର ସମବାୟ ସମିତିର ବହିଷ୍କୃତ ପୂର୍ବତନ ସମ୍ପାଦକଙ୍କ କଳା କାରନାମାରେ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । 2016-17 ରେ 52 ଜଣ ଓ 2017-18 ଆର୍ଥିକ ବର୍ଷରେ 44 ଜଣ ବୁଣାକାରଙ୍କ ନାଁରେ ମୁଦ୍ରା ଯୋଜନାର ଘଷିପୁରା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ 50 ହଜାର ଟଙ୍କା ଲେଖାଏଁ ଋଣ ଉଠାଯାଇଥିଲା । ସେମାନଙ୍କ ମଧ୍ୟରୁ 15ଜଣ ଋଣ ସୁଝିଥିବାବେଳେ ବାକି 81 ଜଣଙ୍କ ମୁଣ୍ଡରେ ଏବେବି ଋଣ ଗଡୁଛି । ପୂର୍ବରୁ ବ୍ୟାଙ୍କ କର୍ମଚାରୀଙ୍କୁ ହାତ କରି ଅକ୍ଷୟ ପାଗଳ ବ୍ୟାଙ୍କ ନୋଟିସ୍ କୁ ଅକ୍ଷୟ ଚାପି ଦେଉଥିବା ବୁଣାକାର କହିଛନ୍ତି । ଏବେ କୋର୍ଟ ନୋଟିସ୍ ଆସିବା ପରେ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି । ଏପଟେ ଅଭିଯୋଗ ଖଣ୍ଡନ କରିବା ସହ ଋଣ ବିଷୟରେ ସେ କିଛି ଜାଣନ୍ତି ନାହି ବୋଲି ସଫେଇ ଦେଇଛନ୍ତି ପୂର୍ବତନ ସମ୍ପାଦକ ଅକ୍ଷୟ କୁମାର ପାଗଳ । ଅଭିଯୁକ୍ତ ଅକ୍ଷୟ ପାଗଳ ସମବାୟ ସମିତିରେ ଅନିୟମିତତା ଅଭିଯୋଗରେ 2021 ଜାନୁଆରୀରେ ନିଲମ୍ବିତ ହୋଇଥିଲେ । ଦୋଷ ପ୍ରମାଣିତ ହେବା ପରେ ଅଗଷ୍ଟ ମାସରେ ତାଙ୍କୁ ପଦରୁ ବହିଷ୍କୃତ କରିଥିଲେ ଉଚ୍ଚ କର୍ତ୍ତୃପକ୍ଷ । ଘଟଣାର ସରଜମିନ୍ ତଦନ୍ତ ଦାବି କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ । ରାଜ୍ୟରେ ଦୁର୍ନୀତି ବିରୋଧରେ ନାରା ଦେଇଥିବା 24 ବର୍ଷ ସ୍ଥିର ସରକାର ଗରିବ ବୁଣାକାରଙ୍କୁ ନ୍ୟାୟ ଦେବେ ତ ?

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Never went to the bank or applied for a loan | Argus News