ସୁନା ଦର ଆକାଶ ଛୁଆଁ, ଏଇଠି ୫୦ ଟଙ୍କାରେ ମିଳୁଛି ସୁନା ଅଳଙ୍କାର

ଭୁବନେଶ୍ୱର: ସୁନା ଦର ୭୦ହଜାର ପାର୍ କଲାଣି । ଏଭଳି ସ୍ଥିତିରେ ଲୋକେ ସୁନା କିଣିବାକୁ ଡରୁଛନ୍ତି । ହେଲେ ସୁନା ପିନ୍ଧିବାକୁ କାହାକୁ ବା ଭଲ ନଲାଗେ । ଏଭଳି ସ୍ଥିତିରେ କଣ କରିବେ । ସୁନା ପିନ୍ଧିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ରାଜଧାନୀ ଡିଏନ ରେଗାଲିଆ ନିକଟରେ ଖୋଲିଛି ଏକ ଓ୍ବାନ ଗ୍ରାମ୍ ଗୋଲ୍ଡ ସୋ-ରୁମ୍ । ଏଠାରେ ୫୦ଟଙ୍କାରୁ ଉର୍ଦ୍ଧ୍ବରେ ମିଳୁଛି ସୁନା ଅଳଙ୍କାର।
ସୁନା ପ୍ରେମୀଙ୍କ ପାଇଁ ସୁନାର ଭଣ୍ଡାର ଖୋଲି ଦେଇଛି ଓ୍ବାନଗ୍ରାମ୍ ଗୋଲ୍ଡ. । ଏବେ ଏ ସବୁ ଗହଣା ଏବେ ପକେଟ୍ ଫ୍ରେଣ୍ଡଲି । ସୁନା ଦର ୭୦ହଜାର ଅତିକ୍ରମ କଲାଣି । ଯେଉଁଥି ପାଇଁ ଦୋକାନ ଦୁଆରେ ପାଦ ରଖିବାକୁ ଡର ଲାଗିଲାଣି । ଏପରି ସ୍ଥିତିରେ ସୁନା ପିନ୍ଧିବାକୁ ପସନ୍ଦ କରୁଥିବା ଲୋକେ କରିବେ କ'ଣ । ଖାସ୍ ସେମାନଙ୍କ ପାଇଁ ରାଜଧାନୀର ତମାଣ୍ଡୋ ଛକ ଡିଏନ୍ ରେଗାଲିଆ ନିକଟରେ ଖୋଲିଛି ଆରକେ ଗୋଲ୍ଡ ସୋରୁମ ।
ଓ୍ବାନ ଗ୍ରାମ ଗୋଲ୍ଡ ଠାରୁ ଆରମ୍ଭ କରି ଟୁ-ଗ୍ରାମ୍ ଗୋଲ୍ଡ ଏଠାରେ ଉପଲବ୍ଧ । ମହିଳା ଓ ପୁରୁଷଙ୍କ ପାଇଁ ଭଳିକି ଭଳି ଡିଜାଇନର ହାର,ମଙ୍ଗଳସୂତ୍ର,ଚୁଡ଼ି,ଇୟର ରିଙ୍ଗ୍ , ହାତ ମୁଦି ଠାରୁ ଆରମ୍ଭ କରି ବିଭିନ୍ନ ଷ୍ଟାଇଲର ବ୍ରେସଲେଟ୍ ଏଠାରେ ରହିଛି ।
📱 Get Argus News App
✨ଯେଉଁମାନେ ସୁନା ପ୍ରେମୀ ସେମାନେ ତମାଣ୍ଡୋ ଛକରେ ଥିବା ଏହି ଆରକେ ଗୋଲ୍ଡକୁ ଯାଇ ସେମାନଙ୍କର ସୁନା ପିନ୍ଧିବାର ସ୍ୱପ୍ନକୁ ପୂରଣ କରିପାରିବେ ।
ଆହୁରି ପଢନ୍ତୁ ଓଡିଶା ଖବର...
