ଶପଥଗ୍ରହଣ ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅର୍ଗସ ବ୍ୟୁରୋ : ଶପଥଗ୍ରହଣ ସମାରୋହ ପୁର୍ବରୁ ଓଡିଶା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇ ମାଲ୍ୟାର୍ପଣ କରିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଆ ଅସ୍ମିତା ଓ ଓଡି଼ଶାର ପ୍ରଗତି ପାଇଁ ବହୁ ବରପୁତ୍ର ସେମାନଙ୍କ ଜୀବନ ଉତ୍ସର୍ଗ କରିଛନ୍ତି । ଏହି ପରିପେକ୍ଷିରେ ବରପୁତ୍ରଙ୍କୁ ସମ୍ମନ ଦେବା ସହ ତାଙ୍କ ଆଶ୍ରୀବାଦ ନେଲେ ମୋହନ। ଭୁବନେଶ୍ବରର ୯ଟି ବିଭିନ୍ନ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଲେ ମୋହନ। ଗୋପବନ୍ଧୁ ଛକରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି। ରାଜଭବନ ଛକରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି।
ଅଧିକ ପଢନ୍ତୁ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତା ଆଜି ପ୍ରଥମ କ୍ୟାବିନେଟ ବୈଠକ
ପାୱାର ହାଉସ ଛକରେ ଥିବା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ପ୍ରତିମୂର୍ତ୍ତି। ଏଜି ଛକରେ , ପାରଳା ମହାରାଜ କୃଷ୍ଣ ଚନ୍ଦ ଗଜପତି ଓ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କ ପ୍ରତିମୂର୍ତ୍ତି। ବାଣୀବିହାରରେ ଥିବା ଫକିର ମୋହନ ସେନାପତି, ମେଫେୟାର ଛକରେ ଥିବା ଧରଣୀଧର ଭୂୟାଁ, କଳିଙ୍ଗ ହସ୍ପିଟାଲ ଛକରେ ଗଙ୍ଗାଧର ମେହେର, ମୈତ୍ରୀ ବିହାର ଛକରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ମୋହନ ମାଝୀ।
