Low Pressure / ଆସୁଛି ଆଉ ଏକ ଲଘୁଚାପ, ୨୨ରୁ ୨୭ ତାରିଖ ଭିତରେ ଏହା ସୃଷ୍ଟି ହୋଇପାରେ
·2 hours ago·1 min read

Key Points
୨୨ରୁ ୨୭ ତାରିଖ ଭିତରେ ଏହା ସୃଷ୍ଟି ହୋଇପାରେ ଲଘୁଚାପ
ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ
ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଆସୁଛି ଲଘୁଚାପ । ୨୨ରୁ ୨୭ ତାରିଖ ଭିତରେ ଏହା ସୃଷ୍ଟି ହୋଇପାରେ ଲଘୁଚାପ । ଏନେଇ ଭାରତୀୟ ପାଣିପାଗ ବିଭାଗର ଦୀର୍ଘମିଆଦୀ ବୁଲେଟିନରେ ସୂଚନା ଥିବା ବେଳେ ୨୨ ତାରିଖ ପରେ ହିଁ ସ୍ପଷ୍ଟ ଆକଳନ କରି ହେବ ବୋଲି ସୂଚନା ମିଳିଛି । ସେପଟେ ଟ୍ରପ ଲାଇନ୍ ସହ ଉପରି ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି ସହ ୧୮ ତାରିଖରେ ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କି.ମି ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୯ ପରେ ବର୍ଷା କମିବ ବର୍ଷା।
ପଢନ୍ତୁ ଏହି ଖବର: ପୁଣି ଆସୁଛି ଲଘୁଚାପ ! ଓଡ଼ିଶା ପାଣିପାଗରେ ହେବ ବଡ଼ ପରିବର୍ତ୍ତନ
ତେବେ ଆସନ୍ତା କାଲି ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି । ବିଜୟାଦଶମୀ ଏବଂ କୁମାର ପୂର୍ଣ୍ଣିମାରେ ମଧ୍ୟ ପାଗ ସାଧାରଣତଃ ଅନୁକୂଳ ରହିପାରେ । ଅନ୍ୟପଟେ, ଅକ୍ଟୋବର ୨୨ରୁ ୨୪ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୨୫ରୁ ୨୬ ତାରିଖ ପାଖାପାଖି ଲଘୁଚାପ ସୃଷ୍ଟି ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଆସନ୍ତା କାଲି ପରେ ପାଗ ଶୁଖିଲା ରହିବା ସମ୍ଭାବନା ଥିବାବେଳେ, ୨୨ ତାରିଖ ପରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପର ଗତିପଥ ଓ ପ୍ରଭାବ ଉପରେ ରହିବ ସମସ୍ତଙ୍କ ନଜର ।
Related Topics
Explore more stories