Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନ ନିବାସରେ ନବୀନଙ୍କୁ ଭେଟିଲେ ମୋହନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ନବୀନ ନିବାସରେ ନବୀନଙ୍କୁ ଭେଟିଲେ ମୋହନ

 ଅର୍ଗସ ବ୍ୟୁରୋ : ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୂଆ ମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ଭାବେ ଭେଟିଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବୀନ ନିବାସରେ ଯାଇଁ ନବୀନଙ୍କୁ କଲେ ସାକ୍ଷାତ । ଆଜି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇପାରନ୍ତି ନବୀନ  । ଶପଥ ଗ୍ରହଣରେ ସାମିଲ ହୋଇ ଆଶୀର୍ବାଦ ଦେବେ ବୋଲି କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ତେବେ ଶପଥ ଗ୍ରହଣ ପୂର୍ବରୁ ଓଡିଶାର ବୀରପୁତ୍ରଙ୍କୁ ମାଲ୍ୟାର୍ପଣ କରିଥିଲେ ନୂଆ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରର ୯ଟି ବିଭିନ୍ନ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ‌ ମାଲ୍ୟାର୍ପଣ କରିଥିଲେ ମୋହନ।  ଗୋପବନ୍ଧୁ ଛକରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି। ରାଜଭବନ ଛକରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । 

ଅଧିକ ପଢନ୍ତୁ : ମାଲ୍ୟାର୍ପଣ ପରେ ସାଧାରଣ ଲୋକଙ୍କୁ ଭେଟିଲେ ଭାବୀ ମୁଖ୍ୟମନ୍ତ୍ରୀ

ମାଲ୍ୟାର୍ପଣ ପରେ ସାଧାରଣ ଲୋକଙ୍କୁ ଭେଟିଥିଲେ ମୋହନ । ସାଧାରଣ ଲୋକଙ୍କ କଥା ବୁଝି ସେମାନଙ୍କ ଦୁଃଖ ଦୂର କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସେ କହିଥିଲେ, ଦୀର୍ଘ ୨୪ ବର୍ଷ ହେବ ଲୋକେ ଦୁଃଖରେ ଅଛନ୍ତି । ୨୪ ବର୍ଷ ହେବ ଲୋକଙ୍କ ପେଟ ପୁରି ନଥିଲା । ଏଥର ଡବଲ ଇଞ୍ଜିନ ସରକାରରେ ଲୋକଙ୍କ ଦୁଃଖ ଦୂର ହେବ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New Chief Minister Mohan Majhi met Former Chief Minister Naveen Patnaik | Argus News