Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ ବ୍ୟାଗରେ ପାଣି ଦେଇ ଛାଡନ୍ତୁ'

Smruti Parija
Browse all articles by Smruti Parija
·2 years ago·1 min read
'ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ ବ୍ୟାଗରେ ପାଣି ଦେଇ ଛାଡନ୍ତୁ'

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦେଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନୂଆ ଗାଇଡ଼ଲାଇନ । ୨୦୨୪ର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସଚେତନତା ମୂଳକ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ । ପ୍ରତ୍ୟେକ ବିଦ୍ୟାଳୟ, କଲେଜ , ଏମିତିକି ସବୁ ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ । ଆବଶ୍ୟକ ସ୍ଥଳେ ORS ବ୍ୟବସ୍ଥା ମଧ୍ୟ କରିବେ । ଅତ୍ୟଧିକ ଖରାକୁ ଦୃଷ୍ଟିରେ ରଖି ଆଉଟ ଡୋର୍ କାର୍ଯ୍ୟକ୍ରମ ବନ୍ଦ କରିବେ । 

ଅଭିଭାବକମାନେ ନିଜ ପିଲାମନଙ୍କୁ ସ୍କୁଲ ବ୍ୟାଗରେ ପାଣି ବୋତଲ ଦେଇ ଛାଡିବେ । ଆବଶ୍ୟକ ସ୍ଥଳେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କୁ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସଚେତନତା ଟିପସ ଜଣାଇବେ । 

ବର୍ତ୍ତମାନ ଉତ୍ତରାୟଣ ଗତି କରୁଛି ସୂର୍ଯ୍ୟ । ତାପମାତ୍ରା ବୃଦ୍ଧି ପାଉଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶର ସ୍ଥଳ ଭାଗ ଦେଇ ଆସୁଛି ଗୁରୁଚାପ । ଯାହାକି ଓଡ଼ିଶାର ଦକ୍ଷିଣ ପଶ୍ଚିମ ଦିଗରେ ପବନ ବହୁଛି ।  ଯାହା ଫଳରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି । ତେବେ ଏଭଳି ସ୍ଥିତି ଆସନ୍ତା ୩ ତାରିଖ ଯାଏଁ ରହିବ । ୪,୫ ଓ ୬ ସାମାନ୍ୟ କମିପାରେ ତାପମାତ୍ରା  । ପୁଣି ୭ ରୁ ବଢ଼ିବ ତାପମାତ୍ରା । ସେହିପରି ଚଳିତ ବର୍ଷ ମନ୍ ସୁନ୍ ବେଳକୁ ଏଲିନୋର ପ୍ରଭାବ କମିବ । ଜୁଲାଇ ବେଳକୁ ରହିବନି ଏଲିନୋର ପ୍ରଭାବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
New guidelines of school and mass education department in view of summer | Argus News