Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ଏକାମ୍ର ୱାକସ୍’ରେ ନୂଆ ଟ୍ରେଲ୍: ଭରତପୁର ଜଙ୍ଗଲରେ ଏକ ସନ୍ଧ୍ୟା

Odisha

'ଏକାମ୍ର ୱାକସ୍’ରେ ନୂଆ ଟ୍ରେଲ୍: ଭରତପୁର ଜଙ୍ଗଲରେ ଏକ ସନ୍ଧ୍ୟା

Smruti Parija
Browse all articles by Smruti Parija
·2 years ago·2 min read
'ଏକାମ୍ର ୱାକସ୍’ରେ ନୂଆ ଟ୍ରେଲ୍: ଭରତପୁର ଜଙ୍ଗଲରେ ଏକ ସନ୍ଧ୍ୟା

ଭୁବନେଶ୍ୱର: ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ଵାରା ପରିଚାଳିତ 'ଏକାମ୍ର ୱାକସ୍'ରେ ଏକ ରୋମାଞ୍ଚକର ନୂଆ ଟ୍ରେଲ ‘ଭରତପୁର ଜଙ୍ଗଲରେ ଏକ ସନ୍ଧ୍ୟା’ ଆରମ୍ଭ ହୋଇଛି । ୧ ମାର୍ଚ୍ଚରୁ ଏହି ନାଇଟ୍ ଜଙ୍ଗଲ ସଫାରିରେ ଅତିଥିମାନେ ରାତି ସମୟରେ ଜଙ୍ଗଲରେ ବୁଲିବାର ରୋମାଞ୍ଚକର ଅନୁଭବ ନେଉଛନ୍ତି ।  

ନାଇଟ୍ ଜଙ୍ଗଲ୍ ସଫାରି ପ୍ରତ୍ୟେକ ସପ୍ତାହାନ୍ତରେ ଆୟୋଜନ କରାଯିବ । ଏକାମ୍ର ହାଟରୁ ଏହି ଯାତ୍ରା ସନ୍ଧ୍ୟା ୬.୧୫ରୁ ଆରମ୍ଭ ହେବ ଓ ୮.୩୦ ପର୍ଯ୍ୟନ୍ତ ଚାଲିବ । ଅଭିଜ୍ଞ ଗାଇଡଙ୍କ ସହ ଏକ ସୁରକ୍ଷିତ ବସରେ ଅତିଥିମାନେ ଏକ ଘଣ୍ଟା ପାଇଁ ଭରତପୁରର ଘଞ୍ଚ ଜଙ୍ଗଲର ରହସ୍ୟମୟ ଦୁନିଆରେ ପ୍ରବେଶ କରିବେ । ଏହି ଦୁଃସାହସିକ ଯାତ୍ରାରେ ସେମାନେ ରାତ୍ରିଚର ଜଙ୍ଗଲି ଜୀବଙ୍କୁ ଦେଖିବାକୁ ପାଇବେ ଓ ଜଙ୍ଗଲ ବିଷୟରେ ଅଧିକ ଜାଣିବାକୁ ପାଇବେ । ରାତ୍ରିଚର ଜୀବଙ୍କର ବାସସ୍ଥାନ, ଜୀବଜଗତର ଗତିଶୀଳତା ଏବଂ ସେମାନଙ୍କର ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ଅତିଥିମାନେ ବିଶେଷଜ୍ଞଙ୍କଠାରୁ ଜାଣିବାକୁ ପାଇବେ ।

ଚଳିତ ବର୍ଷ ଜାନୁଆରୀ ମାସରୁ ଆରମ୍ଭ ହେଇଥିବା 'ଏକାମ୍ର ୱାକସ୍'ର ବିଭିନ୍ନ ଟ୍ରେଲ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର, ଶନିବାର ଏବଂ ରବିବାର ଦିନ ଆୟୋଜନ କରାଯିବ । ‘ପ୍ରକୃତିର ପଦଯାତ୍ରା’, ‘ଆମ ସଂସ୍କୃତି ଆମ ଐତିହ୍ୟ’, ‘କୋମଳ ମନର କୌତୂହଳ ଯାତ୍ରା’ ସହିତ ‘ଓଡ଼ିଆ ଖାଦ୍ୟ ପସରା’ ଟ୍ରେଲ ମାଧ୍ୟମରେ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକମାନେ ଭୁବନେଶ୍ବରର ପ୍ରାକୃତିକ ଏବଂ ଐତିହାସିକ ସୌନ୍ଦର୍ଯ୍ୟର ଆନନ୍ଦ ନେଉଛନ୍ତି । ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ଅଭିଜ୍ଞ ଗାଇଡମାନଙ୍କ ସହାୟତାରେ ଶତାବ୍ଦୀ ଶତାବ୍ଦୀ ଧରି ତଥା ପିଢ଼ି ପରେ ପଢ଼ି ଚାଲିଥିବା କାହାଣୀ ଗୁଡ଼ିକ ଏହି ପଦଯାତ୍ରାରେ ଉନ୍ମୋଚନ କରାଯାଉଛି । ଏହି କାର୍ଯ୍ୟକ୍ରମ ପର୍ଯ୍ୟଟକମାନଙ୍କୁ ଏକ ଅନନ୍ୟ ଅନୁଭବ ପ୍ରଦାନ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

'ଏକାମ୍ର ୱାକସ୍' ରେ ସାମିଲ ହେବା ପାଇଁ ଆଗ୍ରହୀ ବ୍ୟକ୍ତିମାନେ www.ekamrawalks.com ରୁ କାର୍ଯ୍ୟକ୍ରମର ସମୟ ସାରଣୀ ଓ ରୁଟ୍ ବିଷୟରେ ଅଧିକ ସୂଚନା ପାଇବା ସହ ପଞ୍ଜିକରଣ କରିପାରିବେ । ଏହି ଅନନ୍ୟ ପଦକ୍ଷେପ ଭୁବନେଶ୍ୱରର ପ୍ରାକୃତିକ ଏବଂ ଐତିହାସିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେବା ସହ ପର୍ଯ୍ୟଟକଙ୍କୁ ଟାଣି ଆଣିବାରେ ସହାୟକ ହେବ ।
 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
New Trails in Ekamar Walks: An Evening in the Bharatpur Forest | Argus News