Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚାଷୀଙ୍କୁ ବିଷ ପିଆଇ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ

Odisha

ଚାଷୀଙ୍କୁ ବିଷ ପିଆଇ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଚାଷୀଙ୍କୁ ବିଷ ପିଆଇ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ

ଅର୍ଗସ ବ୍ୟୁରୋ:  ଆସନ୍ତାକାଲି ପଶ୍ଚିମ ଓଡ଼ିଶାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଚାଷୀ ଓ କୃଷି ମୋଦିଙ୍କ ପ୍ରାଥମିକତା । ମୋଦି ସରକାରରେ ଚାଷୀଙ୍କୁ ଋଣ ସହ ଫସଲ ବୀମା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇଦେବା ଉପରେ ଦିଆଯାଉଛି ଗୁରୁତ୍ବ । ହେଲେ ମୋଦି ପଶ୍ଚିମ ଓଡ଼ିଶାକୁ ଆସିବାର ଦିନ କେଇଟା ପୂର୍ବରୁ ଭେଡେନରେ ଚାଷୀଙ୍କୁ ବିଜେଡି ନେତା ବିଷ ପିଆଇ ହତ୍ୟା କରିଥିବାର ଆସିଛି ସାଘାଂତିକ ଅଭିଯୋଗ । ଏବେ ଏହି ମାମଲାରେ ଅର୍ଗସ ହାତରେ ଲାଗିଛି ବଡ଼ ଲିଙ୍କ୍ । ହତ୍ୟା ପରେ ଯେଉଁ ରୁଟ୍ ଦେଇ ଚାଷୀ ହତ୍ୟାକାରୀ ଫେରାର୍ ହୋଇଛି ବିଶେଷ ସୂତ୍ରରୁ ତାର ତଥ୍ୟ ହସ୍ତଗତ ହୋଇଛି । ସାଲେପାଲିରୁ ପ୍ରଥମେ ଭେଡେନ୍। ପରେ ଭେଡେନରୁ ରାମପୁର... ରାମପୁରରୁ ବିନିକା... ଏବଂ ବିନିକାରୁ ମହାଦେବପାଲି ଦେଇ ସୋନପୁର ଖସି ପଳାଇଛି ଚାଷୀ ହତ୍ୟାକାରୀ ।

ସେପଟେ ଆଉ ଗୋଟେ ବଡ଼ ତଥ୍ୟ ମଧ୍ୟ ଲାଗିଛି ଅର୍ଗସ୍ ହାତରେ । ଭେଡେନରେ ବିଜେଡିର ବ୍ଲକ ଉପାଧ୍ୟକ୍ଷ ଡୋଲାମଣୀ କ୍ଷେତିଙ୍କ ଘରେ ସୁନାଧର ଆଶ୍ରୟ ନେଇଥିବା ନେଇ ଅର୍ଗସରେ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଋଣ ସୁଝି ନପାରିବାରୁ ଚାଷୀଙ୍କୁ ବିଷ ପିଆଇ ସାହୁକାର ସୁନାଧର ହତ୍ୟା କରିଥିବାର ପରିବାର ଲୋକେ ଅଭିଯୋଗ ଆଣିଥିବାବେଳେ ଫେରାର୍ ଅଛି ମୁଖ୍ୟ ଅଭିଯୁକ୍ତ । ଅଭିଯୋଗ ହେଉଛି, ସୁନାଧର ବିଧାୟିକା ସ୍ନେହାଙ୍ଗିନୀଙ୍କ ଖାସ୍ ହୋଇଥିବାରୁ ପୋଲିସ ମୁହଁରେ ତୁଣ୍ଡି । ଆଉ ପୋଲିସର ବଡ ନୀରବତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ବଡ ପ୍ରଶ୍ନ, ବିଧାୟିକାଙ୍କ ଖାସ୍ ବୋଲି ସୁନାଧରଙ୍କ ପାଖ ମାଡୁନି କି ପୋଲିସ ? ନା ଅଭିଯୁକ୍ତକୁ ଗିରଫ ନ କରି ମାହାଜନୀ କାରବାରକୁ ପ୍ରୋତ୍ସାହିତ କରୁଛି ବିଜେଡି ସରକାର ? ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
New information has come to the fore in the murder of a farmer by poisoning | Argus News