Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଲିସ ଅଧିକାରୀଙ୍କୁ ଯୋଗାଇ ଦିଆଯିବ ନୂଆ ଟେକ୍ନୋଲୋଜି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ପୋଲିସ ଅଧିକାରୀଙ୍କୁ ଯୋଗାଇ ଦିଆଯିବ ନୂଆ ଟେକ୍ନୋଲୋଜି

ଅର୍ଗସ ବ୍ୟୁରୋ : ପୋଲିସ ଅଧିକାରୀଙ୍କୁ ନୂଆ ଟେକ୍ନୋଲୋଜି ଯୋଗାଇ ଦିଆଯିବ । ପୋଲିସ ବିଭାଗର ସାଇବର ସେଲକୁ ସୁଦୃଢ଼ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ୧୦୦ ଦିନ ମଧ୍ୟରେ ୩ ହଜାର ପୋଲିସ ପଦବୀ ପୂରଣ ପାଇଁ ସରକାର ନେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ। ପୋଲିସ ବିଭାଗକୁ ୯ ହଜାରରୁ ଅଧିକ ମୋଟର ସାଇକେଲ ଯୋଗାଇ ଦିଆଯିବ। ପ୍ରତି ଥାନାକୁ ମିଳିବ ୭ ମୋଟର ସାଇକେଲ । ଏବେ ପୋଲିସ ବ୍ୟବହାର କରୁଥିବା ବୋଲେରୋ ଗାଡ଼ିକୁ  ବାଦ୍ ଦେଇ ଉନ୍ନତମାନର ଚାରି ଚକିଆ ହାଇସ୍ପିଡ୍ ଯାନ ଯୋଗାଇ ଦିଆଯିବ ।

ଅଧିକ ପଢନ୍ତୁ : ସୁଧୁରି ଯିବାକୁ ଅପରାଧୀଙ୍କୁ ଚେତାବନୀ ଦେଲେ ମୋହନ ମାଝୀ

ଏଥିସହ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ପ୍ରତିଷ୍ଠା କରାଯିବ । ରାଜ୍ୟରେ ୨୨୯୮ ଗୃହ ରକ୍ଷୀ ପଦବୀ ପୂରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୃହରକ୍ଷୀ ସହିଦ ହେଲେ ସେମାନଙ୍କ ପରିବାରକୁ ଆର୍ଥିକ ଅନୁଦାନ ସହ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଯୋଗାଇ ଦିଆଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New technology to be provided to police officers | Argus News