Videos
|
Odisha

ଚୋରା ମଦ କାରବାର ଉପରେ ରୋକ୍ ଲଗାଇବାକୁ ମୋହନ ସରକାରଙ୍କ ଉଦ୍ୟମ

Smruti Parija
Browse all articles by Smruti Parija
·2 years ago·2 min read
ଚୋରା ମଦ କାରବାର ଉପରେ ରୋକ୍ ଲଗାଇବାକୁ ମୋହନ ସରକାରଙ୍କ ଉଦ୍ୟମ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହେଲା ନୂଆ ଅବକାରୀ ନୀତି । ଗାଁ ଗାଁରେ ବେଆଇନ ମଦର ବନ୍ୟା କରିଥିଲେ ବିଜେଡି ସରକାର । ନୂଆ ଅବକାରୀ ନୀତି ମାଧ୍ୟମରେ ଚୋରା ମଦ କାରବାର ଉପରେ ରୋକ୍ ଲଗାଇବାକୁ ମୋହନ ସରକାରଙ୍କ ଉଦ୍ୟମ । ୧୬ଟି ଜିଲ୍ଲାରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା । ନୂଆ ଦୋକାନ ଖୋଲିବା ଉପରେ ରୋକ୍ । 

ଏହା ସହିତ ବାରରେ ଡ୍ୟାନ୍ସ ମନା, କେବଳ ସଙ୍ଗୀତ ପରିବେଷଣ ପାଇଁ ଅନୁମତି ମିଳିବ । ରାଜ୍ୟରେ ଚାଲିଥିବା ଚୋରା ଓ ବେଆଇନ ମଦ କାରବାର ରୋକିବା ଦିଗରେ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ ମଦ ଦୋକାନ ଖୋଲାଯିବା ନାହିଁ ବୋଲି ନୂଆ ପଲିସିରେ ସ୍ପଷ୍ଟ କରାଯାଇଛି । ଏପରରିକି ଗ୍ରାମାଞ୍ଚଳରେ ବି ନୂଆ ଦୋକାନ ଖୋଲିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । 

ବଡ କଥା ହେଉଛି ପୂର୍ବରୁ ନବୀକରଣ ହୋଇ ନଥିବା ୫୭ ଟି ମଦ ଦୋକାନର ଲାଇସନ୍ସ ଆଉ ନବୀକରଣ ହୋଇ ପାରିବ ନାହିଁ । ସେହିପରି ସବୁଠାରୁ ବେସି ବେଆଇନ ବିକ୍ରି ହେଉଥିବା ଭାଙ୍ଗ, ତାଡି ଓ ପୋଚ ପାଇଁ ଅବକାରୀ ବିଭାଗ ଠାରୁ ସ୍ବତନ୍ତ୍ର ଲାଇସେନ୍ସ ଆଣିବାକୁ ପଡିବ । ସେହିପରି ପର୍ଯ୍ୟଟନର ପ୍ରସାର ପାଇଁ ବେଳାଭୂମିରେ ଖୋଲିବ ମଦ କ୍ୟାବିନ୍ । ଯାହା ପର୍ଯ୍ୟଟନ ବିଭାଗର ପ୍ରତ୍ୟକ୍ଷ ତଦାରଖରେ ହେବ ।  ତେବେ ନିଶା ନିବାରଣ ପାଇଁ ଲୋକଙ୍କୁ ସଚେତନ କରିବାକୁ ୧୦୦ କୋଟିର ସ୍ବତନ୍ତ୍ର ପାଣ୍ଠି ଗଠନ କରାଯାଇଛି ।

ବେଆଇନ ମଦ ବିକୁଥିବା ବେପାରୀ ଙ୍କୁ ସାବାଡ କରିବାକୁ ବଡ ପଦକ୍ଷେପ ନେଇଛି ଅବକାରୀ ବିଭାଗ । ରାଜ୍ୟର ୧୬ ଟି ଜିଲ୍ଲାରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା । ଗତ ୧୧ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧ ଲକ୍ଷ ୪୮ହଜାର ୨୨୫ ଲିଟର ବେଆଇନ ମଦ ଓ ୧୩ ଲକ୍ଷ ୬୯ ହଜାର ୩୮୦ କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...