Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଧାୟକଙ୍କ ଶପଥ ପାଠ

Odisha

ବିଧାୟକଙ୍କ ଶପଥ ପାଠ

Banajyotshna Ray
Browse all articles by Banajyotshna Ray
·1 year ago
ବିଧାୟକଙ୍କ ଶପଥ ପାଠ

ଅର୍ଗସ ବ୍ୟୁରୋ:  ଶପଥ ନେଉଛନ୍ତି ନବ ନିର୍ବାଚିତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ଆଜି ଓ କାଲି ଦୁଇ ଦିନ ଧରି ଶପଥ ନେବେ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନବ ନିର୍ବାଚିତ ବିଧାୟକ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏଥିପାଇଁ ବିଧାନସଭା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ସାଇକେଲରେ ବିଧାନସଭାକୁ ଆସିଛନ୍ତି । ୨୦ ତାରିଖରେ ବିଧାନସଭାର ପରବର୍ତ୍ତୀ ବାଚସ୍ପତି ଚୟନ ଲାଗି ନିର୍ବାଚନ କରାଯିବ । ନିର୍ବାଚନ ପରେ ସପ୍ତଦଶ ବିଧାନସଭା ପାଇବ ନୂଆ ବାଚସ୍ପତି।

ଅଧିକ ପଢ଼ନ୍ତୁୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Newly elected MLA taking oath | Argus News