Videos
|
Odisha

ପାରାଦ୍ବୀପରୁ ନବଜାତ ଶିଶୁ ଉଦ୍ଧାର

Ritu Das
Browse all articles by Ritu Das
·2 years ago·1 min read
ପାରାଦ୍ବୀପରୁ ନବଜାତ ଶିଶୁ ଉଦ୍ଧାର

ଅର୍ଗସ ବ୍ୟୁରୋ: ଷଣ୍ଢକୁଦରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ମାଛ ଧରିବାକୁ ଯାଇଥିବା ବ୍ୟକ୍ତି ଦ୍ଵାରା ଶିଶୁପୁତ୍ର ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି। ମେଡିକାଲରୁ ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ବସ୍ତିର ଶେଷ ମୁଣ୍ଡରେ ଥିବା ଘେରିରୁ ମାଛ ଧରିବାକୁ ଯାଇଥିଲେ ଉତ୍କଳେନ୍ଦୁ ବେରା। ଛୁଆ କାନ୍ଦ ଶବ୍ଦ ଶୁଣି ଦେଖିବାରୁ ତଳେ ଏକ ଶିଶୁପୁତ୍ର  ପଡିଛି । ସଦ୍ୟଜାତ ଶିଶୁପୁତ୍ରକୁ ଦେଖି ଉତ୍କଳେନ୍ଦୁ ଛୁଆଟିକୁ ଘରକୁ ଆଣି ରାତିସାରା ତାର ସେବା ଯତ୍ନ ମଧ୍ୟ କରିଥିଲେ। 

ସକାଳୁ ସ୍ଥାନୀୟ ଆଶାକର୍ମୀଙ୍କ ସହାୟତାରେ ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଆୟୋଗକୁ ମେଡିକାଲ କର୍ତ୍ତୃପକ୍ଷ ହସ୍ତାନ୍ତର କରିଛନ୍ତି। ତେବେ ଶିଶୁପୁତ୍ର କାହାର ଆଉ ତାକୁ କିଏ ଫୋପାଡି ଚାଲିଗଲା । ତାକୁ ନେଇ ଏବେ ଚାଲିଛି ଖୋଳତାଡ଼ । ଏହି ବସ୍ତି ରେ ଗତ ୧୫ ଦିନ ତଳେ ଦୁଇ ଦିନର ଶିଶୁ ପୁତ୍ର କୁ ବିକ୍ରି କରାଯିବା ଓ ପରବର୍ତ୍ତୀ ଅବସ୍ତାରେ ଛୁଆକୁ ଉଦ୍ଧାର କରାଯାଇ ଶିଶୁ ସୁରକ୍ଷା ଆୟୋଗକୁ ହସ୍ତାନ୍ତର କରାଯିବାକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ପୁଣି ଆଉ ଏକ ଶିଶୁ ପୁତ୍ରକୁ ଫୋପାଡି ଚାଲିଯିବା ସମସ୍ତଙ୍କୁ ଏବେ ଆଶ୍ଚର୍ଯ୍ୟ କରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Newborn | Argus News