Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cancer Treatment / ବାହାରିଲା କ୍ୟାନସର ମେଡିସିନ: ଆଉ ନେବାକୁ ପଡ଼ିବନି କେମୋ

Rashmita Mishra
Browse all articles by Rashmita Mishra
·7 months ago·2 min read
ବାହାରିଲା କ୍ୟାନସର ମେଡିସିନ: ଆଉ ନେବାକୁ ପଡ଼ିବନି କେମୋ

Key Points

କ୍ୟାନସର ଭଲ କରିବ ଏହି ଘରୋଇ ଜିନିଷ
ବାହାରିଲା କ୍ୟାନସର ମେଡିସିନ: ଆଉ ନେବାକୁ ପଡ଼ିବନି କେମୋ
ରାଉରକେଲା NIT ତିଆରି କଲା କର୍କଟ ରୋଗର ଔଷଧ

ସଫଳ ହେଲା ଦୁଇ ବର୍ଷର ଗବେଷଣା । ବାହାରିଲା କ୍ୟାନସର ମେଡିସିନ । ରାଉରକେଲା NIT ତିଆରି କଲା କର୍କଟ ରୋଗର ଔଷଧ । ମାରାତ୍ମକ ରୋଗ କ୍ୟାନସରକୁ ନେଇ ବଡ଼ ଖୁସି ଖବର ଦେଇଛି ଓଡ଼ିଶାର ରାଉରକେଲା NIT । ମସଲା ଜାତୀୟ ପିପଳିରୁ ପ୍ରସ୍ତୁତ ହୋଇଛି କର୍କଟ ରୋଗର ମେଡିସିନ୍ l କୋଲୋନ୍ କର୍କଟ ଏମିତି ଏକ ରୋଗ ଯେଉଁଥିରେ ଶରୀରର ବଡ଼ ଅନ୍ତଃନଳୀରେ କୋଷ ବୃଦ୍ଧି କରି ଟ୍ୟୁମର କରିଥାଏ l ଯାହାକି କର୍କଟ ରୋଗର ଏକ ବଡ଼ କାରଣ l NITର ଏହି ମେଡିସିନ୍ ପେସେଣ୍ଟଙ୍କ ଆକ୍ଟିଭ୍ କ୍ୟାନ୍ସର କୋଷ ଗୁଡିକୁ ନଷ୍ଟ କରିଥାଏ ଏବଂ ସୁସ୍ଥ ସେଲ୍ ଗୁଡିକୁ ସୁରକ୍ଷିତ ରଖିଥାଏ ବୋଲି କୁହାଯାଇଛି ।

ଲାଇଫ ସାଇନ୍ସ ବିଭାଗରେ କର୍କଟ ରୋଗର ପରୀକ୍ଷଣ ପାଇଁ ଏକ ସ୍ଵତନ୍ତ୍ର ପ୍ରକୋଷ୍ଠ ହୋଇଛି l ସେଠାରେ NITର ଟିମ୍ ଦୁଇ ବର୍ଷରୁ ଅଧିକ ପିପଳିକୁ ନେଇ ଗବେଷଣା କରିଥିଲେ । ଯାହାଦ୍ଵାରା ଏବେ ଗବେଶକମାନଙ୍କୁ ସଫଳତା ମିଳିଛି । ଖୁବ୍ ଶୀଘ୍ର ଏହି ମେଡିସିନ୍ ବଜାରକୁ ଆସିବ ବୋଲି କହିଛନ୍ତି NIT ନିର୍ଦ୍ଦେଶକ l ଅନେକ କର୍କଟ ରୋଗୀ କେମୋଥେରାପି ନେଇ ବହୁତ କଷ୍ଟ ପାଇବା ସହ ଖର୍ଚ୍ଚାନ୍ତ ହେଉଛନ୍ତି । କିନ୍ତୁ ଏହି ମେଡ଼ିସିନ୍ ସେ ସବୁରୁ ମୁକ୍ତି ଦେବ ବୋଲି କୁହାଯାଉଛି । କୋଲୋନ୍ କର୍କଟ ପାଇଁ ଏହି ମେଡିସିନ୍ କ୍ୟାନସର ପାଇଁ ରାମ ବାଣ ହେବ ବୋଲି କୁହାଯାଉଛି ।

ଏଥିସହ ପଢ଼ନ୍ତୁ: NIT ରାଉରକେଲାର ଦେଶୀ ଉଦ୍ଭାବନ, କମ୍ ଖର୍ଚ୍ଚରେ ଗୋଇଠି ଯନ୍ତ୍ରଣାରୁ ମିଳିବ ଉପଶମ

କିଛିଦିନ ପୂର୍ବରୁ ମଧ୍ୟ ଗୋଇଠି ଯନ୍ତ୍ରଣାରୁ ଲୋକଙ୍କୁ ଆଶ୍ଵସ୍ତ କରିବା ଲାଗି ରାଉରକେଲା NITର ଅଧ୍ୟୟନକାରୀ ସ୍ଵଳ୍ପ ଖର୍ଚ୍ଚରେ ଏକ ସ୍ଵଦେଶୀ ଫୋର୍ସ ପ୍ଲେଟ୍ ଉଦ୍ଭାବନ କରିଛନ୍ତି । ଆଗକୁ ଏହି ଉଦ୍ଭାବନ ବରିଷ୍ଠ ନାଗରିକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

ଗୋଇଠି ଯନ୍ତ୍ରଣାର ଅନେକ ମାମଲାରେ ଦେଖାଯାଏ ବୟସାଧିକ, ମେଦ ବହୁଳତା, ମଧୁମେହ ଆଦି ଆକ୍ରାନ୍ତଙ୍କ ଏହା ସାମାନ୍ୟ । ଏବେ ରାଉରକେଲା NIT ଆଣିଥିବା ଫୋର୍ସ ପ୍ଲେଟ୍ ମଲ୍ଟି-ଅକ୍ସିଆଲ୍ ଗ୍ରାଉଣ୍ଡ ରିଆକ୍ସନ୍ ଫୋର୍ସେସ୍ (GRF)କୁ ମାପି କାମ କରିବ ।

ଏହି ଡିଭାଇସ୍‌ର ବ୍ୟବହାର କ୍ରୀଡ଼ା ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, ଡାକ୍ତରଖାନା ଏବଂ ପୁନର୍ବାସ କେନ୍ଦ୍ରରେ କରାଯାଇ ପାରିବ । ବିଦେଶୀରୁ ଆମଦାନୀ ଅନ୍ୟ ଉପକରଣ ଠାରୁ ଏହି ସ୍ଵଦେଶୀ ଉଦ୍ଭାବନ ବେଶ ଶସ୍ତା ମଧ୍ୟ ।

ଏହି ଫୋର୍ସ ପ୍ଲେଟ୍ ବିଶ୍ଵରେ ବେଶ୍ ଜଣାଶୁଣା । ଯାହାର ବ୍ୟବହାର ମଣିଷର ମସ୍କୁଲୋସ୍କେଲେଟଲ୍ ସ୍ଵାସ୍ଥ୍ୟର ବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । କିନ୍ତୁ ଚଢ଼ା ଦର ପାଇଁ ଭାରତରେ ଏହାର ଉପଲବ୍ଧତା ସୀମିତ ଅଟେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cancer Treatment | New Cancer Medicine Reportedly Developed: May Reduce Need for Chemotherapy | Argus News