କାନଝରି ଡ୍ୟାମକୁ ଡେଇଁ ନବ ବିବାହିତା ମହିଳା ନିଖୋଜ
·1 year ago

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କାନଝରି ଡ୍ୟାମକୁ ଡେଇଁ ଜଣେ ନବବିବହିତା ମହିଳା ନିଖୋଜ ହୋଇଯାଇଛନ୍ତି। ମହିଳା ଜଣକ ସଦର ବ୍ଲକ ବାରଖଣ୍ଡା ଗ୍ରାମର ବୋଲି ସୂଚନା ମିଳିଛି। ମହିଳା ଜଣକ ଦୁଇମାସ ତଳେ ବିବାହ କରିଥିବା ବେଳେ ଆଜି ସକାଳୁ ଘରୁ ଚାଲିଆସିଥିଲେ ।
ଆଜି ପ୍ରାୟ ସକାଳ ୧୦ ଟା ବେଳେ ମହିଳା ଜଣଙ୍କ ଡ୍ୟାମରୁ ଡେଇଁ ନିଖୋଜ ହୋଇଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ନିଖୋଜ ମହିଳାଙ୍କ ସନ୍ଧାନ ଚଳାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: