Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗଦେଲେ ନୂତନ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ

Odisha

ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗଦେଲେ ନୂତନ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ

Arpita Mohanty
Browse all articles by Arpita Mohanty
·2 years ago·1 min read
ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗଦେଲେ ନୂତନ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ

ଅର୍ଗସ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗଦେଲେ ନୂତନ ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକ । ଆଇଏଏସ ଅନ୍ୟା ଦାସ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିବାବେଳେ ଆଇପିଏସ ୟଶ ପ୍ରତାପ ଶ୍ରୀମାଲ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗଦାନ କରିଛନ୍ତି । ଜିଲ୍ଲାର ପର୍ଯ୍ୟଟନ ଏଵଂ ତୃଣ ମୂଳ ସ୍ତରରେ ଥିବା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । ଜିଲ୍ଲାରେ ଚାଲିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରାଯିବ । ତାସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ, ଜଳ ସେଚନ ଉପରେ ଗୁରୁତ୍ବ ଦେବି ବୋଲି କହିଛନ୍ତି।

ଆଜି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ବୈଦୁତିକ ଗଣ ମାଧ୍ୟମର ପ୍ରତିନିଧିଙ୍କ ସହ ଏକ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ଜିଲ୍ଲାପାଳ । ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଠିକ୍ ନିୟନ୍ତ୍ରଣ କରିବା ସହିତ ଜିଲ୍ଲାରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଲାଣ, ଅସାମାଜିକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
New District Magistrate | Argus News