Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପି ସରକାରରେ ଚଳିବନି ଗାଦି ମଡା ଅଧିକାରୀଙ୍କ ହାକିମାତି

Odisha

ବିଜେପି ସରକାରରେ ଚଳିବନି ଗାଦି ମଡା ଅଧିକାରୀଙ୍କ ହାକିମାତି

Smruti Parija
Browse all articles by Smruti Parija
·2 years ago·1 min read
ବିଜେପି ସରକାରରେ ଚଳିବନି ଗାଦି ମଡା ଅଧିକାରୀଙ୍କ ହାକିମାତି

ଅର୍ଗସ ବ୍ୟୁରୋ: ନୂଆ ବିଜେପି ସରକାରକୁ ବଦନାମ କରିବା ପାଇଁ ଷଡଯନ୍ତ୍ର । ସୋସିଆଲ୍ ମିଡ଼ିଆରେ ବିଭିନ୍ନ ଯୋଜନା ବନ୍ଦ ନେଇ ହେଉଥିବା ଗୁଜବ ଉପରେ ବଡ଼ ବୟାନ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅର୍ଗସକୁ ଦେଇଥିବା ତାଙ୍କ ପ୍ରଥମ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କୁ ଓ ତାଙ୍କ ସରକାରଙ୍କୁ ବଦନାମ କରିବା ପାଇଁ ହେଉଛି ଚକ୍ରାନ୍ତ । ଏହାର ତଦନ୍ତ ହେବ ।

ସେହିଭଳି ଗୋଟିଏ ବିଭାଗରେ ଦୀର୍ଘବର୍ଷ ଧରି ରହୁଥିବା ବାବୁମାନଙ୍କ କାର୍ଯ୍ୟକଳାପର ସମୀକ୍ଷା ହେବ ବୋଲି କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟିଏ ବିଭାଗରେ ଲମ୍ବା ସମୟ ଧରି ରହିଥିବା ବାବୁମାନଙ୍କୁ ନେଇ ପ୍ରଶ୍ନ ଉଠୁଛି । ଆଇଏଏସ ଅଫିସର ଜି. ମାଥିଭାଥନନ ନଗର ଉନ୍ନୟନ ବିଭାଗରେ 10 ବର୍ଷ ଏବଂ ସଂସଦୀୟ ବ୍ୟାପାର ବିଭାଗରେ 13 ବର୍ଷ ହେଲା ପ୍ରମୁଖ ସଚିବ ଦାୟିତ୍ବରେ ରହିଲେଣି । ସେମିତି ଆଇଏଏସ ରୂପା ରୋଶନ ସାହୁ 2015ରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ କିଛି ଦିନ ତଳେ ତାଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । 

ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ 2018ରୁ ଅବସ୍ଥାପିତ ହୋଇଛନ୍ତି ଆଇଏଏସ ଆର. ଭିନିଲକ୍ରିଷ୍ଣା । ଏହାସହ କ୍ରୀଡା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି ଏହି ଅଧିକାରୀ । କେବଳ ଆଇଏଏସ ନୁହେଁ, ଏମିତି ଭାବେ ଦୀର୍ଘ ବର୍ଷ ଧରି ଗୋଟିଏ ପଦବୀକୁ ମାଡି ବସିଥିଲେ କିଛି ଆଇପିଏସ ଅଫିସର । ଯେମିତି ଅତିରିକ୍ତ ପୋଲିସ ଡିଜି ଡି.ଏସ୍ କୁଟ୍ଟେ । ଦୀର୍ଘ ୧୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ସଚିବ ଭାବେ ଦାୟିତ୍ଵରେ ଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Argus Whatsapp Channel Mobile Top
Sponsored
New Chief Minister Mohan Majhi said that the activities of t | Argus News