ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି: ମୋଦି

ଅର୍ଗସ ବ୍ୟୁରୋ: ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ବାରିପଦା ଜନସଭାରେ ଜନସାଧାରଣ ଲୋକଙ୍କୁ କରିଛନ୍ତି ସମ୍ବୋଧନ । ମୋଦିଙ୍କ ଗସ୍ତ ପାଇଁ ଉତ୍ସାହିତ ଜନସାଧାରଣ । ବାରିପଦା ପରେ ବାଲେଶ୍ବର ଓ କେନ୍ଦ୍ରାପଡା ଯିବେ ପ୍ରଧାନମନ୍ତ୍ରୀ ମୋଦି । ମୋଦି କହିଛନ୍ତି,`ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି'। 25 ବର୍ଷ ପରେ ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। `10 ଜୁନରେ ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବେ'। ଦିଲ୍ଲୀରେ ତୃତୀୟ ଥର ପାଇଁ ସରକାର ଗଢିବ ବିଜେପି।ବିଜେଡିକୁ ଛାଡ଼ି ବିଜେପିକୁ ବାଛିବେ ଓଡ଼ିଶାବାସୀ। ପୂର୍ଣ୍ଣ ବହୁମତରେ ଓଡ଼ିଶାରେ ଭାଜପା ସରକାର ଆସିବ। ଓଡ଼ିଶାକୁ ବିକାଶର ନୂଆ ରୂପ ଦେବ ବିଜେପି । ବିଜେଡିକୁ ଛାଡ଼ି ବିଜେପିକୁ ବାଛିବେ ଓଡ଼ିଶାବାସୀ। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରରୁ ରେକର୍ଡ ଟଙ୍କା ପଠାଯାଇଛି।
କେନ୍ଦ୍ର ଟଙ୍କାକୁ ବାଟମାରଣା କରୁଛନ୍ତି ବିଜେଡି ସରକାର। ବିଜେଡି ନେତା ନିଜ ଠିକାଦାରଙ୍କୁ କାମ ଦେଇ ଓଡ଼ିଶାକୁ ଲୁଟୁଛନ୍ତି। ବିଜୟ ସଂକଳ୍ପ ସମାବେଶରେ ମୋଦି।ଜମି, ଖଣି, କୋଇଲା ମାଫିଆ ବିଜେଡି ସରକାର। ବିଜେଡି ସରକାର ଗରିବଙ୍କୁ ଘର ଯୋଗାଇବାରେ ଫେଲ ମାରିଛି। ଲୋକେ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ପଳାଇଛି। ତାମିଲନାଡ଼ୁ କିଏ ନେଇ ପଳାଇଲା ଚାବି ? ଏଭଳି ଲୋକକୁ କ୍ଷମା କରିବେ କି ଓଡ଼ିଶାବାସୀ ? ବିଜେପି ସରକାର ଆସିଲେ ଚାବିର ରାଜ୍ ଖୋଲିବ।
ଅଧିକ ପଢ଼ନ୍ତୁ ଓଡିଶା ଖବର: