Zero Night / ମଦ ପିଇ ଉତ୍ପାତ କଲେ ଥାନାରେ କଟିବ ନୂଆବର୍ଷ ରାତି; ରାସ୍ତାରେ ପୋଲିସ ମାରିବ ପଇଁତରା
·6 months ago·2 min read

Key Points
ମଦ୍ୟପ ଓ ଅମାନିଆ ହେଲେ ସାବାଡ୍ କରିବ କମିଶନରେଟ ପୋଲିସ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଟ୍ଵିନ୍ ସିଟିରେ ନିୟମକୁ କଡ଼ାକଡ଼ି କରାଯାଇଛି ।
ଭୁବନେଶ୍ଵର: ଜିରୋ ନାଇଟ୍ରେ ଜିରୋ ଟଲେରାନ୍ସ । ଜିରୋ ଆୱାର ଲାଗି କାଉଣ୍ଟଡାଉନ ଆରମ୍ଭ ହୋଇଛି । ସେଲିବ୍ରେସନ୍ ମୁଡ୍ରେ ସମସ୍ତେ । ହୋଟେଲ୍ରୁ କ୍ଲବ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ଥିବାବେଳେ କମିଶନରେଟ୍ ପୋଲିସ ଆପଣାଇଛି ଶୂନ୍ୟ ସହନଶୀଳତା ନୀତି ।
ମଉଜ ମସ୍ତି କର, ମତୁଆଲା ହୁଅ, ହେଲେ ମାତାଲ୍ ହୁଅନି । ମଦ୍ୟପ ଓ ଅମାନିଆ ହେଲେ ସାବାଡ୍ କରିବ କମିଶନରେଟ ପୋଲିସ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଟ୍ଵିନ୍ ସିଟିରେ ନିୟମକୁ କଡ଼ାକଡ଼ି କରାଯାଇଛି । ଚାଲିବନି ହିରୋଗିରି, ନିଶା ଖାଇ ଧରାପଡ଼ିଲେ ଥାନାରେ କଟିବ ନୂଆ ବର୍ଷ ରାତି । ନିୟମ ଭିତରେ ରହିବେ ବାର, ହୋଟେଲ, କ୍ଲବ ଓ ଇଭେଣ୍ଟ ଅର୍ଗାନାଇଜର୍ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂହ ।
ଏଥିସହ ପଢ଼ନ୍ତୁ: ଜିରୋ ନାଇଟ୍ ପାଇଁ ପୋଲିସର କଟକଣା; ରାତି ୧୨ ପରେ ବାଜିବନି ମ୍ୟୁଜିକ୍
ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆ ବର୍ଷ ପାଇଁ ଟ୍ଵିନ୍ ସିଟିରେ ନିୟମ କଡ଼ାକଡ଼ି କରାଯାଇଛି । ରାସ୍ତାରେ ଯିବା ଆସିବା ବେଳେ ନିୟମ ମାନିବା ବାଧ୍ୟତା ମୂଳକ । ମାଳ ମାଳ ପୋଲିସ ରାସ୍ତା ଉପରେ ପଇଁତରା ମାରିବେ । ମଦ ପିଇଥିବା ବ୍ୟକ୍ତି ବିଶେଷ ସାଙ୍ଗରେ ଡ୍ରାଇଭର ନେଇ ଘରକୁ ଫେରିବେ । ମଦ ପିଇ ରାସ୍ତାରେ ଉପରେ ଉତ୍ପାତ କଲେ କିମ୍ବା ନିଶାଶକ୍ତ ଅବସ୍ଥାରେ ଧରା ପଡ଼ିଲେ ଥାନାରେ କଟିବ ନୂଆବର୍ଷ ରାତି ।
କ୍ଲବ, ବାର, ହୋଟେଲ ମାନଙ୍କରେ ମାଲିକ, ମ୍ୟାନେଜର ସମସ୍ତ ନିୟମ ଉପରେ କଡ଼ା ନଜର ରଖିବେ । ପ୍ରବେଶ ଓ ପ୍ରସ୍ଥାନ ପଥରେ ଏଣ୍ଟ୍ରିଂ ଓ ଏକଜିଟର ଦୃଶ୍ୟମାନ ସାଇନ୍ ବୋର୍ଡ ଲଗାଇବା ବାଧ୍ୟତାମୂଳକ । ଯେପରି କୌଣସି ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ ହେବ ନାହିଁ ତା ଉପରେ ଧ୍ୟାନ ଦେବେ । ରାତି ୧୨ଟା ପରେ ମ୍ୟୁଜିକ୍ ବାରଣ କରାଯାଇଛି । ସହରରେ ୧୮ ପ୍ଲାଟୁନ ଫୋର୍ସ, ୨୯ ଯାଗାରେ ୱାଚ୍ ଟିମ୍ ସହ ସହରର ବିଭିନ୍ନ ସ୍ଥାନରେ ନାକା ଲାଗିବ ।
ପାଟ୍ରୋଲିଂ
ନୂଆବର୍ଷ ପାଳନ ବେଳେ କାର୍ଯ୍ୟକ୍ରମ ସ୍ଥଳରୁ ନେଇ ସଂଯୋଗ କରୁଥିବା ରାସ୍ତା ଓ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଯାଞ୍ଚ କରିବ । ପାର୍କ, ରେଷ୍ଟୁରାଣ୍ଟ, କଲେଜ, ବସ୍ତି ଆଦି ଅଞ୍ଚଳରେ କଡ଼ାକଡ଼ି ହେବ ପାଟ୍ରୋଲିଂ । ମହିଳା ଓ ଛୁଆଙ୍କ ସୁରକ୍ଷିତ ଯାତ୍ରା ପାଇଁ ବିଶେଷ ଧ୍ୟାନ ଦିଆଯିବ ।
ଏଥିସହ ପଢ଼ନ୍ତୁ: ବର୍ଷ ଶେଷରେ ଭାରତର ବଡ଼ ଉପଲବ୍ଧି; ଜାପାନକୁ ଟପି ହେଲା ଦୁନିଆର ଚତୁର୍ଥ ବୃହତ୍ତମ ଅର୍ଥନୀତି
ରାସ୍ତାକଡ଼ରେ ଉତ୍ସବ ମନା
ରାସ୍ତା କଡ଼ରେ କୌଣସି ପ୍ରକାର ସେଲିବ୍ରେସନ୍, ଏକାଠି ହେବା, ଅସ୍ଥାୟୀ ମଞ୍ଚ ଏବଂ ମ୍ୟୁଜିକ୍ ଲଗାଇବାକୁ କୌଣସି ପରିସ୍ଥିତିରେ ଅନୁମତି ଦିଆଯିବ ନାହିଁ ।
୧୨ଟା ପରେ ସାଉଣ୍ଡ ମନା
ଜିରୋ ନାଇଟ୍ ସମୟରେ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ । କୌଣସି ବି ପରିସ୍ଥିତିରେ ରାତି ୧୨ଟା ପରେ କେଉଁଠି ମ୍ୟୁଜିକ୍ ବାଜିବ ନାହିଁ । ଏସବୁ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories