Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ ସରକାର, ଶାସନର ମଡେଲ୍ ବି ନୂଆ

Rashmita Mishra
Browse all articles by Rashmita Mishra
·1 year ago·1 min read
ନୂଆ ସରକାର, ଶାସନର ମଡେଲ୍ ବି ନୂଆ

ଅର୍ଗସ ବ୍ୟରୋ: ବିଜେପି ସରକାରଙ୍କ ନୂଆ ମଡେଲ୍। ଅନ୍ ଦି ସ୍ପଟ୍ ସମସ୍ୟାର ସମାଧାନ। ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସହ ମିଶୁନଥିଲେ। ହେଲେ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସିଏମ୍। ଅନ ଦି ସ୍ପଟ୍ ସମସ୍ୟା ସମାଧାନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଅନ୍ଦାଜ । ଆଦିବାସୀଙ୍କ ଗାଁରେ ସଭା ମଝିରେ ପ୍ରଶାସନିକ ଅଧିକାରୀଙ୍କୁ ନେଇ ବୈଠକ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେବଳ ପ୍ରସାସନିକ ଅଧିକାରୀ ନୁହଁନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ଥିଲେ ବିଧାୟକ, ସାଂସଦ ଓ ସରପଞ୍ଚଙ୍କ ସହ ସମିତିସଭ୍ୟ। ଯାଜପୁର ଜିଲ୍ଲା, ବଡ଼ଚଣା ନିର୍ବାଚନ ମଣ୍ଡଳୀ, ସମୀୟା ପଞ୍ଚୟତ, ଗଭାଶଳ ଗାଁର ମାଛୁଆ ସାହିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରୁଥିଲେ ଅନ  ସ୍ପଟ୍ ସମସ୍ୟାର ସମାଧାନ।

ଜଣେ ଆଦିବାସୀ ଛାତ୍ରୀଙ୍କୁ ଚାକିରୀ କରିବା ପାଇଁ ଉପାୟ ବତେଇବା ସହ ଛାତ୍ରୀଙ୍କୁ ଏକ କମ୍ପୁଟର କିଣଇ ଦେବା ବିଧାୟକ ଅମର ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। କେବଳ ସେତିକି ନୁହେଁ ଗାଁରେ ହାତୀ ଉପଦ୍ରବ,ସଡ଼କ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ଜଙ୍ଗଲ କିଶନ ଜମିର ପରିବର୍ତନ, ଅଙ୍ଗନବାଡ଼ି କେନ୍ଦ୍ର ଠୁ ନେଈ ମାଛୁଆ ସାହି ନିକଟର ଥିବା ସ୍ପଞ୍ଜ ଫେକ୍ଟ୍ରି ରୁ ନିର୍ଗତ ହେଉଥିବା ଧୂଆଁ ପର୍ଯ୍ୟନ୍ତ ଗାଆଁର ଅନେକ ସମସ୍ୟା ସମାଧାନ ଦିଗରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇଥିଲେ ଜଣେ ପରେ ଜଣେ ଲୋକ। ସଭାରେ ବସିଥିବା DFO,BDO, ତହସିଲଦାର, ଜିଲ୍ଲାପାଳ ଓ ଏସପି ଙ୍କୁ ସଙ୍ଗେ ସଙ୍ଗେ ଏହି ସମସ୍ୟା ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବା ନେଇ ମୁଖ୍ୟମନ୍ତ୍ରୀ ଏହି ସଭାରେ ପ୍ରଶାସନିକ ଅଧିକାରୀ ମାନଙ୍କୁ କର୍ଯ୍ୟକରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ସଭା କାର୍ଯ୍ୟ ସରିବା ପରେ ମାଟି ମା ଉପରେ ଚକା ଭିଡ଼ି ବିଧାୟକ, ସାଂସଦ ମାନଙ୍କୁ ଧରି ଜଣେ ଆଦିବାସୀ ମହିଳାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New government, model of governance is also new | Argus News