New Bhubaneswar: ବଢିବ ରାଜଧାନୀର ପରିସର, ୮୦୦ ଏକର ଜମିରେ ପ୍ରତିଷ୍ଠା ହେବ ନୂଆ ଭୁବନେଶ୍ଵର

Key Points
ଭୁବନେଶ୍ବରକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ବଢ଼ିବ ରାଜଧାନୀ ପରିସର । ଗୁଜୁରାଟ ଦୋଲେରା ସିଟି ଢାଞ୍ଚାର ଅନୁକରଣ ।
ଭୁବନେଶ୍ବରରେ ସିଙ୍ଗାପୁର ମଡେଲ । ବଢିବ ରାଜଧାନୀର ପରିସର । ୮୦୦ ଏକର ଜମିରେ ପ୍ରତିଷ୍ଠା ହେବ ନୂଆ ଭୁବନେଶ୍ଵର । ଗୁଜୁରାଟ ଦୋଲେରା ସିଟି ଢାଞ୍ଚାର ଅନୁକରଣ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଦ୍ରୁତ ଗତିରେ ହେଉଛି ବିକାଶ। ଏହି ଗତି ସହ ତାଳ ଦେଇ ବଦଳୁଛି ଲୋକଙ୍କ ଜୀବନଶୈଳୀ। ଏସବୁ ଭିତରେ ରାଜଧାନୀ ବାସୀଙ୍କୁ ଉନ୍ନତ ଜୀବନଚର୍ଯ୍ୟାର ଅନୁଭବ ଦେବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ ।
ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ଭଳି ଭୁବନେଶ୍ଵରକୁ ମେଟ୍ରୋ ପଲିଟାନ ସିଟି ଭାବେ ଗଢିବାକୁ କରାଯାଉଛି ଯୋଜନା । ମଳିପଡା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ମୋଟ ୮୦୦ ଏକର ଜମିରେ ପ୍ରତିଷ୍ଠା ହେବ ନୂଆ ଭୁବନେଶ୍ଵର । ଗୁଜୁରାଟର ଦୋଲେରା ଗିଫ୍ଟ ସିଟି ଢାଞ୍ଚାରେ ଏହାର ନିର୍ମାଣ ନେଇ ଚିନ୍ତା କରାଯାଉଛି । ସିଙ୍ଗାପୁର ସରକାର ଡିପିଆର ପ୍ରସ୍ତୁତି ପାଇଁ ନେଇଛନ୍ତି ଦାୟିତ୍ୱ । ଖୁବଶୀଘ୍ର ଏହି ପରିକଳ୍ପନା ବାସ୍ତବତାର ରୂପ ନେବ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ଲୋକ ରହିବା ପାଇଁ ଘର, ବ୍ୟବସାୟୀକ ପ୍ରତିଷ୍ଠାନ, ପେଡେଷ୍ଟ୍ରିୟାନଙ୍କ ପାଇଁ ଚାଲିବା ବ୍ୟବସ୍ଥା, ଓପନ ସ୍ପେସ, ଅର୍ଥନୀତିକ ଆକ୍ଟିଭିଟି ରହିବା ସହ ନନ୍ ପୋଲ୍ଲୁଟିଙ୍ଗ ହବ ନିର୍ମାଣ ନେଇ ବ୍ୟବସ୍ଥା ହୋଇଛି । ନୂଆ ସହର ମଧ୍ୟରେ ଶିଳ୍ପ ସଂସ୍ଥାକୁ ମଧ୍ୟ ଦିଆଯିବ ଗୁରୁତ୍ୱ । ସହର ବୃଦ୍ଧି ସହ ଏହାର ପୁନଃ ବିକାଶ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ।
📱 Get Argus News App
✨
ସେହିପରି କ୍ଵାଡ୍ ସିଟି ପ୍ରୋଗ୍ରାମ ଜରିଆରେ ଭୁବନେଶ୍ଵର, ପୁରୀ, କଟକ, ପାରାଦୀପକୁ ମିଶାଇ ଇକୋନୋମିକ ଜୋନ୍ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । କେବଳ ଏହି ୪ଟି ସ୍ଥାନ ନୁହେଁ, ରାଜ୍ୟର ଚାରି ଦିଗରେ ଥିବା ପ୍ରମୁଖ ସହର, ଯେଉଁଗୁଡିକର ଅର୍ଥନୀତିରେ ପ୍ରମୁଖ ଯୋଗଦାନ ରହିଛି, ସେସବୁର ବିକାଶ କରାଯିବ ।