ରାଜ୍ୟପାଳଙ୍କୁ ଭେଟିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅର୍ଗସ ବ୍ୟୁରୋ : ପ୍ରତୀକ୍ଷାର ଅନ୍ତ ହେଲା। ଓଡ଼ିଶାକୁ ମିଳିଲେ ନୂଆ ମୁଖିଆ। ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ। ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଦିଲ୍ଲୀରୁ ଆସିଥିବା ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ, ଓଡ଼ିଶାରୁ ମୋଦି କ୍ୟାବିନେଟରେ ସ୍ଥାନ ପାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସୋମବାର ସଂଧ୍ୟାରେ ରାଜଭବନରେ ପହଞ୍ଚିଥିଲେ।
ଅଧିକ ପଢନ୍ତୁ : ନବୀନ, ଶକ୍ତିକାନ୍ତଙ୍କ ସମେତ ଓଡ଼ିଶା କ୍ୟାଡରର ୧୦୦ IAS ଅଧିକାରୀଙ୍କୁ ଇନଭିଟେସନ୍
ନୂଆ ସରକାର ଗଠନ ପାଇଁ ରାଜ୍ୟପାଳ ରଘୁବର ଦାସଙ୍କଠାରେ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟପାଳ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେଇଥିଲେ। ଆଜି ଅପରାହ୍ନ 4.45ରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜଭବନରେ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ସହ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ରାଜ୍ୟପାଳ ରଘୁବର ଦାସ।